ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ପଡ଼ିଲା ମହଙ୍ଗା, ଚାକିରିରୁ ବହିଷ୍କୃତ ହେଲେ ଠିକା କର୍ମଚାରୀ

Published By : Prameya-News7 Bureau | April 30, 2024 IST

ଚାନ୍ଦବାଲି ୩୦।୪: ରାଜନୈତିକ ଦଳ କାର୍ଯ୍ୟକ୍ରମରେ ଯୋଗଦେବା ଚାନ୍ଦବାଲି ଜଳ ସମ୍ପଦ ବିଭାଗର ଜଣେ ଠିକା କର୍ମଚାରୀ ପରମେଶ୍ବର ମହାଳିକଙ୍କୁ ମହଙ୍ଗା ପଡ଼ିଛି । ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ବିଜେପି ପକ୍ଷରୁ ଜୟନ୍ତ କୁମାର ଜେନା ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ବାଣିଶ୍ରୀ ନାୟକ ସୂଚନା ଦେଇଛନ୍ତି । 

ଭଦ୍ରକ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଉକ୍ତ କର୍ମଚାରୀଙ୍କ ସମ୍ପର୍କରେ ଚଳିତ ମାସ ୨୨ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ପତ୍ର ସଂଖ୍ୟା ୬୨୧୫/୨୦୨୪ ଜରିଆରେ ତଥ୍ୟ ମଗାଯିବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଅଭିଯୋଗକାରୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଜନୈକ କର୍ମଚାରୀ ଏକ ରାଜନୈତିକ ଦଳର ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ଯାହାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। ଉକ୍ତ ଫଟୋ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗକାରୀ ଉପସ୍ଥାପନ କରିବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।

 You Can Read :

ବିଜେଡ଼ି ଛାଡ଼ିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ, ସ୍ବାଧୀନ ଭାବେ ଲଢିବେ ନିର୍ବାଚନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.