ଅଦ୍ଭୁତ ପ୍ରତିଶୋଧ: ସ୍ବାମୀର ପରକୀୟା ପ୍ରିତିରେ ଅତିଷ୍ଠ ସ୍ତ୍ରୀ ମଧ୍ୟ ରଖିଲା ପରପୁରୁଷ ସହ ସମ୍ପର୍କ, ସ୍ବାମୀକୁ ବାନ୍ଧି ଦେଇ ସ୍ବାମୀ ସମ୍ମୁଖରେ ବୟଫ୍ରେଣ୍ଡ୍‌ ସହ କଲା ହନୀମୁନ୍

Published By : Prameya-News7 Bureau | November 20, 2019 IST

ନ୍ୟୁୟର୍କ: ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସାମାଜିକ ଅବକ୍ଷୟର ଏକ ଚରମ ଉଦାହରଣ ସମସ୍ତଙ୍କୁ ଆନ୍ଦୋଳିତ କରିଛି । ସ୍ବାମୀ ପରକୀୟା ସମ୍ପର୍କ ରଖିଥିବା ଜାଣିବା ପରେ ଏଥିରୁ ନିବୃତ୍ତ ହେବାଲାଗି ସ୍ତ୍ରୀ ବାରମ୍ବାର ସ୍ବାମୀକୁ ତାଗିଦ କରିଆସୁଥିଲେ । ହେଲେ ସ୍ବାମୀ ପରକୀୟା ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଟାଣିବା ବଦଳରେ ସ୍ତ୍ରୀ କୁ ଅଧିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା ।

ଏ ସମ୍ପର୍କରେ ସୁଜୀ ନାମକ ସଂପୃକ୍ତ ମହିଳା ଥାନାରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ସଂପୃକ୍ତ ମହିଳା ନିଜ ସ୍ବାମୀ ବ୍ରାଡଙ୍କୁ ଛାଡପତ୍ର ଦେବାଲାଗି ମନ ସ୍ଥିର କରିଥିଲେ । ହେଲେ ତା ପୂର୍ବରୁ ନିଜ ସ୍ବାମୀଙ୍କୁ ଶିକ୍ଷା ଦେବା ଲାଗି ଏକ ଯୋଜନା ପ୍ରସ୍ତୁତ କରିଥିଲେ ।

ମହିଳା ଅନ୍ୟଜଣେ ପୁରୁଷ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ । ନିଜ ପ୍ରେମିକଙ୍କ ସହାୟତାରେ ନିଜ ଘରଭିତରେ ସ୍ବାମୀଙ୍କୁ ଖଟର ଖୁରାରେ ବାନ୍ଧିଦେଇଥିଲେ । ଏହାପରେ ମହିଳା ନିଜ ପୁରୁଷ ବନ୍ଧୁଙ୍କ ସହ ସେହି ଖଟରେ ହନୀମୁନ କରିଥିଲେ । ବନ୍ଧା ହୋଇଥିବା ସ୍ବାମୀ ଶୋଇପଡିବାକୁ ଚେଷ୍ଟା କଲେ ସୁଜି ତାଙ୍କ ଉପରେ ପାଣିପକାଇ ଉଠାଉଥିଲେ ଆଉ ନିଜ ପୁରୁଷ ବନ୍ଧୁଙ୍କ ସହ ରୋମାନ୍ସ କରୁଥିଲେ ।

ପରଦିନ ସକାଳେ ବ୍ରାଡ ନିଜ ସ୍ତ୍ରୀ ସୁଜିଙ୍କ ବିରୋଧରେ ତାଙ୍କୁ ମାଡ ମାରିବା ଓ ନିର୍ଯ୍ୟାତନା ଦେବା ଅଭିଯୋଗ ପୋଲିସ ନିକଟରେ କରିଥିଲେ । ପୋଲିସ ସୁଜି ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଥାନାରେ ଅଚକ ରଖି ଜେରା କରିବା ପରେ ଛାଡି ଦେଇଛି । ସୁଜି ଓ ବ୍ରାଡ ଦକ୍ଷିଣ ଆଫ୍ରିକାର ମୂଳ ବାସିନ୍ଦା । ବ୍ରାଡ ଜଣେ ହୋଟେଲ ବ୍ୟବସାୟୀ ।ସୁଜି ମଧ୍ୟ  ହୋଟେଲ ବ୍ୟବସାୟ ସହ ସଂପୃକ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.