ଗୁରୁବାର ଓଡିଶା ଭୋଟ ପାଇଁ ବିଜ୍ଞପ୍ତି, ୧୩ରେ ୪ ଲୋକସଭା ଏବଂ ୨୮ ବିଧାନସଭା ସିଟ୍‌ରେ ହେବ ମତଦାନ

Published By : Prameya-News7 Bureau | April 18, 2024 IST

ଭୁବନେଶ୍ୱର ୧୮।୦୪: ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ । ଗେଜେଟ୍ ବିଜ୍ଞପ୍ତି ଜାରି ସହ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ । ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର ବ୍ରହ୍ମପୁର , କୋରାପୁଟ ଲୋକଭା ଆସନ ସହ ୨୮ ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ମେ ୧୩ରେ ଭୋଟ ଗ୍ରହଣ କରାଯିବ । 

ନିର୍ବାଚନ କମିଶନଙ୍କ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ , ଗୁରୁବାର ବିଜ୍ଞପ୍ତି ସହ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ । ପ୍ରାର୍ଥୀମାନେ ୨୫ ଯାଏଁ ନାମାଙ୍କନପତ୍ର ଦାଖଲ କରିପାରିବେ ।୨୬ରେ ନାମାଙ୍କନ ପତ୍ର ଯାଞ୍ଚ ହୋଇ ବୈଧ ତାଲିକା ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୨୯ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରାର୍ଥୀମାନା ନାମାଙ୍କନ ଦାଖଲ ବେଳେ ନିଜର ଏବଂ ପରିବାରଙ୍କ ସମ୍ପତ୍ତି ସହ ଅପରାଧିକ ମାମଲା ସଂପର୍କିତ ସତ୍ୟପାଠ ଦାଖଲ କରିବାକୁ ହେବ । ସାଂଦସ ପ୍ରାର୍ଥୀ ମାନେ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିବେ । ବିଧାୟକ ପ୍ରାର୍ଥୀମୋନେ ଉପଜିଲ୍ଲାପାଳ ତଥା ରିଟଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିବେ ।

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.