LIVE TV

ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ଭୁବନେଶ୍ୱର, ଯୁବକଙ୍କୁ ଖଣ୍ଡାରେ ହାଣିଲେ ନିଶାଡ଼ି

NEWS7
brek

ଭୁବନେଶ୍ୱର ୨୫।୦୯ : ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର । ରାଜଧାନୀର ଭିଏସ୍‌ଏସ୍‌ ନଗର ଫାଣ୍ଡି ଅଞ୍ଚଳରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ । ଆକ୍ରମଣରେ ଗୁରୁତର ଥିବା ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗୁରୁବାର ଦିନ ରାଜଧାନୀରେ ଭିଏସଏସ୍‌ ନଗର ଫାଣ୍ଡି ଅଞ୍ଚଳରେ କୌଣସି କାରଣକୁ ନେଇ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଛନ୍ତି କିଛି ନିଶାଡ଼ି । ବର୍ତ୍ତମାନ ଯାଏଁ ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଯୁବକ ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫାଣ୍ଡିରେ ବସିଥିଲେ । ଦୀର୍ଘ ଏକ ଘଣ୍ଟା ପରେ ଗୁରୁତର ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ​​​​​​​