LIVE TV

ପୋଲିସକୁ ବଡ଼ ସଫଳତା, ବନ୍ଧୁକ ଛାଡ଼ିଲେ ୨୭ ମାଓବାଦୀ

NEWS7
mao

ମାଲକାନଗିରି ୧୫।୧୦ : ଛତିଶଗଡ ସୁକୁମା ଜିଲ୍ଲା ପୋଲିସକୁ ବଡ ସଫଳତା । ୨୭ ଜଣ ମାଓବାଦୀ ବନ୍ଧୁକ ଛାଡି ସୁକୁମା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଜଣେ କେନ୍ଦ୍ରୀୟ କମିଟି ସଦସ୍ୟ, ୧୫ ଜଣ ଦଳୀୟ ସଦସ୍ୟ ଏବଂ ୧୧ ଜଣ ଛାମୁଆ ସଂଗଠନର ସକ୍ରିୟ ସଦସ୍ୟ ରହିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ୧୭ ଜଣ ପୁରୁଷ ଓ ୧୦ ଜଣ ମହିଳା ମାଓବାଦୀ ରହିଛନ୍ତି । ଛତିଶଗଡ ସରକାରଙ୍କ ନକ୍ସଲ ଆତ୍ମସମର୍ପଣ ପୁନର୍ବାସ ନୀତି ଯୋଜନା ଦ୍ୱାରା ପ୍ରଭାବିତ ହୋଇ ଏମାନେ ଆତ୍ମସମର୍ପଣ କରିଛନ୍ତି । ସମସ୍ତ ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ସରକାରଙ୍କ ନୂତନ ପୁନର୍ବାସ ନୀତି, "ଛତିଶଗଡ଼ ନକ୍ସଲ ଆତ୍ମସମର୍ପଣ ପୁନର୍ବାସ ନୀତି - ୨୦୨୫" ଅନୁଯାୟୀ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ହାରରେ ପ୍ରୋତ୍ସାହନ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ସୁକୁମା ଏସପି କହିଛନ୍ତି ।