LIVE TV

ରାସ୍ତାରେ ଯାଉଥିବା ବେଳେ ହଠାତ ଜଳିଗଲା ଗଲା ଯାତ୍ରୀବାହୀ ବସ୍‌: ୨୦ ଜଣଙ୍କ ମୃତ୍ୟୁ, ୧୬ ଗୁରୁତର

NEWS7
private bus travelling from Jaisalmer to Jodhpur caught fire

ଯୋଧପୁର: ରାଜସ୍ଥାନ ଯୋଧପୁରରେ ଭୟଙ୍କର ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍‌ରେ ହଠାତ୍ ନିଆଁ ଲାଗିଯିବାରୁ ଏଥିରେ ୨୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ନିଆଁରେ ପୋଡ଼ି ହୋଇ ୧୬ ଗୁରତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପୋଖରାନ ବିଜେପି ବିଧାୟକ ଘଟଣା ବିଷୟରେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି। ମଙ୍ଗଳବାର ଏକ ଘରୋଇ ବସ୍‌ ରାଜସ୍ଥାନ ଜୟସଲମେରରୁ ଯୋଧପୁର ଅଭିମୁଖେ ଯାଉଥିବା ବେଳେ ହଠାତ ଜଳିଯାଇଥିଲା ବୋଲି ସେ କହିଛନ୍ତି।

ପୁଲିସର ସୂଚନା ଅନୁସାରେ, ବସ୍ ଟି ୫୭ ଜଣ ଯାତ୍ରୀଙ୍କୁ ନେଇ ଅପରାହ୍ନ ପ୍ରାୟ ୩ଟାରେ ଜୈସଲମେର ଛାଡିଥିଲା। ଜୈସଲମେର-ଯୋଧପୁର ରାଜପଥରେ ଯାଉଥିବା ବେଳେ ବସ୍‌ର ପଛ ଭାଗରୁ ଧୂଆଁ ବାହାରିଥିଲା। ଡ୍ରାଇଭର ଏହା ଜାଣିପାରି ରାସ୍ତା କଡ଼ରେ ବସ୍ ଅଟକାଇଥିଲେ। ହେଲେ କିନ୍ତୁ କେଇ ସେକେଣ୍ଡ ଭିତରେ ହଠାତ୍‌ ନିଆଁ ସମ୍ପୂର୍ଣ୍ଣ ଗାଡ଼ିକୁ ଗ୍ରାସ କରିଯାଇଥିଲା। ଏହାପରେ ବସ୍‌ରେ ବସିଥିବା ଯାତ୍ରୀ ପ୍ରାଣ ବିକଳରେ ବସ୍‌ରୁ ବାହାରିବାକୁ ଚେଷ୍ଟା କରିଥିଲେ। ଧୂଆଁ ସହିତ ନିଆଁ ବଳୟ ସହିତ ୨୦ ଜଣ ଯାତ୍ରୀ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ଏଥିରେ୧୬ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ବସ୍‌ରେ ନିଆଁ ଲାଗିବା ପରେ ହଠାତ୍ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଅଗ୍ନିସମ ବାହିନୀ ମଧ୍ୟ ତୁରନ୍ତ ସେଠାରେ ପହଞ୍ଚି ନିଆଁଲିଭା କାର୍ଯ୍ୟ ସହ ଉଦ୍ଧାର କାର୍ଯ୍ୟ କରିଥିଲା। ଆହତ ଯାତ୍ରୀମାନଙ୍କୁ ପ୍ରଥମେ ଜୈସଲମେରର ଜବାହାର ହସ୍ପିଟାଲକୁ ନିଆଯାଇଥିଲା, ଏବଂ ଗୁରୁତର ଆହତ ୧୬ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଯୋଧପୁରର ଏକ ହସ୍ପିଟାଲକୁ ପଠାଯାଇଛି। ସର୍ଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି। ଏ ବିଷୟରେ ଅଧିକ ତଦନ୍ତ ଜାରି ରହିଛି।  

ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି ରାଜସ୍ଥାନର ଜୈସଲମେରରେ ଏକ ଦୁର୍ଘଟଣାରେ ଜୀବନହାନୀ ଯୋଗୁ ମୁଁ ମର୍ମାହତ। ଏହି କଷ୍ଟକର ସମୟରେ ମୋର ସମବେଦନା ପୀଡ଼ିତ ଲୋକ ଏବଂ ସେମାନଙ୍କ ପରିବାର ସହିତ ରହିଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।

ଏଥିସହିତ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (PMNRF)ରୁ ୨ ଲକ୍ଷ ଟଙ୍କା ଆହତମାନଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।  

ଜୈସଲମେର ଜିଲ୍ଲା ପ୍ରଶାସନ ସୂଚନା ଅନୁସାରେ, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇଥିଲା। ସମସ୍ତ ଆହତ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ନିଶ୍ଚିତ କରିବାକୁ ଜିଲ୍ଲା କଲେକ୍ଟର ପ୍ରତାପ ସିଂହ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିଏବଂ ପ୍ରଭାବିତଙ୍କ ବିଷୟରେ ସୂଚନା ଚାହୁଁଥିବା ପରିବାର ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।

ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ପାଇଁ ଜୟସଲମେରରେ ପହଞ୍ଚିଥିଲେ। ସେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ସହାୟତା କରିଥିବା ସେନା କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି