ନୂଆଦିଲ୍ଲୀ ୧୮/୦୬: ଟୋଲ୍ ଟ୍ୟାକ୍ସ ନିୟମରେ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । ଯାହା ସାଧାରଣ ଲୋକଙ୍କୁ ଦେବ ବହୁ ମାତ୍ରାରେ ଆଶ୍ୱସ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ୩୦୦୦ ଟଙ୍କାରେ ଏକ FASTag ପାସ୍ ତିଆରି କରାଯିବ ଯାହା ଆପଣଙ୍କ ଯାତ୍ରାକୁ ମାଗଣା କରିବ । କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ହେବ।
Important Announcement 📢
— Nitin Gadkari (@nitin_gadkari) June 18, 2025
🔹In a transformative step towards hassle-free highway travel, we are introducing a FASTag-based Annual Pass priced at ₹3,000, effective from 15th August 2025. Valid for one year from the date of activation or up to 200 trips—whichever comes…
କେନ୍ଦ୍ରମନ୍ତ୍ରୀ ଗଡକରୀ ଟ୍ୱିଟରରେ ଲେଖିଛନ୍ତି, "ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ୧୫ ଅଗଷ୍ଟ ୨୦୨୫ ଠାରୁ ୩,୦୦୦ ଟଙ୍କା ମୂଲ୍ୟର ଏକ FASTag ଆଧାରିତ ବାର୍ଷିକ ପାସ୍ ପ୍ରଚଳନ କରାଯାଉଛି । ଏହି ପାସ୍ ସକ୍ରିୟ ହେବାର ତାରିଖରୁ ଗୋଟିଏ ବର୍ଷ ପାଇଁ କିମ୍ବା ୨୦୦ ଯାତ୍ରା ପର୍ଯ୍ୟନ୍ତ, ଯାହା ପୂର୍ବରୁ ହେବ, ବୈଧ ରହିବ ।
ଏହି ପାସ୍ ବିଶେଷ ଭାବରେ କେବଳ ନନ୍ କମର୍ସିଆଲ ଭେଇକିଲ୍ ବା ବ୍ୟକ୍ତିଗତ ଯାନ (କାର, ଜିପ୍, ଭ୍ୟାନ ଇତ୍ୟାଦି) ପାଇଁ ଡିଜାଇନ୍ କରାଯାଇଛି । ଏହା ସାରା ଦେଶରେ ଜାତୀୟ ରାଜପଥରେ ସୁଗମ ଯାତ୍ରାକୁ ସକ୍ଷମ କରିବ। ସେ ପୋଷ୍ଟରେ ଲେଖିଛନ୍ତି, ବାର୍ଷିକ ପାସ୍ ସକ୍ରିୟକରଣ / ନବୀକରଣ ପାଇଁ ହାଇୱେ ଟ୍ରାଭେଲ୍ ଆପ୍ ଏବଂ NHAI / MoRTH ୱେବସାଇଟରେ ଖୁବ୍ ଶୀଘ୍ର ଏକ ପୃଥକ ଲିଙ୍କ୍ ଉପଲବ୍ଧ କରାଯିବ । ଯାହା ପ୍ରକ୍ରିୟାକୁ ସରଳ ଏବଂ ସହଜ କରିବ।
ଗଡକରୀ ପୋଷ୍ଟରେ ଏହା ମଧ୍ୟ ଲେଖିଛନ୍ତି ଯେ FASTag ପାସ୍ ଅପେକ୍ଷା ସମୟକୁ ହ୍ରାସ କରିବ। ସେ କହିଛନ୍ତି, ଅପେକ୍ଷା ସମୟ ହ୍ରାସ କରିବା ସହ ଭିଡ଼ ହ୍ରାସ କରିବ । ଟୋଲ୍ ପ୍ଲାଜାରେ ବିବାଦ ଦୂର କରିବାର ସହାୟକ ହେବ । ବାର୍ଷିକ ପାସ୍ ନୀତି ଲକ୍ଷ ଲକ୍ଷ ବ୍ୟକ୍ତିଗତ ଯାନବାହାନ ଚାଳକଙ୍କ ପାଇଁ ଏକ ଦ୍ରୁତ, ସୁଗମ ଓ ଉତ୍ତମ ଯାତ୍ରା ଅଭିଜ୍ଞତା ପାଇଁ ପ୍ରତିବଦ୍ଧ ।