ମିଳିଲାନି ଟିକେଟ୍, ଛାଡିଲେ ଦଳ : ଏବେ ଲଢିବେ ସ୍ବାଧୀନ

Published By : Prameya-News7 Bureau | April 30, 2024 IST

ଖୋର୍ଦ୍ଧା ୩୦।୪: ଖୋର୍ଦ୍ଧା ଭାଜପାରୁ ଟିକେଟ କଟିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କାଳୁଚରଣ ଖଣ୍ଡାୟତରାୟ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ସାଂସଦ ପ୍ରାର୍ଥୀଙ୍କ ବିରୋଧରେ ବର୍ଷିଛନ୍ତି କାଳୁ । ମୋ ସହ ଷଡଯନ୍ତ୍ର କରାଯାଇଛି । ୧୦ ବର୍ଷ ଦଳ ପାଇଁ ସମୟ ଦେଇଥିବା ବେଳେ ୧୦ ଦିନ ତଳେ ଯୋଗଦେଇଥିବା ଜଣେ ଦାଗୀ, ଅପରାଧିକୁ ଟିକେଟ ଦେଇଛି ଦଳ । 

ରାଜ୍ଯ ସଭାପତି ୪୮ ଘଣ୍ଟା ସମୟ ମାଗି ମୋ ସହ ଖେଳୁଛନ୍ତି । ମୋ ସହ ଶହେରୁ ଉର୍ଦ୍ଧ୍ବ  ଦଳୀୟ କର୍ମୀ ସମୂହ ଇସ୍ତଫା ଦେଇଛନ୍ତି । ସମର୍ଥକଙ୍କ ନିଷ୍ପତ୍ତି କ୍ରମେ ମୁଁ ସ୍ବାଧିନ ଭାବେ ଲଢିବି । କାନି ପାତି ଘରକୁ ଘର ବୁଲି ସାଂସଦ ପ୍ରାର୍ଥୀଙ୍କୁ ହରାଇବା ପାଇଁ ପ୍ରଚାର କରିବି । ତାଙ୍କୁ ବିହାର ପଠାଇଦେବି ବୋଲି କହିବା ବେଳେ ଭାବ ବିହ୍ବଳ ହୋଇ ପଡିଥିଲେ କାଳୁ । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ହୋଇ ଲଢିବା  ନେଇ କାଳୁ ଖଣ୍ଡାୟତରାୟ କହିଛନ୍ତି । 

You Can Read :

ବାଉଁଶ ବୁଦାରୁ ଅଗ୍ନିକାଣ୍ଡ, ଜଳିଗଲା ୮ ବଖରା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.