LIVE TV

ଦାରୁଲ ଇସଲାମ ଉପରେ ବିଶ୍ୱାସ କରୁଥିବା ଲୋକଙ୍କୁ ପ୍ରଥମେ ଜହନ୍ନୁମ ଯିବାକୁ ପଡ଼ିବ, ସିଏମ୍ ଯୋଗୀଙ୍କ କଡ଼ା ଚେତାବନୀ

NEWS7
yogi

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବରେଲିରେ ହିଂସା ଘଟାଇଥିବା ଉପଦ୍ରବୀଙ୍କୁ ପୁଣି ଥରେ କଡ଼ା ଚେତାବନୀ ଦେଇଛନ୍ତି । ଶ୍ରାବସ୍ତୀରେ ଆୟୋଜିତ ଏକ ଜନସଭାରେ ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଆମେ ସବୁ ସମୁଦାୟ, ସବୁ ଜାତିର କଲ୍ୟାଣ ପାଇଁ କାମ କରିଛୁ । ଅନୁସୂଚିତ ଜାତି, ପଛୁଆ ଜାତି ସମସ୍ତଙ୍କୁ ସମ୍ମାନ ଦେଇଛୁ । ସବକ୍ ସାଥ୍, ସବାକ୍ ବିକାଶ ଆମର ମନ୍ତ୍ର ରହିଛି । ଏହାପରେ ବି କିଛି ଲୋକଙ୍କୁ ବିକାଶ ପସନ୍ଦ ଆସୁ ନାହିଁ । ସେମାନେ ତାଲିବାନ ବ୍ୟବସ୍ଥା ଓ ଦାରୁଲ ଇସ୍‌ଲାମରେ ବିଶ୍ୱାସ କରନ୍ତି । ମୁଁ ସେମାନଙ୍କୁ କହିବାକୁ ଚାହୁଁଛି, ଏପରି ବ୍ୟବସ୍ଥା ଜନ୍ନତରେ ବି ପୂରା ହେବ ନାହିଁ । ଏଥିପାଇଁ ପ୍ରଥମ ଜହନ୍ନୁମ ଯିବାକୁ ପଡ଼ିବ । ସିଏମ୍ ଯୋଗୀ କହିଛନ୍ତି ଯେ ଆସ୍ଥା ନାଁରେ ଭଙ୍ଗାରୁଜା, ପୋଡ଼ାଜଳା ଓ ନିର୍ଦ୍ଦୋଷ ଲୋକଙ୍କ ଉପରେ ଆକ୍ରମଣକାରୀ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ହେବ, ଯାହା ଅନେକ ପିଢି ପାଇଁ ଉଦାହରଣ ହୋଇରହିବି ।

ମୁଖ୍ୟମନ୍ତ୍ରୀ ଜୋର ଦେଇ କହିଛନ୍ତି, ଏହା ନୂଆ ଭାରତର ନୂଆ ଉତ୍ତର ପ୍ରଦେଶ । ଇଏ ସବକା ସାଥ୍ ଓ ବିଶ୍ୱାସ ଜାଣିଛି, କିନ୍ତୁ ଦଙ୍ଗାକାରୀ ଓ ମାଫିଆଙ୍କୁ ଦମନ କରିବା ବି ଜାଣିଛି । କିଛି ଲୋକଙ୍କୁ ଶାନ୍ତି ଓ କଲ୍ୟାଣ ଭଲ ଲାଗେ ନାହିଁ । ହିନ୍ଦୁ ପର୍ବ ସମୟରେ ସେମାନଙ୍କୁ ଅଧିକ ଗରମ ଲାଗେ, କିନ୍ତୁ ଡେଣ୍ଟିଂ-ପେଣ୍ଟିଂ କରି ତାଙ୍କ ଗରମକୁ ଶାନ୍ତ କରିଦେବୁ ।

ସିଏମ୍ ଯୋଗୀ କହିଛନ୍ତି ଯେ ହିଂସାକୁ ସ୍ୱୀକାର କରାଯିବ ନାହିଁ । ଯଦି କେହି ଆଇନ ବ୍ୟବସ୍ଥା ସହ ଖେଳେ, ନିର୍ଦ୍ଦୋଷ ନାଗରିକଙ୍କ ଉପରେ ଆକ୍ରମଣ କରେ, ମହିଳାଙ୍କ ସୁରକ୍ଷାକୁ ବିପଦ ପହଞ୍ଚାଇ କିମ୍ୱା ବ୍ୟବସାୟୀକ ପ୍ରତିଷ୍ଠାନରେ ନିଆଁ ଲଗାଇବାକୁ ଉଦ୍ୟମ କରେ, ତେବେ ଏପରି କାର୍ଯ୍ୟାନୁଷ୍ଠାନ ହେବ, ଯାହା ତାଙ୍କର ଅନେକ ପିଢି ମନେ ରଖିବ । ସେ କହିଛନ୍ତି ଯେ ପାର୍ବଣ ହେଉଛି ଉତ୍ସବ ଓ ଏକତାର ସମୟ । ହିନ୍ଦୁ ପରିବାର ନିଜ ପୁଞ୍ଜି ଲଗାଇ ସମାଜ ସହ ଖୁସି ପାଳନ କରେ । କୌଣସି ଭେଦଭାବ କରେ ନାହିଁ । ସମସ୍ତଙ୍କୁ ନେଇ ଚାଲେ । ଏପରି ସମୟରେ ରାସ୍ତାକୁ ଓହ୍ଲାଇ ହିଂସା କରିବାକୁ ବରଦାସ୍ତ କରାଯିବ ନାହିଁ ।

ସିଏମ୍ ଯୋଗୀ ଚେତାବନୀ ଦେଇ କହିଛନ୍ତି, ଯେଉଁ କାପୁରୁଷମାନେ ପିଲା ଓ ମହିଳାଙ୍କୁ ସାମନାରେ ରଖି ହିଂସା ଘଟାନ୍ତି, ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ । ଆସ୍ଥା ଅନ୍ତଃକରଣର ବିଷୟ, ପ୍ରଦର୍ଶନର ନୁହେଁ । ଆସ୍ଥା ନାଁରେ ଭଙ୍ଗାରୁଜା, ପୋଡ଼ାଜଳା କିମ୍ୱା ପୋଲିସ ଉପରେ ଆକ୍ରମଣକାରୀଙ୍କୁ ଛଡ଼ା ଯିବ ନାହିଁ ।