କାରରୁ ଜବତ ହେଲା ସାଢେ ୩ ଲକ୍ଷ ଟଙ୍କା, ପୋଲିସ ଚେକିଂବେଳେ ଧରାପଡ଼ିଲା

Published By : Prameya-News7 Bureau | April 29, 2024 IST

ସମ୍ବଲପୁର: କାରରୁ ଜବତ ହେଲା ସାଢେ ୩ ଲକ୍ଷ ଟଙ୍କା । ପୋଲିସ ଚେକିଂ ସମୟରେ ଲକ୍ଷ୍ମୀ ଡୁଙ୍ଗୁରୀ ଅଂଚଳରୁ ଜବତ ହୋଇଛି ଟଙ୍କା । ଏହି ଟଙ୍କା ଜବତ କରି ଟ୍ରେଜରୀରେ ଜମା ଦେଲା ପୋଲିସ । ସୂଚନା ଅନୁଯାୟୀ, ଅଇଁଠାପାଲିରୁ ଖେତରାଜପୁରକୁ ଯାଉଥିଲା ଟଙ୍କା | ଆଉ ଚେକିଂ ସମୟରେ ଏହି ଟଙ୍କାର ତଥ୍ୟ ଦେଇନପାରିବାକୁ ଜବତ କଲା ପୋଲିସ । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ସୂଚନାଥାଉକି, ଏହା ପୂର୍ବରୁ ସୋମବାର ବୁର୍ଲା ଅଞ୍ଚଳରୁ ୧୮୦୦ ବୋତଲ ମଦ ଜବତ କରିଥିଲା ସମ୍ବଲପୁର ସଦର ଅବକାରୀ ବିଭାଗ | ଏହି ମଦ ସବୁ ଝାରସୁଗୁଡାରୁ ବୁର୍ଲା ଯାଉଥିବାବେଳେ ମାଡି ବସିଥିଲା ଅବକାରୀ ବିଭାଗ | ନିର୍ବାଚନରେ ଏହି ସବୁ ମଦ ବ୍ୟବହାର ହେବାର ଯୋଜନା ଥିଲା | ତେବେ ମଦ ଜବତ ପରେ ୩ଜଣଙ୍କୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.