LIVE TV

ଘରୁ ଡାକି ଘର ସମ୍ମୁଖରେ ଯୁବକଙ୍କୁ ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ସୂଚନା

NEWS7
Balangir

ବଲାଙ୍ଗିର ୨୦।୯: ଦିନ ଦ୍ବିପ୍ରହରରେ ଯୁବକଙ୍କୁ ହତ୍ୟା । ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ସୂଚନା । ବଲାଙ୍ଗିର ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ ।   ମୃତ ଯୁବକ ନାରାଜ ବେହେରା ବୋଲି ଜଣାପଡିଛି । ଯୁବକଙ୍କ ଘରୁ ଡାକି ଘର ସମ୍ମୁଖରେ ହିଁ ହତ୍ୟା କରାଯାଇଛି । ୩ରୁ ଅଧିକ ଯୁବକ ଆସି ହତ୍ୟାକାଣ୍ଡ ଘଟାଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି ।