ଯାଜପୁର କୁଆଖିଆ ବସ୍‌ ଟ୍ରାଜେଡି ଘଟଣା, ୧୬ ଜଣ ଏସ୍‌ସିବିରୁ ହେଲେ ଡିସ୍‌ଚାର୍ଜ

Published By : Prameya-News7 Bureau | April 16, 2024 IST

କଟକ ୧୬।୦୪ : ଯାଜପୁର ଜିଲ୍ଲା ବାରବାଟୀ ଵସ୍ ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ ୧୬ଜଣଙ୍କୁ ଏସସିଵି ମେଡିକାଲରୁ ଡିସଚାର୍ଜ କରାଯାଇଛି। ଆଉ ୯ଜଣଙ୍କୁ ଖୁବ୍ ଶୀଘ୍ର ଡିସଚାର୍ଜ କରାଯିବ ବୋଲି ଏସସିଵି କୂଳସଚିବ ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି।

ସେହିପରି ଏବେ ଦୁର୍ଘଟଣାରେ ଗୁରୁତର ଥିବା ୫ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଦୁଇ ଆହତଙ୍କୁ ଛାଡି ଦେଲେ ଅନ୍ୟ ସବୁ ଆହତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି। ମଙ୍ଗଳବାର ସକାଳୁ କାର୍ତ୍ତିକ ପାଣ୍ଡିଆନ୍‌ ,କଟକ ଜିଲ୍ଲାପାଳ , ଯାଜପୁର ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଏସସିବି ଆସି ଚିକିତ୍ସା ଵ୍ୟଵସ୍ଥା ତଦାରଖ କରିଛନ୍ତି। ସେପଟେ ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି ବା ଏସଟିଏ ପକ୍ଷରୁ ଦୁର୍ଘଟଣାର କାରଣ ଅନୁଧ୍ୟାନ ପାଇଁ ତଦନ୍ତ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ, ଯାଜପୁର କୁଆଖିଆରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାର ହୋଇଥିଲା ଶିକାର । କାଳିଆନନା ନାମକ ଏକ ବସ୍‌ କୋଲକାତା ଅଭିମୁଖେ ଯାଉଥିଲା । ହେଲେ ଅଧାରାସ୍ତାରେ ଏହି ଦୁର୍ଘଟଣା ଘଟିଲା ଲାଗି ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ କଟକ ଏସ୍‌ସିବି ଏବଂ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.