LIVE TV

୨୨ ଦିନ ବିତି ଗଲାଣି କିନ୍ତୁ ... ଜୁବିନ ଗର୍ଗଙ୍କ ପତ୍ନୀ ହାତ ଯୋଡ଼ି ଲୋକଙ୍କୁ କଲେ ଭାବପ୍ରବଣର ନିବେଦନ

NEWS7
ZubeenGarg

ନୂଆଦିଲ୍ଲୀ : ଆସାମର ଲୋକପ୍ରିୟ ଗାୟକ ତଥା ସଙ୍ଗୀତଜ୍ଞ ଜୁବିନ ଗର୍ଗଙ୍କର ପତ୍ନୀ ଗରିମା ଲୋକଙ୍କୁ ହ୍ୟାଶଟ୍ୟାଗ୍‌ ‘ଜଷ୍ଟିସ୍‌ ଫର୍‌ ଜୁବିନ ଗର୍ଗ’ଙ୍କ ସହ ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ତାଙ୍କ ସ୍ୱାମୀଙ୍କ ପାଇଁ ନ୍ୟାୟ ଦାବି କରିବାକୁ ନିବେଦନ କରିଛନ୍ତି। ଗରିମା କହିଛନ୍ତି ଯେ, ସିଙ୍ଗାପୁରରେ ସମୁଦ୍ରରେ ପହଁରିବା ସମୟରେ ଜୁବିନଙ୍କର ମୃତ୍ୟୁ ହେବାର ୨୨ ଦିନ ପରେ ମଧ୍ୟ ତାଙ୍କର ମୃତ୍ୟୁ ସହ ଜଡ଼ିତ ପରିସ୍ଥିତିର ଖୁଲାସା ହୋଇ ପାରି ନାହିଁ। ସେ ଲୋକଙ୍କୁ ସୋସିଆଲ ମିଡ଼ିଆର ଶକ୍ତିକୁ ବ୍ୟବହାର କରିବା ଓ ହ୍ୟାଶଟ୍ୟାଗ୍‌ ଜଷ୍ଟିସ୍‌ ଫର୍‌ ଜୁବିନ ଗର୍ଗ  ସହ ପୋଷ୍ଟ ସେୟାର କରିବାକୁ ଆହ୍ୱାନ କରିଛନ୍ତି।

ଗରିମା ଶୁକ୍ରବାର ବିଳମ୍ୱିତ ରାତିରେ ଗୌହାଟୀର ବାହାର ଅଞ୍ଚଳ କମରକୁଚିରେ ସେହି ସ୍ଥାନକୁ ଯାଇଥିଲେ ଯେଉଁଠି ଗର୍ଗଙ୍କର ଅନ୍ତିମ ସଂସ୍କାର ହୋଇଥିଲା। ସେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ମାମଲାରେ ତୁରନ୍ତ ଯାଞ୍ଚ କରାଯିବାକୁ ନିବେଦନ କରିଥିଲେ। ସେ ଜୁବିନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସେଠାରେ ଅଧ ରାତି ଯାଏ ଏକାଠି ହୋଇଥିବା ଲୋକଙ୍କ ମଧ୍ୟରେ ସାମିଲ ହୋଇଥିଲେ। ଗରିମା ହାତ ଯୋଡ଼ି କହିଥିଲେ , ମୋର ଗୋଟିଏ ପ୍ରାର୍ଥନା ...ଜୁବିନଙ୍କୁ ନ୍ୟାୟ ମିଳିବା ଉଚିତ୍‌ , ଏଥିପାଇଁ ପ୍ରତିଥର ହ୍ୟାଶଟ୍ୟାଗ୍‌ର ବ୍ୟବହାର କରି ଚାଲନ୍ତୁ। ଆମକୁ ଜାଣିବାକୁ ହେବ ଯେ, କଣ ହୋଇଥିଲା। ଏବେ ୨୨ ଦିନ ବିତି ଯାଇଛି  ଏବଂ ଆମକୁ ଏବେ ବି ଜଣାନାହିଁ କଣ ହୋଇ ଥିଲା ସେଦିନ।

