ମୁମ୍ୱାଇ : ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ରଙ୍କୁ ଖୁବ୍‌ ଶୀଘ୍ର ୯୦ ବର୍ଷ ବୟସ ହୋଇଯିବ। ଅଭିନେତାଙ୍କୁ ନେଇ ଖବର ଆସୁଛି ଯେ, ତାଙ୍କୁ ମୁମ୍ୱାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମିତି ତ କୁହାଯାଉଛି ଯେ, ଧର୍ମେନ୍ଦ୍ରଙ୍କ ଏହି ରୁଟିନ ଚେକଅପ୍‌ , ଯେଉଁଥି ପାଇଁ ସେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ପ୍ରଶଂସକଙ୍କୁ ତାଙ୍କର ସ୍ୱାସ୍ଥ୍ୟ ଚିନ୍ତା ଘାରିଛି।

ଧର୍ମେନ୍ଦ୍ରଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଖବର ନିଆଁ ଭଳି ବ୍ୟାପିଛି। ଅନ୍‌ଲାଇନ୍‌ ଅନୁମାନ ଲଗାଯାଉଛି ଯେ,ସେ ସିରିୟସ୍‌। କିନ୍ତୁ ଏମିତି କିଛି ବି ନୁହେଁ। ପରିବାରର ନିକଟତମ ସୂତ୍ରାରୁ ଜଣାପଡ଼ିଛି ଯେ, କିଛି ବି ସିରିୟସ୍‌ ନୁହେଁ। ଧର୍ମେନ୍ଦ୍ରଙ୍କୁ ବୟସାଧିକ ସହ ଜଡ଼ିତ ଜିନିଷକୁ ନେଇ ରୁଟିନ ଚେକଅପ୍‌ ପାଇଁ ଆଡମିଟ୍‌ କରାଯାଇଛି।

ଧର୍ମେନ୍ଦ୍ରଙ୍କ ଟିମ୍‌ଙ୍କର କହିବାନୁସାରେ ଅଭିନେତାଙ୍କୁ ରେଗୁଲାର ଚେକଅପ୍‌ ପାଇଁ ଆଡମିଟ୍‌ କରାଯାଇଛି। ବୟସାଧିକ ଯୋଗୁଁ ତାଙ୍କୁ ନିଜର ଚେକଅପ୍‌ ସମୟାନୁସାରେ କରିବାକୁ ପଡୁଛି। ଏଥିପାଇଁ ସେ ହସ୍ପିଟାଲରେ ଅଛନ୍ତି। କେହି ତାଙ୍କୁ ସ୍ପଟ୍‌ କରିଥିବ ଏବଂ ନ୍ୟୁଜ୍‌ କରିଦେଇ ଥିବ । ସେ ସଂପୂର୍ଣ୍ଣ ଠିକ୍‌ ଅଛନ୍ତି ଏବଂ ସୁସ୍ଥ ମଧ୍ୟ ଅଛନ୍ତି। କିଛି ଚିନ୍ତିତ ହେବାର କଥା ନାହିଁ।

କହି ରଖୁଛୁ କି , କିଛି ସପ୍ତାହ ପୂର୍ବେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରେ ଦେଖିବାକୁ ମିଳିଥିଲା।ସେତେବେଳେ ମଧ୍ୟ ସେ ରୁଟିନ ଚେକଅପ୍‌ ପାଇଁ ଯାଇଥିଲେ। ସେ ସଂପୂର୍ଣ୍ଣ ଠିକ୍‌ ଅଛନ୍ତି। ସନି ଓ ବବି ମଧ୍ୟ ଏହି ସମୟରେ ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ବି ନିଜ ପିତାଙ୍କର ଏହି ମଧ୍ୟରେ ଖୁବ୍‌ ଧ୍ୟାନ ରଖୁଛନ୍ତି।

ୱାର୍କଫ୍ରଣ୍ଟ କଥା ଯଦି କହିବା ତ ଧର୍ମେନ୍ଦ୍ର କରଣ ଜୋହରଙ୍କ ଫିଲ୍ମ ‘ରକି ରାନୀ କୀ ପ୍ରେମ୍‌ କହାନୀ’ରୁ ବହୁ ବର୍ଷ ପରେ କମ୍‌ବ୍ୟାକ୍‌ କରିଥିଲେ। କେବଳ ଏତିକି ନୁହେଁ ଏହି ଫିଲ୍ମରେ ସେ କିସିଂ ସିନ୍‌ ମଧ୍ୟ ଦେଇଥିଲେ,ଏହାକୁ ଦେଖି ପ୍ରଶଂସକ ଚକିତ ହୋଇଯାଇ ଥିଲେ। ଧର୍ମେନ୍ଦ୍ର ଏହି ସମୟରେ ଫିଲ୍ମ ‘ଇକ୍କିସ୍‌’ରେ ବ୍ୟସ୍ତ ଅଛନ୍ତି।ଫିଲ୍ମର ଟ୍ରେଲର ଆସି ସାରିଛି ଏବଂ ପ୍ରଶଂସକଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ ହୋଇଛି। ଧର୍ମେନ୍ଦ୍ର ଏହି ଫିଲ୍ମକୁ ନେଇ ଖୁବ୍‌ ଉତ୍ସାହୀ ଅଛନ୍ତି , ଆଉ ଆଶା କରିଛନ୍ତି ପ୍ରଶଂସକମାନେ ଏହାକୁ ପସନ୍ଦ କରିବେ।