ଅନ୍‌ଲାଇନ୍‌ ଗେମ୍‌ ହେଲା କାଳ ! କାଜୁ ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ

Published By : Prameya-News7 Bureau | May 29, 2024 IST

ଆଠଗଡ଼ ୨୯।୦୫ : ଅନ୍‌ଲାଇନ୍‌ ଗେମ୍‌ ହେଲା କାଳ। ଆଠଗଡ଼ ଜିଲ୍ଲା ତିଗିରିଆ ଥାନା ନୂଆପାଟଣା କାଜୁ ଜଙ୍ଗଲରୁ ମିଳିଛି ଯୁବକଙ୍କ ମୃତଦେହ । ମୃତକ ବାସୁଦେବପୁର ଗାଁର ୩୮ ବର୍ଷୀୟ କେଶରୀ ପ୍ରଧାନ ବୋଲି ଜଣାପଡିଛି । ତିଗିରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ବୁଧବାର ଦିନ ନୂଆପାଟଣା କାଜୁ ଜଙ୍ଗଲରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିଚୟ ସଂପର୍କରେ ତନାଘନା କରିଥିଲା । ଆଉ ଶେଷରେ ପୋଲିସକୁ ମୃତକଙ୍କ ପରିଚୟ ମିଳିଛି । 

ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଅନ୍‌ଲାଇନ୍‌ ଗେମ୍‌ ଖେଳକୁ ନେଇ ଏଭଳି ଘଟିଥିବା ସନ୍ଦେହ କରୁଛି ପୋଲିସ । ସେହିପରି ତିଗିରିଆ ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି । କେମିତି ମୃତ୍ୟୁ ହେଲା ? ଏହା ପଛରେ  କିଏ ଦାୟୀ । ସବୁର ତଦନ୍ତ ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ପୋଲିସ କହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.