ପର୍ଥ: ନଭେମ୍ବର ୨୨ ତାରିଖରୁ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହୋଇଛି । ପର୍ଥ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ଦବଦବା ଜାହିର କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତୀୟ ଦଳ ୧୫୦ ରନରେ ଅଲଆଉଟ୍ ହେବା ପରେ ଘରୋଇ ଦଳର ବ୍ୟାଟିଂକୁ ୧୦୪ ରନରେ ସୀମିତ ରଖିଥିଲା ବ୍ଲୁ ଆର୍ମି । ଟିମ୍ ଇଣ୍ଡିଆର ଘାତକ ପେସ୍ ବୋଲିଂ ସାମ୍ନାରେ ମାଟି କାମୁଡ଼ିଥିଲେ କଙ୍ଗାରୁ ବ୍ୟାଟର । ଫଳରେ ଭାରତକୁ ୪୬ ରନର ଲିଡ୍ ମିଳିଥିଲା । ପ୍ରଥମ ଇନିଂସ ଅପେକ୍ଷା ଦ୍ବିତୀୟ ପାଳିରେ ଜବରଦସ୍ତ ଖେଳ ଜାରି ରଖିଛି ବୁମରା ବାହିନୀ । ୨୦୧ ରନରେ ଭାରତର ପ୍ରଥମ ଓ୍ବିକେଟ୍ ପଡ଼ିଛି । କେଏଲ୍ ରାହୁଲ ୭୭ ରନ କରି ମିଚେଲ୍ ଷ୍ଟାର୍କଙ୍କ ଶିକାର ହୋଇଛନ୍ତି । ଏପଟେ ୨୨ ବର୍ଷୀୟ ଯଶସ୍ବୀ ଜୈଶ୍ବାଲ ପର୍ଥ ଭଳି ଫାଷ୍ଟ୍ ଟ୍ରାକରେ ଚମକିଛନ୍ତି । ଦ୍ବିତୀୟ ଇନିଂସରେ କଙ୍ଗାରୁ ପେସ୍ ବୋଲିଂ ଲାଇନ୍-ଅପ୍ ଧ୍ବିସ୍ତ କରି ଦେଇଛନ୍ତି । ଅଷ୍ଟ୍ରେଲିଆରେ ପଦାର୍ପଣ ଟେଷ୍ଟ ମ୍ୟାଚରେ ଶତକୀୟ ପାଳି ଖେଳିଛନ୍ତି । ଏଥିରେ ୧୦ଟି ଚୌକା ରହିଥିବା ବେଳେ ୩ଟି ଛକା ରହିଛି । ଟେଷ୍ଟ କ୍ରିକେଟରେ ଏହା ଯଶସ୍ବୀ ଜୈଶ୍ବାଲଙ୍କ ଚତୁର୍ଥ ଶତକ । ଜୈଶ୍ବାଲଙ୍କ ସେଞ୍ଚୁରୀ ବଳରେ ଟିମ୍ ଇଣ୍ଡିଆ ୨୬୭ର ଲିଡ୍ ସହିତ ଆଗକୁ ବଢ଼ି ଚାଲିଛି ।
କଂଗ୍ରେସ ସାଂସଦଙ୍କ ଚେୟାର ତଳୁ ମିଳିଲା ବିଡ଼ା ବିଡ଼ା...