LIVE TV

ଏସ୍‌ଆଇ ପରୀକ୍ଷା ମହାଦୁର୍ନୀତିର ଖୋଲୁଛି ଗୁମର, ମୁଖ୍ୟ ଖଳନାୟକଙ୍କୁ ଖୋଜୁଛି କ୍ରାଇମ ବ୍ରାଞ୍ଚ

NEWS7
police scam

ଭୁବନେଶ୍ୱର ୦୪/୧୦: ପୋଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି ନେଇ ତନାଘନା ଜୋର ଧରିଛି ।  ଘଟଣାରେ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସହ ୩ ଜଣ ଦଲାଲ ମୋଟ ୧୧୭ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏବେ ଗୋଟିଏ ପରେ ଗୋଟିଏ ଖିଅ ମିଳିବାରେ ଲାଗିଛି । ଘଟଣାରେ ୭ ଜଣଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।

ଦୁର୍ନୀତି ପଛରେ ଦୁଇ କାର୍ପଟଦାରଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଜଣେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗ୍ରାମର ଶଙ୍କର ପୃଷ୍ଟି ଓ ଅନ୍ୟ ଜଣେ  ମୁନା ମହାନ୍ତି । ଏହି ଦୁଇ ନାଁ କୁ ନେଇ ଏବେ ସାରା ଓଡ଼ିଶାରେ ଚହଳ ପଡ଼ିଛି । ଶଙ୍କର ପୃଷ୍ଟି ହେଉଛି ପଞ୍ଚସଫ୍ଟ ଟେକ୍ ପ୍ରାଇଭେଟ୍ ଲିମିଟେଡର ମୁଖ୍ୟ ।

ପଞ୍ଚସଫ୍ଟ ହେଉଛି ସେହି ସଂସ୍ଥା ଯିଏ ଏହି ପରୀକ୍ଷା ପରିଚାଳନା କରିଥାନ୍ତା । ତେବେ ପୂର୍ବରୁ ମଧ୍ୟ ଶଙ୍କର ପୃଷ୍ଟିଙ୍କ ନାମରେ ଜାଲ ସା୍ଟିଫିକେଟ ଓ ଚାକିରି ଜଳିଆତୀର ମାମଲା ରହିଛି । ଏମିତିକି ୨୦୧୭ ମସିହାରେ ବୁଲୁ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାର ସେ ମୁଖ୍ୟ ଅଭିଯୁକ୍ତ ରହିଥିବା ବେଳେ ତାଙ୍କ ନାଁ ରେ ହିଞ୍ଜିଳି ଥାନାରେ ୩୮/୧୭ ରେ ମାମଲା ରୁଜୁ ହୋଇଛି ।