LIVE TV

ସୁଭଦ୍ରାର ତୃତୀୟ କିସ୍ତି ପାଇଛନ୍ତି ୯୬ ଲକ୍ଷ ୯୬ ହଜାର ୯୫୫ ହିତାଧିକାରୀ, ବାଦ୍ ପଡିଛନ୍ତି ୩ ଲକ୍ଷ ୯୯ ହଜାର ୩୫୨ ମହିଳା

NEWS7
Odisha Assembly

ଭୁବନେଶ୍ବର ୨୦।୯: ସୁଭଦ୍ରା ଯୋଜନାର ତୃତୀୟ କିସ୍ତିରୁ ବାଦ୍ ପଡିଛନ୍ତି ୩ ଲକ୍ଷ ୯୯ ହଜାର ୩୫୨ଜଣ ମହିଳା । ସେହିଭଳି ଦ୍ଵିତୀୟ କିସ୍ତିରୁ ବାଦ୍ ପଡିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ମହିଳା । ବିଧାନସଭାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖିଛନ୍ତି ।

ସେପଟେ ସୁଭଦ୍ରାରେ ପ୍ରଥମ କିସ୍ତି ୧ କୋଟି ୨ ଲକ୍ଷ ୮୦ ହଜାର ୯୨ ହିତାଧିକାରୀ ପାଇଥିବା ବେଳେ ଦ୍ବିତୀୟ କିସ୍ତି ୧ କୋଟି ୯୬ ହଜାର ୩୦୭ ହିତାଧିକାରୀ ପାଇଛନ୍ତି । ସେହିଭଳି ତୃତୀୟ କିସ୍ତି ପାଇଛନ୍ତି ୯୬ ଲକ୍ଷ ୯୬ ହଜାର ୯୫୫ ହିତାଧିକାରୀ । ମୋଟ୍ ୧ କୋଟି ୯ ଲକ୍ଷ ୮୭ ହଜାର ୮୯୪ ଜଣ ସୁଭଦ୍ରା ଆବେଦନ କରିଥିଲେ । ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖିଛନ୍ତି ।