News7 Logo

ସୂର୍ଯ୍ୟରେ ହୋଇଛି ୫ଲକ୍ଷ କିଲୋମିଟର ଚୌଡା ଛିଦ୍ର, ବୈଜ୍ଞାନିକ ବିସ୍ମିତ

NEWS7
Solar Hole

ୱାସିଂଟନ ୧୨।୯: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାନ (ନାସା)ଙ୍କ ସୋଲାର ଡାୟନାମିକ୍ ଅବଜରଭେଟରୀ ସୂର୍ଯ୍ୟରେ ଏକ ବିଶାଳ କରୋନାଲ ଛିଦ୍ରର ଛବି ଉତ୍ତୋଳନ କରିଛି। ଏହି ଛିଦ୍ରରୁ ବାହାରୁଥିବା ସୌର ଝଡ଼ ୨ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୪ ତାରିଖରେ ପୃଥିବୀକୁ ପହଞ୍ଚିବ। ଫଳରେ ଭୂ-ଚୁମ୍ବକୀୟ ଝଡ଼ ସୃଷ୍ଟି ହୋଇପାରେ। ନାସାଙ୍କ ଅବଜରଭେଟରୀ ଅନୁସାରେ ସୂର୍ଯ୍ୟ ବାୟୁମଣ୍ଡଳରେ ଏକ ପ୍ରଜାପତି ଆକାରର ଏହି ଛିଦ୍ର ୫ଲକ୍ଷ କିଲୋମିଟର ଚୌଡ଼ା ହେବ।

ଏହି ସଂରଚନାର ଛବି ସେପ୍ଟେମ୍ବର ୧୧ ତାରିଖ ଦିନ ଉତ୍ତୋଳିତ ହୋଇଥିଲା ଓ ଏହା ପୃଥିବୀ ଦିଗକୁ ସୌର ବାୟୁ ପ୍ରବାହୀତ କରୁଛି। ନିଜର ଅସାମାନ୍ୟ ଆକାର ଓ ମହାକାଶର ପାଗକୁ ପ୍ରଭାବିତ କରିବାର କ୍ଷମତା ରଖୁଥିବାରୁ ଏହି ଘଟଣା ବୈଜ୍ଞାନିକଙ୍କ ଧ୍ୟାନ ଆକର୍ଷଣ କରିଛି। ଏହାର ବିଶାଳତା ଏହାକୁ ବୈଜ୍ଞାନିକଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ ଦେଖାଯାଇଥିବା ବଡ଼ ଧରଣର ସୌର ଘଟଣା ମଧ୍ୟରୁ ଏହାକୁ ଅନ୍ୟତମ କରିଛି। ସୂର୍ଯ୍ୟଙ୍କ ବାହ୍ୟ ପୃଷ୍ଠରେ ଏହି ଛିଦ୍ରକୁ କରୋନେଲ ଛିଦ୍ର କୁହାଯାଏ।

ଏହି ବାଟ ଦେଇ ସୂର୍ଯ୍ୟଙ୍କ ଚୁମ୍ବକୀୟ କ୍ଷେତ୍ର ଖୋଲି ଯାଏ। ଏଣୁ ମହାକାଶରେ ସୌର ବାୟୁ ବ୍ୟପ୍ତ ହୋଇଥାଏ। ଦୂରବିକ୍ଷଣ ଦ୍ୱାରା ନିଆଯାଇଥିବା ଛବିରେ କରୋନାଲ ଛିଦ୍ର ଗଭୀର ଭାବେ ଦେଖାଯାଉଛି। କାରଣ ଏହି କ୍ଷେତ୍ରକୁ ପୁରଣା କରିବା ପାଇଁ ସୌର ପ୍ଲାଜମାର ଅଭାବ ରହିଛି। ପୂର୍ବନୁମାନ ଅନୁସାରେ ସୌର ଝଡ଼ ୧୪ ସେପ୍ଟେମ୍ବର ପାଖାପାଖି ପୃଥିବୀ ନିକଟକୁ ପହଞ୍ଚିବ। ଯେତେବେଳେ ଏହି ବାୟୁ ପ୍ରବାହ ଗ୍ରହ ସହ ଧକ୍କା ଲାଗିବ ସେତେବେଳେ ଭୂ-ଚୁମ୍ବକୀୟ ଝଡ଼ ସୃଷ୍ଟି ହୋଇପାରେ। ଯାହାକୁ ଜି-୧ (ମାମୁଲି) ଓ ଜି-୨ (ଗମ୍ଭୀର) ଶ୍ରେଣୀରେ ଦେଖାଯାଏ। ଏହି ଝଡ଼ ଉପଗ୍ରହ ସଞ୍ଚାଳନ ଓ ଅନ୍ୟ ବୈଷୟିକ ପ୍ରଣାଳୀକୁ ପ୍ରଭାବିତ କରିପାରେ।