ଜଙ୍ଗଲରେ ହଠାତ୍ ସାମ୍ନାକୁ ଆସିଗଲା ହାତୀ, ଆକ୍ରମଣ ୨ ଫରେଷ୍ଟଗାର୍ଡଙ୍କ ସମେତ ୬ ଆହତ

Published By : Prameya-News7 Bureau | August 01, 2025 IST

ନୟାଗଡ ୧।୮: ହାତୀ ଆକ୍ରମଣରେ ୬ ବନ କର୍ମଚାରୀ ଆହତ । ନୟାଗଡ ଜିଲ୍ଲା ଶରଣକୂଳ ରେଞ୍ଜ ଅଧିନ ଗୋଛା ଜଙ୍ଗଲରେ ଘଟିଛି ଏଭଳି ଅଘଟଣ । ୨ ଫରେଷ୍ଟଗାର୍ଡ ଗୁରୁତର ଥିବାବେଳେ ୪ ଜଣ ଟ୍ରାକିଂ ସ୍କ୍ବାଡ୍ ଆହତ ହୋଇଛନ୍ତି । ଦୁଇ ଗୁରୁତର ଫରେଷ୍ଟଗାର୍ଡଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ଫରେଷ୍ଟଗାର୍ଡ ହେଲେ ନୀଳମଣି ଦଳେଇ ଏବଂ ପ୍ରଶାନ୍ତୀ ସାହୁ । 

ସୂଚନାଯୋଗ୍ୟ ଯେ, ନୟାଗଡ ରଣପୁର ରେଞ୍ଜ ଅଞ୍ଚଳରୁ କିଛି ହାତୀ ଗୋଛା ଜଙ୍ଗଲ ଭିତରକୁ ଆସିଥିବା ଖବରପାଇ ଶରଣକୂଳ ରେଞ୍ଜର ଦୁଇ ଜଣ ଫରେଷ୍ଟର ଏବଂ ୬ ଜଣ ସ୍କ୍ବାଡ୍ ଯୁବକ ହାତୀଙ୍କ ଗତିବିଧି ଜାଣିବା ପାଇଁ ଶୁକ୍ରବାର ସକାଳେ ଜଙ୍ଗଲ ଭିତରକୁ ଯାଇଥିଲେ । ଜଙ୍ଗଲ ଭିତରେ ଗୋଟିଏ ହାତୀ ହଠାତ୍ ସାମ୍ନାକୁ ଆସିଯିବାରୁ ସମସ୍ତ କର୍ମଚାରୀ ଜୀବନବିକଳରେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ହାତୀଟି ପ୍ରଶାନ୍ତୀଙ୍କ ଉପରେ ପାଦ ପକାଇ ଦେଇଥିବା ଜଣାପଡିଛି । ତାଙ୍କର ଛାତିରେ ଗଭୀର ଆଘାତ ଲାଗିଛି । ସେହିପରି ନୀଳମଣିଙ୍କର କାନ୍ଧ ଏବଂ ଗୋଡରେ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ଅନ୍ୟ ଟ୍ରାକିଂ ସ୍କ୍ବାଡ୍ ଯୁବକମାନେ ଦୌଡୁଥିବା ବେଳେ ପଡିଯାଇ ଖଣ୍ଡିଆଖାବରା ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣା ଉପରେ ନଜର ରଖାଯାଇଛି ବୋଲି ଡିଏଫଓ କହିଛନ୍ତି । 

You Can Read:

ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ OTET, ପ୍ରକାଶ ପାଇଲା ବିଜ୍ଞପ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.