LIVE TV

ଭେଟେରାନଙ୍କ ସହ ରିଲେସନ କେମିତି? ଜୟସ୍ୱାଲ ସେୟାର କଲେ ଗୁମର କଥା

NEWS7
jaiswal

ନୂଆଦିଲ୍ଲୀ ୨୦/୦୯: ଯଶସ୍ୱୀ ଜୟସ୍ୱାଲ । ଭାରତୀୟ କ୍ରିକେଟ ଦଳର ଓପନର । ସେୟାର କରିଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହ ଖେଳିବାର ଅଭିଜ୍ଞତା । ୨୦୧୩ରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ ଜୟସ୍ୱାଲ । ରୋହିତ ଶର୍ମାଙ୍କ ସହ ଓପନିଂ କରିଥିଲେ ସେ । ବିରାଟ କୋହଲିଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ବି କରିଛନ୍ତି । ନିକଟରେ ସାକ୍ଷାତକାରରେ, ଓପନର କହିଛନ୍ତି ଯେ ରୋହିତ ତାଙ୍କ କ୍ୟାରିୟରରେ ଜଣେ ମାର୍ଗଦର୍ଶକ । ତାଙ୍କୁ ମାନସିକ ଓ କ୍ରୀଡାଗତ ଭାବେ ଆଗକୁ ଯିବାର ସାହାଯ୍ୟ କରିଛନ୍ତି । ଜୟସ୍ୱାଲ ଆହୁରି କହିଛନ୍ତି ଯେ ରୋହିତ ଜଣେ ଚମତ୍କାର ବ୍ୟକ୍ତି । ତାଙ୍କ ପାଖରେ ରହି ବହୁତ କିଛି ଶିଖିପାରିଛି । 

ଯଶସ୍ୱୀ ଜୟସ୍ୱାଲ କହିଛନ୍ତି, "ମୁଁ ରୋହିତ ଭାଇଙ୍କ ପାଖରେ ରହିବାକୁ ବହୁତ ଭଲ ପାଏ । ସେ ମୋତେ ବହୁତ କିଛି ଶିଖାଇଛନ୍ତି । ମାନସିକ ଭାବରେ ମଧ୍ୟ ମୋତେ ସବୁ ପ୍ରକାରେ ସାହାଯ୍ୟ କରିଛନ୍ତି। ସେ ପ୍ରକୃତରେ ଜଣେ ଚମତ୍କାର ବ୍ୟକ୍ତି। ଯେତେବେଳେ ଆପଣ ତାଙ୍କ ପାଖରେ ଥାଆନ୍ତି କିମ୍ବା ତାଙ୍କ ସହିତ କଥା ହୁଅନ୍ତି । ସେତେବେଳେ ଆପଣ ବହୁତ କିଛି ଶିଖିପାରନ୍ତି । ଆପଣ ତାଙ୍କୁ କେବଳ ଦେଖି ବହୁତ କିଛି ଶିଖିପାରିବେ। 

ବିରାଟଙ୍କ ବିଷୟରେ ବି ଜୟସ୍ୱାଲ ସେୟାର କରିଛନ୍ତି ଅଭିଜ୍ଞତା । ସେ କହିଛନ୍ତି ଯେ, ସେ ବହୁତ ଖୁସ୍ ମିଜ୍ଜାଜ୍ । ସର୍ବଦା ମୋତେ ହସାଇଥାନ୍ତି । ଯୁବ ଓପନର କହିଛନ୍ତି ଯେ କୋହଲି ଯେତେବେଳେ କାହାକୁ ଦେଖନ୍ତି ସେତେବେଳେ ତୁରନ୍ତ କିଛି ନା କିଛି ହସ ହସ କଥା କୁହନ୍ତି । ତାଙ୍କ କଥା ସବୁବେଳେ ଲୋକଙ୍କୁ ହସାଇଥାଏ। 

ଯଶସ୍ୱୀ କହିଥିଲେ, "ପାଜି ଚମତ୍କାର, ବହୁତ ଶକ୍ତିଶାଳୀ । ମୁଁ ତାଙ୍କ ସହିତ ଅନେକ ଥର ବ୍ୟାଟିଂ କରିଛି । ସେ ବହୁତ ଥଟ୍ଟା ଓ ବହୁତ ମଜାଳିଆ । ଯଦି ଆପଣ ତାଙ୍କ ସହିତ ସମୟ ବିତାଇବେ, ତେବେ ଆପଣ ସବୁବେଳେ ହସୁଥିବେ । ଯଦି ସେ ଆପଣଙ୍କୁ କିଛି ବୁଝାନ୍ତି, ତେବେ ସେ ତାହା ବିସ୍ତୃତ ଭାବରେ ବୁଝାନ୍ତି। ସେ ବହୁତ ତୀକ୍ଷ୍ଣ। ଯଦି ଆପଣ ମୋତେ ହାସ୍ୟରସପୂର୍ଣ୍ଣ ଭାବରେ କିଛି ବୁଝାଇବାକୁ କୁହନ୍ତି, ତେବେ ମୁଁ ଚେଷ୍ଟା କରିବି, କିନ୍ତୁ ଏହା ମଜାଦାର ନ ଲାଗିପାରେ। କିନ୍ତୁ ଯଦି ସେ ଏହା କୁହନ୍ତି, ତେବେ ଆପଣ ୧୦୦% ହସି ହସି ଗଡିବେ।"