News7 Logo

ଉପରାଷ୍ଟ୍ରପତି ନିର୍ବାଚନ: NDAର ଖେଳ ବିଗାଡି ପାରନ୍ତି ୧୩୩ ସାଂସଦ, ବଢୁଛି ବିରୋଧୀଙ୍କ ଆତ୍ମବିଶ୍ୱାସ

NEWS7
gfx

ନୂଆଦିଲ୍ଲୀ ୭।୯: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ଦେଶର ରାଜନୀତିକୁ ଦୋହଲାଇ ଦେଇଛି। ଉପରାଷ୍ଟ୍ରପତି ନିର୍ବାଚନ ସିଧାଶଳଖ ଜନତାଙ୍କ ଦ୍ୱାରା ହୋଇନଥାଏ। ତେବେ ଧନଖଡ଼ ଇସ୍ତଫା ଦେବା ପରେ ଅଚାନକ ରାଜନୈତିକ ଦୃଶ୍ୟପଟରୁ ଉଭାନ ହୋଇଯିବା ନିର୍ବାଚନ ପ୍ରତି ଜନତାଙ୍କ ଋଚି ବଢି ଯାଇଛି। ଏବେ ସମସ୍ତଙ୍କ ନଜର ଦେଶର ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ଉପରେ। ଏଥିରେ ଦେଶର ଉପରାଷ୍ଟ୍ରପତି ବାଛିବା ପ୍ରକ୍ରିୟା ଦ୍ରୁତ ହୋଇଛି।

ସପ୍ଟେମ୍ବର ୯ ତାରିଖ ଦିନ ଉପରାଷ୍ଟ୍ରପତି ପଦବୀ ନିମନ୍ତେ ନିର୍ବାଚନ ହେବ। ଏଥି ପାଇଁ ଏନଡିଏ ସି.ପି. ରାଧାକୃଷ୍ଣନଙ୍କୁ ଓ ଇଣ୍ଡି ମେଣ୍ଟ ବି.ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି। ଏମିତିରେ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ସମ୍ଭାନା ପ୍ରବଳ, କିନ୍ତୁ ଇଣ୍ଡିମେଣ୍ଟର ଆତ୍ମବିଶ୍ୱାସ ମଧ୍ୟ କମ୍ ନୁହେଁ। ସେପ୍ଟେମ୍ବର ୬ ତାରିଖଦିନ ବିରୋଧୀ ଦଳଙ୍କ ପ୍ରାର୍ଥୀ ରେଡ୍ଡୀ ଏକ କାର୍ଯ୍ୟକ୍ରମରେ ତାଙ୍କର ବିଜୟ ୧୦୦% ନିଶ୍ଚିତ ବୋଲି କହିଛନ୍ତି। ଏହା ପଛରେ ଏକ କାରଣ ୧୩୩ ସାଂସଦ ବୋଲି ଏବେ ମନେ କରାଯାଉଛି।

ବର୍ତ୍ତମାନ ଲୋକସଭାରେ ୫୪୨ ଓ ରାଜ୍ୟସଭାରେ ୨୪୦ ସାଂସଦ ଅଛନ୍ତି। ଅର୍ଥାତ ସଂସଦରେ ମୋଟ ୭୮୨ ସଦସ୍ୟ ଅଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ଲାଗି ୩୯୨ ଭୋଟର ଆବଶ୍ୟକତା ପଡିବ। ଏନଡିଏ ପ୍ରାର୍ଥୀଙ୍କୁ ୪୨୭ ସଦସ୍ୟଙ୍କ ସିଧା ସମର୍ଥନ ମିଳିବ। ଏଥିରେ ତାଙ୍କୁ ଲୋକସଭାରୁ ୨୯୩ ଓ ରାଜ୍ୟସଭାରୁ ୧୩୪ ସଦସ୍ୟଙ୍କ ସମର୍ଥନ ମିଳିବ। ହେଲେ ଏ ପର୍ଯ୍ୟନ୍ତ ସଂସଦର ୧୩୩ ସାଂସଦଙ୍କୁ କୌଣସି ପକ୍ଷରେ ଦେଖାଯାଉନି।

ଏମାନେ ସେହି ସାଂସଦ ଯେଉଁମାନେ ବିରୋଧୀଙ୍କୁ ଲୋଭେଇବାକୁ ଚେଷ୍ଟା କରିପାରନ୍ତି। ଏହି ସାଂସଦମାନଙ୍କ କାରଣରୁ ଇଣ୍ଡିମେଣ୍ଟ ପ୍ରାର୍ଥୀ ତାଙ୍କ ବିଜୟ ୧୦୦% ସୁନିଶ୍ଚିତ ବୋଲି ଧରି ନେଇଛନ୍ତି। ବିରୋଧୀ ଦଳ ପ୍ରାର୍ଥୀଙ୍କୁ ବହୁମତ ପାଇବା ପାଇଁ ମାତ୍ର ୩୭ଟି ଭୋଟର ଆବଶ୍ୟକତା ପଡୁଛି। ଏଥି ପାଇଁ ବିପକ୍ଷଙ୍କୁ ନିଜ ପକ୍ଷରେ ନେବା ପାଇଁ ୧୩୩ ସାଂସଦଙ୍କ ବ୍ୟାକଅପ ରହିଛି।