ସେ ଲୋକଙ୍କୁ ସୋସିଆଲ ମିଡ଼ିଆରେ ଜଷ୍ଟିସ୍‌ ଫର୍‌ ଜୁବିନ ଗର୍ଗ ହ୍ୟାଶଟ୍ୟାଗ୍‌ର ବ୍ୟବହାର କରିବାକୁ ଅନୁରୋଧ କରି କହିଛନ୍ତି - ଜୁବିନଙ୍କୁ ନ୍ୟାୟଦେବା ପାଇଁ ସମସ୍ତଙ୍କୁ ଆମ ପାଖରେ ଥିବା ପ୍ଲାଟଫର୍ମ ସୋସିଆଲ ମିଡ଼ିଆର ବ୍ୟବହାର କରିବା ଉଚିତ୍‌। ଆମକୁ ଏହି ଦାବି , ଏହି ଅନୁରୋଧ ପ୍ରତିଦିନ କରିବାକୁ ହେବ। ଗରିମା କହିଛନ୍ତି, ଆମେ ଧୈର୍ଯ୍ୟପୂର୍ଣ୍ଣ ପ୍ରତୀକ୍ଷା କରିଛୁ , କିନ୍ତୁ ଆମକୁ ନ୍ୟାୟ ମିଳିବା ଉଚିତ୍‌। ଆମେ କୌଣସି ସମସ୍ୟା ସୃଷ୍ଟି କରିବାକୁ ଚାହୁଁ ନାହୁଁ, ଆମେ ଶାନ୍ତିପୂର୍ବକ ନ୍ୟାୟ ଚାହୁଁଛୁ। ସେ ଏହା ଜାଣିବା ପାଇଁ ବାରମ୍ୱାର ଦାବି କରୁଛନ୍ତି ଯେ, ୧୯ ସେପ୍ଟେମ୍ୱରରେ ସିଙ୍ଗାପୁରରେ ଗର୍ଗଙ୍କ ମୃତ୍ୟୁ କେଉଁ ପରିସ୍ଥିତିରୁ ହୋଇଛି। ଜୁବିନ ଗର୍ଗ ସେଠାରେ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲରେ ଯୋଗ ଦେବାକୁ ଯାଇଥିଲେ।

ଗରିମା, ଜୁବିନଙ୍କ ଭଉଣୀ ଓ ତାଙ୍କର ଦାଦା ପୁଲିସରେ ଅଭିଯୋଗ ରୁଜୁ କରାଇ ଏକ ତଦନ୍ତ ନେଇ ଦାବି କରିଛନ୍ତି, ଅନେକ ଲୋକଙ୍କ ନାମ ନେଇଛନ୍ତି,ଯେଉଁଥିରେ ଗାୟକଙ୍କ ଶେଷ କ୍ଷଣରେ ତାଙ୍କ ସହ ଥିବା ଲୋକ ମଧ୍ୟ ସାମିଲ ଅଛନ୍ତି। ଅଭିଯୋଗକାରୀମାନେ ଏହି ଲୋକଙ୍କୁ ଯାଞ୍ଚର ପରିସରକୁ ଆଣିବାକୁ ଦାବି କରିଛନ୍ତି। ଗର୍ଗଙ୍କ ଭଉଣୀ ପାଲମେ ବୋରଠାକୁର ବିଳମ୍ୱିତ ରାତିରେ ହ୍ୟାଶଟ୍ୟାଗ୍‌  ଜଷ୍ଟିସ୍‌ ଫର୍‌ ଜୁବିନ ଗର୍ଗଙ୍କ ସହ ଏକ ପୋଷ୍ଟ ସେୟାର କରିଛନ୍ତି। ଆସାମ ପୁଲିସର ଅପରାଧିକ ଯାଞ୍ଚ ବିଭାଗ ମାମଲାର ଯାଞ୍ଚ କରୁଛି ଏବଂ ସେ ଏହି ଉଦ୍ଦେଶ୍ୟ ପାଇଁ ୧୦ ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତ ଟିମ୍‌ର ଗଠନ କରିଛି। ଉକ୍ତ ମାମଲାରେ ଏବେ ସୁଦ୍ଧା ସାତ ଜଣ ଲୋକଙ୍କୁ ଗିରଫ କରାଯାଇ ସାରିଛି।