ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ପଞ୍ଚମ ତଥା ଶେଷ ମୁକାବିଲା ଶନିବାର ବ୍ରେସବେନର ଦ' ଗାବା ଷ୍ଟାଡିୟମରେ ଖେଳାଯାଉଥିଲା । କିନ୍ତୁ ବର୍ଷା ଯୋଗୁ ମୁକିବାଲକୁ ରଦ୍ଦ କରାଯାଇଛି । ଭାରତ କୌଣସି ୱିକେଟ୍ ନ ହରାଇ ୫୨ ରନ୍ କରିଥିଲା । ଏହାପରେ ବିଜୁଳି-ଘଡ଼ଘଡ଼ି ବର୍ଷା ଯୋଗୁ ମ୍ୟାଚ୍‌କୁ ଅଧାର ଅଟକା ଯାଇଥିଲା । ମୁକାବିଲା ରଦ୍ଦ ହେବା ପରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଛି ।

ଦୁଇ ଟିମ୍ ମଧ୍ୟରେ କାନବେରାରେ ଖେଳାଯାଇଥିବା ପ୍ରଥମ ଟି-୨୦ ବର୍ଷା ଯୋଗୁ ରଦ୍ଦ ହୋଇଥିଲା । ମେଲବର୍ଣ୍ଣରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦କୁ ଅଷ୍ଟ୍ରେଲିଆ ୪ ୱିକେଟରେ ଜିତି ନେଇଥିଲା । ଏହାପରେ ଭାରତୀୟ ଟିମ୍ ଜୋରଦାର କମବ୍ୟାକ୍ କରି ହୋବାର୍ଡକୁ ୫ ୱିକେଟରେ ଓ ଗୋଲ୍ଡ କୋଷ୍ଟକୁ ୪୮ ରିନରେ ଜିତି ନେଇଥିଲା ।  

ଅଷ୍ଟ୍ରେଲିଆ ଶନିବାର ବ୍ରିସବେନର ଗାବା ଷ୍ଟାଡିୟମରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଖେଳ ବନ୍ଦ ହେବା ସମୟରେ ଭାରତର ସ୍କୋର ୫୨/୦ ଥିଲା । ଓପନର ଅଭିଷେକ ଶର୍ମା ୧୩ ବଲରେ ୨୩ ରନ୍ କରିଥିଲେ, ଶୁଭମନ ଗିଲ୍ ୧୬ ବଲରେ ଅପରାଜିତ ୨୯ ରନ୍ କରିଥିଲେ । ପାଗ ଯୋଗୁଁ ମ୍ୟାଚ୍ ପ୍ରଭାବିତ ହୋଇଥିଲେ ମଧ୍ୟ, ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ରେ ସିରିଜ୍ ଜିତିଛି । ଏହି ସିରିଜ ବିଜୟ ସହ ଭାରତ ଦିନିକିଆ ପରଜାୟର ପ୍ରତିଶୋଧ ନେଇଛି । ଆୟୋଜକ ଅଷ୍ଟ୍ରେଲିଆ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଥିଲା ।