LIVE TV

ମୋତେ ଗୋମାଂସ ଖାଇବାକୁ ଦିଆ ଯାଇ ଥିଲା ... ୩୦ ବର୍ଷ ପରେ ଆମେରିକାରୁ ଭାରତ ଡିପୋର୍ଟ ଶିଖ୍ ମହିଳା କଲେ ରହସ୍ୟର ପର୍ଦ୍ଦାଫାସ୍

NEWS7
 Harjit Kaur,

ନୂଆଦିଲ୍ଲୀ : ଆମେରିକାରେ ତିନି ଦଶନ୍ଧିରୁ ଅଧିକ ସମୟ ବିତେଇବା ପରେ ନିକଟରେ ସେଠାରୁ ନିର୍ବାସିତ ହୋଇଥିବା ୭୩ ବର୍ଷିୟ ଶିଖ୍‌ ମହିଳା ହରଜିତ କୌର, ଶନିବାର କହିଛନ୍ତି, କାହାକୁ ବି ଏମିତି କଷ୍ଟ ମଧ୍ୟ ଦେଇ ଗତି କରିବାକୁ ନପଡ଼ୁ, ଯେମିତି ସେ ଗତି କରିଛନ୍ତି। ସେ ଆମେରିକାରେ ନିଜର ପରିବାରକୁ ପୁଣି ଥରେ ଦେଖିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି। କୌର ଆମେରିକାରେ ଶରଣ ନେବାକୁ ଆବେଦନ କରିଥିଲେ। ସେ କହିଥିଲେ ଯେ, ତାଙ୍କୁ ଖାଇବାକୁ ଗୋମାଂସ ଦିଆ ଯାଇ ଥିଲା, ଯାହା ସେ ଖାଇ ପାରି ନଥିଲେ।

କାଲିଫର୍ଣ୍ଣିଆରେ ଇମିଗ୍ରେସନ ଅଧିକାରୀମାନେ ୮ ସେପ୍ଟେମ୍ୱରରେ ତାଙ୍କୁ ସେହି ସମୟରେ ହେପାଜତକୁ ନିଆଗଲା, ଯେତେବେଳେ ସେ ନିୟମିତ ଯାଞ୍ଚ ପାଇଁ ଯାଇଥିଲେ, ଏହାପରେ ତାଙ୍କ ପରିବାର  ଓ ସଂପ୍ରଦାୟର ସଦସ୍ୟ ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ତାଙ୍କର ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। କୌର ୧୯୯୨ ମସିହାରେ ଦୁଇ ପୁଅଙ୍କ ସହ ଏକଲା ମାଆ ଭାବେ ଆମେରିକାରେ ପହଞ୍ଚି ଥିଲେ। ତାଙ୍କର ଶରଣ ଆବେଦନକୁ ୨୦୧୨ରେ ଅସ୍ୱୀକାର କରି ଦିଆ ଯାଇଥିଲା। କିନ୍ତୁ ସେବେଠାରୁ, ସେ ୧୩ ବର୍ଷରୁ ମଧ୍ୟ ଅଧିକ ସମୟ ଯାଏ ପ୍ରତି ଛଅ ମାସରେ ସାନ୍‌ ଫ୍ରାନ୍ସିସ୍କୋ ସ୍ଥିତ ଇମିଗ୍ରେସନ ଆଣ୍ଡ କଷ୍ଟମ୍ ଏନଫୋର୍ସମେଣ୍ଟ (ଆଇସିଇ)ରେ ‘ନିଷ୍ଠାପୂର୍ବକ ରିପୋର୍ଟ’ କରି ଆସୁଛନ୍ତି , ଏହି କଥା ତାଙ୍କ ବୋହୂ ମଞ୍ଜି ତାଙ୍କର ନିର୍ବାସନ ପରେ କହିଛନ୍ତି।

ସେ କଣ ଆଉ ଆମେରିକା ଫେରିବାକୁ ଚାହାନ୍ତି ... ଏହା ପଚରା ଯିବାରୁ କୌର କହିଥିଲେ, ନିଶ୍ଚୟ । ମୋର ପୂରା ପରିବାର ସେଠାରେ ଅଛି। ସେ ନିକଟ ମାସରେ ବହୁ ସଂଖ୍ୟାରେ ଭାରତୀୟଙ୍କ ନିର୍ବାସନ ପାଇଁ ସଂପୂର୍ଣ୍ଣ ରୂପେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦାୟୀ କରାଇଛନ୍ତି। କୌର କହିଛନ୍ତି, ମୁଁ ୧୯୯୨ରୁ ଆମେରିକାରେ ଥିଲି, କିନ୍ତୁ ମୁଁ ଅଧିକାରୀଙ୍କ ଦ୍ୱାରା ଏମିତି କୌଣସି କାର୍ଯ୍ୟାନୁଷ୍ଠାନ କେବେ ଦେଖି ନାହିଁ। କାହାକୁ ମଧ୍ୟ ଫେରିଯିବାକୁ କୁହାଯାଇ ନଥିଲା।