ବିବାହ ବିଚ୍ଛେଦ ପରେ ସରିନି ପ୍ରେମ, ମେଲିଣ୍ଡାଙ୍କୁ ୭.୯ ବିଲିୟନ ଡଲାର ଦେଲେ ବିଲ୍ ଗେଟ୍ସ

NEWS7
1209-people-have-died-in-human-elephant-conflicts-in-the-last-10-years

ନୂଆଦିଲ୍ଲୀ ୧୩/୦୧: ବିବାହ ବିଚ୍ଛେଦ ହୋଇ ସାରିଛି । ପରସ୍ପରକୁ ଦେଇଛନ୍ତି ଛାଡପତ୍ର । ତଥାପି ମନରେ ସରିନି ପ୍ରେମ । ଯାହା ଦେଖିବାକୁ ମିଳିଛି ବିଶ୍ୱର ଦିନେ ଏକ ନମ୍ବର ଧନି ଥିବା ବିଲ୍ ଗେଟସଙ୍କ ଜୀବନରେ । ସେ ପୂର୍ବତନ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କ ଅଧିନରେ ଥିବା ଏକ ଏନଜିଓକୁ.ବିଲିୟନ ଡଲାର ପ୍ରଦାନ କରିଛନ୍ତି । ଏହାସହ ବଡ ଦାନୀ ତାଲିକାରେ ନିଜକୁ ସାମିଲ କରିଛନ୍ତି । ଏହି ଅର୍ଥ ମେଲିଣ୍ଡା ଗେଟ୍ସଙ୍କ ସଂସ୍ଥା ଚାରିଟି କାର୍ଯ୍ୟକ୍ରମରେ ବ୍ୟବହାର କରିବ ।

୨୦୨୪ରେ ମେଲିଣ୍ଡାଙ୍କ ଅଧିନରେ ଥିବା ଫିଭୋଟାଲ୍ ଫିଲାନଥ୍ରୋଫିସ୍ ଫାଉଣ୍ଡେସନକୁ ଏହି ଅର୍ଥ ଦାନ କରାଯାଇଛି । ଏହି ସଂସ୍ଥା ଆୟକର ଟିକସ ନିୟମରୁ ବାହାରେ ରହିଛି । ତେବେ ଅର୍ଥଦାନ ପରେ ଏହା ବିଶ୍ୱର ସବୁଠୁ ବଡ ବେସରକାରୀଚାରିଟି ଭାବେ ପରିଚୟ ଲାଭ କରିଛି ।

ବିଚ୍ଛେଦ ପରେ ଚୁକ୍ତି

୨୦୨୪ରେ ଅର୍ଥଦାନ ନେଇ ଚୁକ୍ତି ହୋଇଥିଲା । ବିଲ୍ ଏବଂ ମେଲିଣ୍ଡାଙ୍କ ବିଚ୍ଛେଦ ପରେ ଚୁକ୍ତିରେ ଉଭୟ ରାଜି ହୋଇଥିଲେ । ମେଲିଣ୍ଡା ବିଲଙ୍କ ସହ ମିଳିତ ଭାବେ ଚଳାଥିବା ଚାରିଟିରୁ ଅଲଗା ହେବାକୁ ଘୋଷଣା କରିଥିଲେ । ଯାହାକୁ ଉଭୟ ଦୀର୍ଘ ବର୍ଷ ତଳେ ଗଢିଥିଲେ ।୨୦୨୧ରେ ଉଭୟ ଅଲଗା ହୋଇଥିଲେ ମଧ୍ୟ ଅନେକ ସମୟରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳେ ।

ପିଭୋଟାଲ୍ ଫାଉଣ୍ଡସେନର ମୁଖପାତ୍ର କହିଛନ୍ତି ଯେ, ଏବେ.ବିଲିୟନ ଡଲାର ଅର୍ଥ ମିଳିଛି । ଚୁକ୍ତି ଅନୁସାରେ ସମସ୍ତ କାର୍ଯ୍ୟ ହେଉଛି ।

ପିଭୋଟାଲ୍ ଫାଉଣ୍ଡସେନର କାମ କଣ

୨୦୨୧ରେ ଉଭୟ ଦମ୍ପତ୍ତି ଅଲଗା ହେଲା ପରେ୨୦୨୨ରେ ପିଭୋଟାଲ୍ ଫାଉଣ୍ଡସେନ୍ ପ୍ରତିଷ୍ଠା କରିଥିଲେ ମେଲିଣ୍ଡା ।୨୦୨୪ରେ ଏହା୮୭୫ମିଲିୟନ ଡଲାର ବିଭିନ୍ନ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିଛି । ଆମେରିକା ସମେତ ଅନ୍ୟ ଦେଶରେ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଛି ସଙ୍ଗଠନ ।

ସୂଚନାଯୋଗ୍ୟ, ଏବେ ବିଲ୍ ଏତେ ପରିମାଣର ଅର୍ଥ ଦାନ କରିବା ପରେ ତାଙ୍କର ମୋଟ୍ ସମ୍ପତ୍ତି୧୧୮ବିଲିୟନ ଡଲାରରେ ପହଁଚିଛି । ସେହିପରି ମେଲିଣ୍ଡାଙ୍କ ପାଖରେ ମୋଟ୍୧୭.ବିଲିୟନ ଡଲାରର ସମ୍ପତ୍ତି ରହିଛି ।