କଟକରେ ଗୁଳିମାଡ଼, ଯୁବକଙ୍କ ମୃତ୍ୟୁ; କାରଣ ଖୋଜୁଛି ପୋଲିସ

NEWS7
ଭିଜିଲାନ୍ସ-ଜାଲରେ-କୋଟିପତି

କଟକ: କଟକ ସହରରେ ବୁଧବାର ଆସିଛି ବଡ଼ ଖବର। ଗୁଳିକାଣ୍ଡରେ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସହରର ନୂଆପଡ଼ା ପ୍ରେସ କଲୋନୀରେ ଘଟିଛି। ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ହେଉଛି ସୌମ୍ୟ ରଞ୍ଜନ ଜେନା ଓରଫ ରିଙ୍କୁ। ଗୁରୁତର ଅବସ୍ଥାରେ ରିଙ୍କୁଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଳିମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

Updating...