AJIOର ସ୍ୱତନ୍ତ୍ର କଲେକ୍ସନ୍‌ର ଶୁଭାରମ୍ଭ: ଚର୍ଚ୍ଚିତ ସିରିଜ୍ ହୀରାମଣ୍ଡି ସହ ରହିଛି କନେକ୍ସନ

Published By : Prameya-News7 Bureau | April 26, 2024 IST

ବେଙ୍ଗାଲୁରୁ / ଭୁବନେଶ୍ୱର : ଭାରତର ଅଗ୍ରଣୀ ଫ୍ୟାଶନ୍ ଇ-ଟେଲର୍ ଆଜିଓ ପକ୍ଷରୁ ନେଟଫ୍ଲିକ୍ସ ଏବଂ ସଞ୍ଜୟ ଲୀଲା ଭନସାଲୀଙ୍କ ଚର୍ଚିତ ସିରିଜ୍ ହୀରାମଣ୍ଡି: ଦ ଡାଏମଣ୍ଡ ବଜାର ଦ୍ୱାରା ଅନୁପ୍ରାଣିତ ଏକ ସ୍ୱତନ୍ତ୍ର କଲେକ୍ସନ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । ଆଜିଓ ଦ୍ୱାରା ହାଉସ୍ ଅଫ୍ ଏଥନିକ୍ସ ଅଧୀନରେ ଉପସ୍ଥାପିତ ହୋଇଥିବା ଏହି ସୀମିତ ସଂସ୍କରଣ ସଂଗ୍ରହ ଗ୍ରାହକଙ୍କ ପାଇଁ ଏହି ଧାରାବାହିକ ଦ୍ୱାରା ଅନୁପ୍ରାଣିତ ୨୫୦ ରୁ ଅଧିକ ଶୈଳୀର ଏଥିନିକ ପୋଷାକ କିଣିବାର ସୁଯୋଗ ନେଇଆସିଛି ।

ଏହି ନୂଆ କଲେକ୍ସନ ହୀରାମଣ୍ଡି ସିରିଜରେ ବ୍ୟବହୃତ ରଙ୍ଗ, ସିଲୁଇଟ୍‌, ପୋଷାକ ଏବଂ ଅଳଙ୍କାର ଦ୍ୱାରା ଅନୁପ୍ରାଣିତ ହୋଇଛି । ଏହି ରେଞ୍ଜରେ ଶୁଦ୍ଧ ରେଶମ, ଟିସୁ, ଜର୍ଜେଟ୍ ଏବଂ ବ୍ରୋକେଡ୍ ପରି ପୋଷାକ ଅନ୍ତର୍ଭୁକ୍ତ ରହିଛି, ଯାହା ଦୁନିଆର ସମ୍ପନ୍ନତାକୁ ପ୍ରତିପାଦିତ କରୁଛି ଏବଂ ନେଟଫ୍ଲିକ୍ସ ଓ ସଞ୍ଜୟ ଲୀଲା ଭନସାଲୀଙ୍କ ଏହି ସିରିଜରେ ପୁନଃ ସୃଜନ କରାଯାଇଛି ।

ଏଥିରେ ବିଶେଷ ଭାବରେ ହସ୍ତତନ୍ତ ନିର୍ମିତ ପାରମ୍ପରିକ ଡବକା ଏମ୍ବ୍ରୋଡୋରୀ, ପାର୍ସୀ ଏମ୍ବ୍ରୋଡୋରୀ, ବିଡ୍ ୱାର୍କ ସହିତ ସିରିଜ୍ ଦ୍ୱାରା ଅନୁପ୍ରାଣିତ ଡିଜିଟାଲ୍ ପ୍ରିଣ୍ଟ୍ ମଧ୍ୟ ରହିଛି । ମହିଳା ଆଧାରିତ କଲେକ୍ସନରେ ଶରାରା, କୁର୍ତ୍ତା ସୁଟ୍ ସେଟ୍‌, ଲେହେଙ୍ଗା ଏବଂ ଶାଢ଼ୀ ସାମିଲ ରହିଛି ଯାହାର ମୂଲ୍ୟ ୪,୦୦୦ ଟଙ୍କାରୁ ଆରମ୍ଭ କରି ୧,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏଥିସହ, ଏହି କଲେକ୍ସନରେ ଶୋ’ର ପ୍ରମୁଖ ମହିଳା ଚରିତ୍ରମାନଙ୍କ ପରିହିତ ସଞ୍ଜୟ ଲୀଲା ଭନସାଲୀଙ୍କ ଦଳ ଦ୍ୱାରା ଡିଜାଇନ୍ ହୋଇଥିବା ବଛା ବଛା ପୋଷାକର ଅଫିସିଆଲ୍ ପୁନ ସୃଜନ ମଧ୍ୟ ରହିବ ।

ଆଜିଓ ହାଉସ୍ ଅଫ୍ ଏଥନିକ୍ସ ହେଉଛି ଏକ କ୍ୟୁରେଟେଡ୍ ଷ୍ଟୋର ଯେଉଁଥିରେ ବିବା, ଇଣ୍ଡି ପିକ୍ସ, ନାଇରିକା, ରିତୁ କୁମାରଙ୍କ ପକ୍ଷରୁ ଆରକେ, ସତ୍ୟ ପଲ, ରିଭା, ଗ୍ଲୋବାଲ ଦେଶୀ, ଗୁଲମୋହର ଜୟପୁର, ସୋଚ ଏବଂ ଫାବ-ଇଣ୍ଡିଆ ଭଳି ପ୍ରମୁଖ ବ୍ରାଣ୍ଡ ରହିଛି । ୩ ଲକ୍ଷରୁ ଅଧିକ ଶୈଳୀ ଓ ଷ୍ଟାଇଲ ସହିତ, ଆଜିଓ ହାଉସ୍ ଅଫ୍ ଏଥନିକ୍ସ ସଜାତୀୟ ଫ୍ୟାଶନ କିଣାକିଣି ପାଇଁ ଭାରତର ସବୁଠାରୁ ପ୍ରିୟ ଗନ୍ତବ୍ୟସ୍ଥଳ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.