ମେ’ ୧୩ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ : ଜାଣନ୍ତୁ କେଉଁଠି, କେଉଁ ସମୟରେ ମତଦାନ

Published By : Prameya-News7 Bureau | April 18, 2024 IST

ଭୁବନେଶ୍ବର ୧୮।୪: ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଦେଶରେ ଚତୁର୍ଥ ଏବଂ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସମେତ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ମୋଟ୍ ୯୬ଟି ଲୋକସଭା ଆସନରେ ମତଦାନ ହେବ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ରାଜ୍ୟର ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଭୋଟିଂ ହେବ । ଏନେଇ ସମୟ ନିର୍ଘଣ୍ଟ କରାଯାଇଛି । ସବୁଠି ସକାଳ ୭ଟାରୁ ଭୋଟ୍ ଆରମ୍ଭ ହେବ। ମାତ୍ର ମତଦାନର ଶେଷ ସମୟ ଭିନ୍ନ ରହିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି । 

 ବିଜ୍ଞପ୍ତି ଅନୁଯାୟୀ, ବ୍ରହ୍ମପୁରର ୬ଟି ବିଧାନସଭା କ୍ଷେତ୍ରରେ ୭ଟାରୁ ୬ଟା ଭୋଟିଂ । ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡିରେ ସକାଳ ୭ଟାରୁ ୬ଟା ଭୋଟିଂ । ଚିକିଟି ଓ ପାରଳାଖେମୁଣ୍ଡିରେ ୭ଟାରୁ ୬ଟା ପର୍ଯ୍ୟନ୍ତ ଭୋଟିଂ । ମୋହନାରେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ଭୋଟିଂ ।

 ସେହିଭଳି କୋରାପୁଟର ୪ଟି ବିଧାନସଭା କ୍ଷେତ୍ରରେ ୭ଟା ରୁ ୫ଟା ଭୋଟିଂ । ଗୁଣୁପୁର, ବିଷମକଟକ, ରାୟଗଡ଼ା, କୋରାପୁଟରେ ୫ଟା ଯାଏ ଭୋଟିଂ । ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ସକାଳ ୭ରୁ ୪ଟା ଯାଏ ଭୋଟିଂ । ଜୟପୁରରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟିଂ । 

 ସେହିଭଳି କଳାହାଣ୍ଡି ନୂଆପଡ଼ାର କିଛି ପୋଲିଂ ଷ୍ଟେସନରେ ୭ଟା ରୁ ୫ଟା, ବାକିରେ ୭ଟା ରୁ ୪ଟା ଯାଏଁ ଭୋଟିଂ । ଖଡ଼ିଆଳରେ ୨୯ଟି ପୋଲିଂ ଷ୍ଟେସନ୍‌ରେ ୪ଟା, ବାକିରେ ୫ଟା ଯାଏ । ଲାଞ୍ଜିଗଡ଼ରେ ସବୁଠି ସକାଳ ୭ରୁ ୪ଟା ପର୍ଯ୍ୟନ୍ତ ମତଦାନ । ଜୁନାଗଡ଼, ଧର୍ମଗଡ଼, ଭବାନିପାଟଣାରେ ୭ରୁ ୫ଟା ଯାଏ ଭୋଟିଂ । ନର୍ଲାର ୭ଟି ପୋଲିଂ ଷ୍ଟେସନରେ ୭ରୁ ୪, ବାକିରେ ୫ଟା ଯାଏ ଭୋଟିଂ ।

ସେହିଭଳି ନବରଙ୍ଗପୁରର ୧୦ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଭୋଟିଂ, ଅନ୍ୟ ସବୁ ପୋଲିଂ ଷ୍ଟେସନରେ ୬ଟା ଯାଏ ଭୋଟିଂ । ଡାବୁଗାଁରେ ୪ ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଯାଏ ମତଦାନ, ଅନ୍ୟ ସମସ୍ତ ପୋଲିଂ ଷ୍ଟେସନରେ ୬ଟା ଯାଏ ମତଦାନ । କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ୭ଟାରୁ ୫ ଭୋଟିଂ । 

You Can Read :

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ, ଓଡିଶାର ୪ ଲୋକସଭା ଆସନରେ ଆସନ୍ତା ୧୩ରେ ଭୋଟ୍

 

  • odisha
  • OdishaNews
  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.