ଗାଧୋଇବା ବେଳେ କେଲୁଅ ନଦୀରେ ବୁଡି ଯୁବକ ନିଖୋଜ

Published By : Prameya-News7 Bureau | April 01, 2024 IST

ଚଣ୍ଡିଖୋଲ ୧।୪: ଗାଧୋଇବା ସମୟରେ ନଦୀରେ ବୁଡି ଯୁବକ ନିଖୋଜ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ସ୍ୱାଇଁ ସାହି ନିକଟ ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ଘଟିଛି ଏଭଳି ଅଘଟଣ । 

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ସ୍ୱାଇଁ ସାହିର ନନ୍ଦ ବିଶ୍ବାଳଙ୍କ ୨୦ ବର୍ଷ ବୟସ୍କ ପୁଅ ରାହୁଲ ବିଶ୍ୱାଳ ସୋମବାର ଦିନ ୨ଟା ସମୟରେ ନଦୀକୁ ଗାଧୋଇବାକୁ ଯିବା ସମୟରେ ହଠାତ ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ନଦୀରେ ପସି ବହୁ ଖୋଜାଖୋଜି କରିଥିଲେ ହେଁ ଯୁବକଙ୍କୁ ଠାବ କରିବାରେ ବିଫଳ ହୋଇଥିଲେ । ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି ।

You Can Read :

ଗାଧୋଉଥିଲେ ବୁଲାଇଲା ମୁଣ୍ଡ, ହସ୍ପିଟାଲରେ ଚାଲିଗଲା ଜୀବନ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.