ମା’ଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ବିଜେପି ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, କହିଲେ- ବାପାଙ୍କ ପଦାଙ୍କ ଅନୁସରଣ କରିବି

Published By : Prameya-News7 Bureau | April 30, 2024 IST

ଭଦ୍ରକ ୩୦।୪: ନିର୍ବାଚନୀ ପ୍ରଚାର ପୂର୍ବରୁ ମା’ଙ୍କ ଆଶୀର୍ବାଦ ନେଲେ ସାଂସଦ ପ୍ରାର୍ଥୀ । ମା’ଙ୍କ ଆଶୀର୍ବାଦ ନେବା ବେଳେ ମା’ ଓ ପୁଅଙ୍କ ଆଖିରେ କେବଳ ଲୁହ ଥିଲା । ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କୁ ଭାବ ବିହ୍ବଳ କରିଥିଲା । ଭଦ୍ରକ ଜିଲ୍ଲାର ବିଜେପି ସାଂସଦ ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ସ୍ବର୍ଗତ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀ ନିର୍ବାଚନ ପ୍ରଚାର ପୂର୍ବରୁ ମା’ଙ୍କ ଆଶୀର୍ବାଦ ନେଇଛନ୍ତି । ନିଜ ଗାଁ ଓଡ଼ଙ୍ଗ ଯିବା ବେଳେ ସମର୍ଥକ ମାନେ ତାଙ୍କୁ ଜାମବଣି ଛକରୁ ଭବ୍ୟ ସ୍ୱାଗତ କରିଥିଲେ । ରାସ୍ତା ପାର୍ଶ୍ଵରେ ମହିଳା ଓ ଛୋଟ ଛୋଟ ପିଲା ମାନେ ଅଭିମନ୍ୟୁଙ୍କୁ ସ୍ୱାଗତ କରିଥିଲେ । ଅଭିମନ୍ୟୁ ଗାଁର ସମସ୍ତ ମନ୍ଦିର ଓ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ପରେ ମା’ ସୁଭଦ୍ରାଙ୍କ ଆଶୀର୍ବାଦ ନେଇଥିଲେ । ଏହି ସମୟରେ ମା’ ମଧ୍ୟ କାନ୍ଦି ପକାଇଥିଲେ । ଉଭୟଙ୍କ ଆଖିର ଲୁହ ପରିବେଶକୁ ଭାବ ବିହ୍ବଳ କରିଥିଲା । ଅଭିମନ୍ୟୁ କହିଛନ୍ତି ଯେ, ବାପାଙ୍କ ଅନୁପସ୍ଥିତି ଅନୁଭବ କରୁଛି । କିନ୍ତୁ ବାପାଙ୍କ ପଦାଙ୍କ ଅନୁସରଣ କରିବି । ମା’ଙ୍କ ଆଶୀର୍ବାଦ ସହ ସମସ୍ତ ମା’ ମୋତେ ଆଶୀର୍ବାଦ କରିବେ । ମା’ ସୁଭଦ୍ରା କହିଛନ୍ତି ଯେ, ଭଦ୍ରକବାସୀ ବହୁତ ସୁନ୍ଦର ଲୋକ । ବାପା ସିନା ନାହାନ୍ତି, କିନ୍ତୁ ପୁଅ ପ୍ରଚାର କରିବ । ଭଦ୍ରକ ଲୋକେ ପୁଅକୁ ଜିତାଇବେ ନିଶ୍ଚିତ ।

You Can Read :

ବିଜେଡିର ବିଶାଳ କର୍ମୀ ସମ୍ମିଳନୀ, ହଜାର ହଜାର କର୍ମୀଙ୍କୁ ସମାବେଶ କଲା ଦଳ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.