Live Live
LIVE

ବିଶ୍ୱକପ୍‌ ଫାଇନାଲରେ ଗର୍ବର ମୁହୂର୍ତ୍ତ: ରାଷ୍ଟ୍ରୀୟ ଗାନ ବେଳେ ମୈଦାନରେ ଦେଖିବାକୁ ବାପା-ପୁଅ ବଣ୍ଡିଂ

NEWS7
2-explosive-loaded-truck-seized-in-koraput

ନୂଆଦିଲ୍ଲୀ ୦୯/୦୩: ସରିଛି T-20 ବିଶ୍ୱକପ୍ । ବିଜୟ ସହ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ସାକ୍ଷୀ ରହିଥିଲା ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ପୁରା ଖଚାଖଚ ଭିଡ । ଲାଗିଥିଲା ତାରକାଙ୍କ ଗହଳି । ନୂଆ ଅଧ୍ୟାୟ ଯୋଡ଼ି ଲଗାତାର ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବାର ଗୌରବ ଗାଥା ବି ଲେଖିଛି। ଆକ୍ରମଣ, ଆଧିପତ୍ୟ ଓ ଆତ୍ମବିଶ୍ବାସର ଅପୂର୍ବ ସମନ୍ବୟରେ ତୃତୀୟ ଥର ଫଟାଫଟ୍ କ୍ରିକେଟ୍ ବିଶ୍ବକପ୍ ଜିତିବାରେ କମାଲ କରିଛି।

ହାଇଭୋଲ୍ଟେଜ୍ ଫାଇନାଲ୍ ଟକ୍କରରେ ଏକତରଫା ବିଜୟ ହାସଲ କରି ନିଜ ଶ୍ରେଷ୍ଠତ୍ବକୁ ଆଉ ଥରେ ପ୍ରମାଣିତ କରିଛି। ଅହମଦାବାଦର ମୋଟେରା ଷ୍ଟାଡିୟମ୍ରେ ରବିବାର ଖେଳାଯାଇଥିବା ଏହି ମହାମୁକାବିଲାରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇଛି ଟିମ୍ ଇଣ୍ଡିଆ। ଟିମ୍ ଇଣ୍ଡିଆର ଏହି ସ୍ବର୍ଣ୍ଣିମ ଓ ସ୍ମରଣୀୟ ସଫଳତା ପରେ ସାରା ଭାରତ ଉତ୍ସବ ମୁଖର ହୋଇଉଠିଛି।ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ମୈଦାନରେ ଛାଇଯାଇଥିଲେ ୟର୍କର କିଙ୍ଗ ଓ ଜୁନିୟର ବୁମରାହ ।

ସମସ୍ତଙ୍କ ନଜର ଥିଲା ବାପ-ପୁଅ ଯୋଡିଙ୍କ ଉପରେ । କାରଣ ଜଣେ ବାପା ହିସାବରେ ଜସ୍ପ୍ରୀତି ବୁମରାଙ୍କ ପାଇଁ ଗୌରବର ମୂହୁର୍ତ୍ତ । ଏକାଠି ଜାତୀୟ ସଂଗୀତ ଗାନ ସମୟରେ ନଜର ଆସିଥିଲେ ଉଭୟ । ଯଦିଓ କୁନି ପୁଅ ଗାଇପାରିନଥିଲେ କିନ୍ତୁ ବାପାଙ୍କୁ ଚିଅର ଅପ୍ କରିଥିଲେ ପୁଅ ଅଙ୍ଗଦ । କାରଣ ନିୟମ ରହିଛି ସବୁ ଦେଶର ରାଷ୍ଟ୍ରୀୟ ଗାନ ସମୟରେ ଖେଳାଳିଙ୍କ ସହ ନଜର ଆସନ୍ତି କୁନି କୁନି ପିଲା । ଆଉ ଏଥର ଫାଇଲାନ ଫାଇଟ୍‌ରେ ବାପାଙ୍କ ସହ ହାତରେ ହାତ ମିଳାଇ କ୍ରିକେଟ ମୈଦାନକୁ ଆସିଥିଲେ ଜୁନିୟର ବୁମରାହ ।

ବାହାରେ ଥାଇ ଏସବୁକୁ କ୍ୟାମେରା ଲେନ୍ସରେ କଏଦ କରିଥିଲେ ମାଆ ସ୍ପୋର୍ଟ୍ସ ଆଙ୍କର ସଞ୍ଜନା ଗଣେଷନ ।୨୦୨୬ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ବିଶ୍ୱକପ୍ ଫାଇନାଲ୍ରେ କମାଲ କରିଥିଲେ ୟର୍କର କିଙ୍ଗ । ୪ ଓ୍ୱିକେଟ ନେଇ ଦେଇଥିଲେ ମାତ୍ର ୧୫ ରନ୍ । ଏହା ସହ ଫାଇନାଲର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ତେବେ ମ୍ୟାଚ୍ ବିଜୟ ପରେ ବୁମରାହ ତାଙ୍କ ପୁଅ ଓ ପତ୍ନୀ ସଞ୍ଜନା ଗଣେସନଙ୍କ ସହିତ ପଡ଼ିଆରେ ଉତ୍ସବ ପାଳନ କରିଥିଲେ।୨୦୨୩ ବୁମରାହଙ୍କ ହୋମ୍ ଗ୍ରାଉଣ୍ଡ ଅହମ୍ମଦାବାଦରେ ଏକଦିବସୀୟ ବିଶ୍ୱକପ୍ ଫାଇନାଲ ହାରିଥିଲା ଟିମ୍ ଇଣ୍ଡିଆ ।

​​​​​​​

ତେବେ ପରାଜୟ ଦୁଃଖର ତିନି ବର୍ଷ ପରେ, ସେହି ଗ୍ରାଉଣ୍ଡରେ ଜସ୍ସି ରଚିଛନ୍ତି କୀର୍ତ୍ତିମାନ । ଏଥର ବିଜୟର ସେ ଥିଲେ ରିଅଲ ହିରୋ ।୮୬,୦୦୦ ରୁ ଅଧିକ ପ୍ରଶଂସକଙ୍କ ସମ୍ମୁଖରେ, ବୁମରାହ ୧୫ ରନରେ ୪ ୱିକେଟ୍ ନେଇ କ୍ୟାରିୟରର ସର୍ବୋତ୍ତମ ଟି୨୦ ପ୍ରଦର୍ଶନ କରିଥିଲେ । ଯାହା ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଦମଦାର ବିଜୟ ପ୍ରଦାନ କରିଥିଲା । ଫାଇନାଲର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦାବିଦାର ସାଜିଥିଲେ ।