ବିଜେପିରୁ ଇସ୍ତଫା ଦେଲେ ଅମୀୟ ଦାଶ, ଟିକେଟ୍ ନମିଳିବାରୁ ଥିଲେ ଅସନ୍ତୁଷ୍ଟ

Published By : Prameya-News7 Bureau | April 30, 2024 IST

ଭୁବନେଶ୍ବର ୩୦।୪: ଭୁବନେଶ୍ବର ଏକାମ୍ରର ବିଜେପି ନେତା ଅମୀୟ ଦାଶ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି । ଦୁଇ ଥର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ତୁଲାଇଥିବା ଅମୀୟ କିଛି ଦିନ ବିଜେପି ରାଜ୍ୟ ଉପସଭାପତି ରହି କାର୍ଯ୍ୟ କରିଥିଲେ। ଏବେ ପୁରୀ ଲୋକସଭା କ୍ଷେତ୍ରର ବିଜେପି ପ୍ରଭାରୀ ଦାୟିତ୍ବରେ ଅଛନ୍ତି । ହେଲେ ସେ ଏବେ ବିଜେପି ଉପରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । 

ଚଳିତ ନିର୍ବାଚନ ପାଇଁ ଏକାମ୍ର ବିଧାୟକ ପ୍ରାର୍ଥୀ ଭାବେ ବର୍ତ୍ତମାନର ଜିଲ୍ଲା ସଭାପତି ବାବୁ ସିଂ ଟିକେଟ୍‌ ପାଇଛନ୍ତି। ଏକାମ୍ରରେ ତୃତୀୟ ସ୍ଥାନରେ ରହୁଥିବା ବିଜେପି ଏବେ ମୁଖ୍ୟ ବିରୋଧୀ ହୋଇଛି । ୨୦୦୯ ମସିହାରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ୧୩ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୧୪ରେ ଅମୀୟ ଦାଶ ୨୬ ପ୍ରତିଶତ ଭୋଟ୍‌ ପାଇଥିଲେ। ତେ‌ବେ ୨୦୧୯ ମସିହାରେ ଅମୀୟ ଦାଶ ସଂଗଠନ କରି ବିଜେପିରୁ ନିର୍ବାଚନ ଲଢିବାକୁ ହେବାକୁ ସବୁ ଯୋଜନା କରିଥିଲେ। ୫ବର୍ଷ ଦିନରାତି ଏକ କରି ସଂଗଠନ କରିଥିଲେ। ହେଲେ ବାବୁ ସିଂକୁ ଦଳକୁ ଆଣି ଦଳର ନେତା ବାବୁ ସିଂଙ୍କୁ ଭୋଟ ଦେଇଥିଲେ । ଫଳରେ ଅମୀୟ ଚୁପ୍‌ ବସିଥିଲେ । ଯାହା ଫଳରେ ବିଜେଡ଼ିରୁ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହଜରେ ବିଜୟ ହୋଇଥିଲା । ଏଥର ବିଜେପି ଦଳ ପୁଣି ବାବୁ ସିଂଙ୍କୁ ଟିକେଟ୍‌ ଦେବା ପରେ ଅମୀୟ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । ଅମୀୟ କୁହନ୍ତି ଛୋଟ ବେଳୁ ଆର୍‌ଏସ୍‌ଏସ୍‌ରେ କାମ କରି ୩୫ବର୍ଷ ରାଜ ମନ୍ଦିର ଆନ୍ଦୋଳନରେ ସାମିଲ ଥିଲୁ। ଦଳ ସକ୍ରିୟ ନଥିବା ବେଳେ ୬ବର୍ଷ ଜିଲ୍ଲା ସଭାପତି ରହି ଦଳକୁ ମଜବୁତ କରିବାରେ ବହୁ କାର୍ଯ୍ୟ କରାଯାଇଛି । ତେବେ ଦଳରୁ ଇସ୍ତଫା ସମ୍ପର୍କରେ ପଚାରିବାରୁ ସେ କୁହନ୍ତି ଇସ୍ତଫା ଦଳର ରାଜ୍ୟ ସଭାପତିଙ୍କୁ ପଠାଇ ଦିଆଯାଇଛି ।

 You Can Read :

ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.