ଆଠଗଡ: କଂଗ୍ରେସକୁ ଝଟକା। ଯେଉଁଠି ଟିକେଟ୍ ଖଣ୍ଡିଏ ପାଇବା ପାଇଁ ନେତା ଦଳ ଛାଡ଼ିବାକୁ ପଛାଉ ନାହାନ୍ତି ସେଠି ଟିକେଟ ଫେରାଇ ଦେଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ମେହେବୁବ୍ ଅହମ୍ମଦ ଖାଁ। କଟକ ଲୋକସଭା ପ୍ରାର୍ଥୀ ଚୟନରେ ଖପ୍ପା ହୋଇ ନିଜର ଟିକେଟ ଫେରାଇଛନ୍ତି ମେହେବୁବ୍ ଅହମ୍ମଦ ଖାଁ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିକୁ ପତ୍ର ମାଧ୍ୟମରେ ନିଜ ନିଷ୍ପତ୍ତି ସଂପର୍କରେ ଜଣାଇ ଦେଇଛନ୍ତି।
Also read: ମେ ୩ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ସୂଚନା ଦେଲେ କଂଗ୍ରେସ ପ୍ରଭାରୀ
ମେହେବୁବ୍ ଖାଁ କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ଆଠଗଡ ତିଗିରିଆ ଅଞ୍ଚଳରେ ପରିଚିତ ଥିଲେ। ସେ ପୂର୍ବରୁ ଥରେ ଜିଲ୍ଲା ପରିଷଦ ସହ ଦୁଇ ଦୁଇ ଥର ସରପଞ୍ଚ ଜିତିଥିଲେ । ଗତ ଦୁଇ ଦିନ ତଳେ ସୋସିଆଲ ମିଡିଆରେ ତାଙ୍କ ଟିକେଟ ଫେରାଇବା କଥା ଗୁଜବ ବୋଲି ଏକ ଭିଡିଓ ଜାରି କରିଥିଲେ । ତେବେ ଆଜି ସେ ଟିକେଟ୍ ଫେରାଇ ଦେଇଛନ୍ତି। ତେବେ କାହିଁକି ଟିକେଟ ଫେରାଇଲେ ମେଖମୁବ ଖାଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ।
ସୂଚନାଯୋଗ୍ୟ, କଟକ ଲୋକସଭା ସିଟ୍ରୁ ଦଳ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି।ସେପଟେ ଆଜି କଂଗ୍ରେସ କାକଟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଶ୍ଵଭୂଷଣ ଦାସଙ୍କୁ ଟିକେଟ୍ ଦେବା ସହ ରାଜ୍ୟର ସମସ୍ତ ୧୪୭ ସିଟ୍ରେ ଦଳ ନିଜର ପ୍ରାର୍ଥୀ ଦେଇଛି। ହେଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ମେହେବୁବ୍ ଅହମ୍ମଦ ଖାଁ ଟିକେଟ୍ ଫେରାଇବାରୁ ଦଳର କାମକୁ ଆହୁରି ବଢାଇ ଦେଇଛି।