ନୂଆଦିଲ୍ଲୀ: ବାର୍ଦ୍ଧକ୍ୟରେ ହେ ବାପା। ସ୍ୱାମୀଙ୍କୁ ୯୩, ପତ୍ନୀଙ୍କୁ ୩୭। ୫୬ ବର୍ଷ ବୟସର ଦୂରତା। ଏଭଳି ସୌଭାଗ୍ୟ ଅର୍ଜନ କରିଛନ୍ତି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ଜଣେ ଡାକ୍ତର ତଥା ବିଶେଷଜ୍ଞ ଡକ୍ଟର ଜନ୍ ଲେଭିନ୍ ଏହି ବୟସରେ ପିତା ହୋଇ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛନ୍ତି। କିନ୍ତୁ ତାଙ୍କର ସଫଳତା ସେତିକିରେ ଶେଷ ହୋଇନାହିଁ

ଡକ୍ଟର ଲେଭିନ୍, ଏବଂ ତାଙ୍କ ପତ୍ନୀ ଡକ୍ଟର ୟାଙ୍ଗିଙ୍ଗ ଲୁ ଫେବୃଆରୀ ୨୦୨୪ରେ ସେମାନଙ୍କ ପୁଅ ସନ୍ତାନ ଜନ୍ମ କରିଥିଲେ। ଦମ୍ପତିଙ୍କ ମଧ୍ୟରେ ୫୬ ବର୍ଷ ବ୍ୟବଧାନ ଅଛିଅର୍ଥାତ୍ ଲେଭିନଙ୍କ ପତ୍ନୀ ତାଙ୍କ ନାତୁଣୀଙ୍କ ବୟସ ସହିତ ସମାନ। ଏହି ଦମ୍ପତି ଏବେ ଆଉ ଏକ ସନ୍ତାନ ଜନ୍ମ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ଲେଭିନ୍ ଦମ୍ପତି ଇନ-ଭିଟ୍ରୋ ଫର୍ଟିଲାଇଜେସନ୍ (IVF) ଏବଂ ଶୁକ୍ରାଣୁ ଦାନ ମାଧ୍ୟମରେ ଏହି ଖୁସି ପାଇଛନ୍ତି। ଡକ୍ଟର ଲେନିନ୍ କହିଥିଲେ, "ମୁଁ ଏବେ ବି ଅଧିକ ସନ୍ତାନ ପାଇବାକୁ ଚାହେଁ।" ସେ ଆହୁରି କହିଛନ୍ତି ଯେ ସେ ଗାବିଙ୍କ ୨୧ତମ ଜନ୍ମଦିନରେ ତାଙ୍କ ସହିତ ଉପସ୍ଥିତ ରହିବାକୁ ଚାହାଁନ୍ତି।

ଯଦି ଏହା ଘଟେ, ତେବେ ଡକ୍ଟର ଲେଭିନ୍ ସେହି ସମୟରେ ୧୧୬ ବର୍ଷ ବୟସର ହେବେ। ସେ କହିଛନ୍ତି ଯେ ସେ ଗାବିଙ୍କୁ ତାଙ୍କର ବାର୍ ମିତ୍ଜଭା ମାଧ୍ୟମରେ ମାର୍ଗଦର୍ଶନ କରିବାକୁ ଚାହାଁନ୍ତି, ଯାହା ଯିହୁଦୀ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ରୀତି। ଏହା ସାଧାରଣତଃ ୧୩ ବର୍ଷ ବୟସରେ ଘଟେ। ଏହି ଉତ୍ସବ ଜଣେ ପୁଅର ଯିହୁଦୀ ପରିଣତ ବୟସରେ ପରିବର୍ତ୍ତନକୁ ଚିହ୍ନିତ କରେ।

ଗାବି ହେଉଛନ୍ତି ଡକ୍ଟର ଲେଭିନଙ୍କ ଚତୁର୍ଥ ସନ୍ତାନ। ତାଙ୍କର ପ୍ରଥମ ବିବାହରୁ ତିନୋଟି ସନ୍ତାନ ଅଛନ୍ତି, ସମସ୍ତଙ୍କ ବୟସ  ବର୍ଷରୁ ଅଧିକ। ତାଙ୍କର ୧୦ ଜଣ ନାତିନାତୁଣୀ ଏବଂ ଜଣେ ପ୍ରପୌତ୍ରି ମଧ୍ୟ ଅଛନ୍ତି।