ନିଖୋଜ ଅଛନ୍ତି ‘ତାରକ ମେହତାକା ଉଲ୍ଟା ଚଷ୍‌ମା’ ଅଭିନେତା ଗୁରୁଚରଣ ଶୋଢ଼ୀ ! ଥାନାରେ ଏତଲା ଦେଲେ ବାପା

Published By : Prameya-News7 Bureau | April 26, 2024 IST

Indiatv

ନୂଆଦିଲ୍ଲୀ: ଲୋକପ୍ରିୟ ହାସ୍ୟ ଧାରାବାହିକ ‘ତାରକ ମେହତା କା ଉଲ୍ଟା ଚଷମା’ରେ ଅଭିନୟ କରିଥିବା ଗୁରୁଚରଣ ସିଂହ ଶୋଢ଼ୀ ନିଖୋଜ । ନିଖୋଜ ଖବରକୁ ନେଇ ତାଙ୍କ ଫ୍ୟାନ୍ସ ଏବଂ ସହ ଅଭିନେତାଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ସହ ସୋସିଆଲ ମିଡିଆରେ ଗତ ଚାରି ଦିନରୁ ଏନେଇ ଚର୍ଚ୍ଚା ହେଉଛି। 

ତେବେ ମିଳିଥିବା ସୂଚନା ଅନୁଯାୟୀ, ଗୁରୁଚରଣଙ୍କୁ ଶେଷ ଥର ପାଇଁ ଏପ୍ରିଲ ୨୨ରେ ଦିଲ୍ଲୀ ଏୟାରପୋର୍ଟରେ ଦେଖାଯାଇଥିଲା। ତାଙ୍କୁ ମୁମ୍ବାଇ ଘରକୁ ପହଞ୍ଚିବାର ଥିଲା। ଏହି ଘଟଣା ଜଣାପଡ଼ିବା ପରେ  ବେଶ୍‌ ଚର୍ଚ୍ଚା ହେଉଛି। ତାଙ୍କ ଫୋନ୍‌ ମଧ୍ୟ ବନ୍ଦ ରହିଛି। ସେପଟେ ନିଖୋଜ ଖବର ନେଇ ଗୁରୁଚରଣ ସିଂହଙ୍କ ବାପା ପୋଲିସରେ ନିଖୋଜ ଅଭିଯୋଗ କରିଛନ୍ତି। 

ସୂଚନାଥାଉକି, ଧାରାବାହିକରେ ଶୋଢ଼ୀ ଭୂମିକାରେ ନଜର ଆସିଥିଲେ ଗୁରୁଚରଣ। ନିଜର ଉତ୍କୃଷ୍ଟ ଅଭିନୟ ପାଇଁ ଦର୍ଶକଙ୍କୁ ପାଖରେ ସେ ବେଶ୍‌ ଲୋକପ୍ରିୟ ହେବା ସହ । ଦର୍ଶକଙ୍କ ମନରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଅବଶ୍ୟ ୨୦୨ରେ ସେ ଧାରାବାହିକରୁ ବିଦାୟ ନେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.