ଶ୍ରଦ୍ଧା କପୁରଙ୍କ ଆଗମୀ ଫିଲ୍ମକୁ ପ୍ରଡ୍ୟୁସ କରିବେ ପ୍ରେମିକ ରାହୁଲ ମୋଦି !

Published By : Prameya-News7 Bureau | April 30, 2024 IST

ମୁମ୍ଵାଇ ୩୦।୦୪: ତେଇଶରେ କେବଳ ଗୋଟିଏ ଫିଲ୍ମ ‘ତୁ ଝୁଠି ମେଁ ମକ୍କାର୍‌’ରେ  ନଜର ଆସିଥିଲେ ଶ୍ରଦ୍ଧା କପୁର । ଏ ବର୍ଷ କିନ୍ତୁ ଏକାଧିକ  ପ୍ରୋଜେକ୍ଟକୁ ନେଇ ସେ ବ୍ୟସ୍ତ ରହିବେ। ଏକ ଗଣମାଧ୍ୟମ  ସହ ବାର୍ତ୍ତାଳାପରେ ଭିନ୍ନ ଜୋନ୍‌ର ଫିଲ୍ମରେ ଏଣ୍ଟ୍ରି  କରିବା ବିଷୟରେ ସେ ସଙ୍କେତ ଦେଇଛନ୍ତି । ଏଥିରେ  ପୌରାଣିକ ଓ ଐତିହାସିକ ପ୍ରୋଜେକ୍ଟ ସାମିଲ ।  ତେବେ ବର୍ତ୍ତମାନ ତାଙ୍କ ସିନେ ତାଲିକାରେ ଏକ  ଡ୍ରାମା ଫିଲ୍ମ ସାମିଲ ହୋଇଛି । ଶ୍ରଦ୍ଧାଙ୍କ ବୟଫ୍ରେଣ୍ଡ୍‌  ରାହୁଲ ମୋଦି ଏହାର ପ୍ରଯୋଜନା ଦାୟିତ୍ୱ ନିର୍ବାହ  କରିଥିବା ଚର୍ଚ୍ଚା ହେଉଛି ।

 ଫିଲ୍ମକୁ ନେଇ କୌଣସି  ତଥ୍ୟ ସଂସ୍ଥା ପକ୍ଷରୁ ଦିଆଯାଇ ନାହିଁ । କିନ୍ତୁ ଶ୍ରଦ୍ଧା  ଏହାର କାହାଣୀକୁ ପସନ୍ଦ କରିଥିବା ଚର୍ଚ୍ଚା ହେଉଛି ।  ବୟଫ୍ରେଣ୍ଡ୍‌ ରାହୁଲଙ୍କ ସହ ସେ ମଧ୍ୟ ଫିଲ୍ମ  ପ୍ରଯୋଜନା କରିବେ । ଏହା ପୂର୍ବରୁ ରାହୁଲ ‘ତୁ  ଝୁଠି ମେଁ ମକ୍କାର୍‌’ରେ ସହ-କାହାଣୀକାର ଦାୟିତ୍ୱ  ନିର୍ବାହ କରିଥିଲେ । ବେଶ କିଛି ଦିନ ହେଲା ଶ୍ରଦ୍ଧା  ଓ ରାହୁଲଙ୍କ ଡେଟିଂ ଗୁଜବ ଖବରରେ ରହିଛି ।  ଶ୍ରଦ୍ଧାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ୨୦୧୮  ମସିହାର ସଫଳ ହରର୍‌-କମେଡି ଫିଲ୍ମ ‘ସ୍ତ୍ରୀ’ର  ସିକ୍ୱେଲ । ଏ ବର୍ଷର ବହୁପ୍ରତୀକ୍ଷିତ ଫିଲ୍ମ  ମଧ୍ୟରେ ଏହା ଅନ୍ୟତମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.