News7 Logo

ଆତ୍ମସମର୍ପଣ କଲେ ୨୦ ହାର୍ଡକୋର ମାଓବାଦୀ, ବଡ଼ ବଡ଼ ହିଂସାକାଣ୍ଡରେ ଥିଲେ ସାମିଲ

NEWS7

ମାଲକାନଗିରି ୩୯: ଛତିଶଗଡ ସୁକମା ଜିଲ୍ଲାରେ ପୋଲିସକୁ ମିଳିଲା ବଡ଼ ସଫଳତା । ୩୩ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ୨୦ ଜଣ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲପନ୍ଥୀଙ୍କ ମଧ୍ୟରେ ୧୦ ଜଣ ମହିଳା ମାଓବାଦୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ମାଓବାଦୀ ବଡ଼ ବଡ଼ ହିଂସାକାଣ୍ଡରେ ସାମିଲ ଥିଲେ । ଦୁଇ ଜଣ ମାଓ ନେତାଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ହେଲେ ଛତିଶଗଡରେ ଏବେ ଅପରେସନ ମନସୁନ ଜୋରଦାର ଚାଲିଥିବା ବେଳେ ଭୟଭୀତ ମାଓ ସଂଗଠନ ଏବେ ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ସୁକୁମା ଏସ୍‌ପି କିରଣ ଚୌହାନଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବ ବୋଲି ସୁକୁମା ଏସ୍‌ପି କହିଛନ୍ତି ।