ଏକାଠି ହେବେ ୩ ମହାଶକ୍ତି: ରେଡ୍ କାର୍ପେଟ୍‌ ବିଛାଇ ମୋଦୀ ଓ ପୁଟିନଙ୍କୁ ସ୍ୱାଗତ କରିବେ ଜିନପିଙ୍ଗ

Published By : Prameya-News7 Bureau | August 26, 2025 IST

indiatoday

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଆସନରେ ବସିବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରାୟ ବିଶ୍ୱର ଏକାଧିକ ଦେଶ ସହିତ ବାଣିଜ୍ୟିକ ସମ୍ପର୍କ ଖରାପ କରିସାରିଲେଣି। ପଡ଼ୋଶୀ କାନାଡ଼ା ହେଉ କିମ୍ବା ମିତ୍ର ସଂଗଠନ ୟୁରୋପ। ଋଷକୁ ଉପରେ ଆରମ୍ଭରୁ ଟାର୍ଗେଟ୍ ରହି ଆସିଛି, ହେଲେ ଏବେ ଭାରତ, ବ୍ରାଜିଲ, ଚୀନ ଟ୍ରମ୍ପଙ୍କ ନୂଆ ଟାର୍ଗେଟ୍। ବିଶେଷ କରି ବ୍ରିକ୍ସ ଦେଶକୁ ଟାର୍ଗେଟ୍ କରିବାରେ ଲାଗିପଡ଼ିଛନ୍ତି ଟ୍ରମ୍ପ। ବ୍ରିକ୍ସ ଓ ଟ୍ରମ୍ପଙ୍କ ମଧ୍ୟରେ ହେଉଥିବା ଏହି ଆସନ୍ତା ସପ୍ତାହରୁ ଆହୁରି ତୀବ୍ର ହେବାକୁ ଯାଉଛି। 

କାରଣ ଟ୍ରମ୍ପଙ୍କୁ କାଉଣ୍ଟର କରିବାକୁ ଏକାଠି ହେବାକୁ ଯାଉଛନ୍ତି ୩ ମହାଶକ୍ତି ଭାରତ, ଋଷ ଓ ଚୀନ। କେବଳ ଏହି ୩ ମହାଶକ୍ତି ନୁହେଁ, ଏସିଆ, ମଧ୍ୟପ୍ରାଚ୍ୟ, ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଅନେକ ନେତା ଗୋଟିଏ ମଞ୍ଚରେ ଏକାଠି ହେବେ। ଅଗଷ୍ଟ ୩୧ ତାରିଖରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ସମସ୍ତ ନେତା ସାମିଲ୍ ହେବେ। ଚୀନର ତିଆଞ୍ଜିନ ସହରରେ ଏହି ସମ୍ମିଳନୀ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ବୈଠକରେ ସାମିଲ୍ ହେବେ।

ବିଶେଷଜ୍ଞଙ୍କ କହିବା ଅନୁସାରେ ମେଣ୍ଟରେ ଅନ୍ୟ ଦେଶକୁ ସାମିଲ୍ କରି ଏହାର ଆକାର ବଢ଼ାଇବା ମୁଖ୍ୟ ଗୁରୁତ୍ୱ ହୋଇପାରେ। ତେବେ ରୟଟର୍ସ କହିଛି ଯେ ଏହି ଶିଖର ସମ୍ମିଳନୀ ଦ୍ୱାରା ଜିନପିଙ୍ଗ ଆମେରିକାକୁ ଏକ ନୂଆ ଉଦିୟୀମାନ ବିଶ୍ୱ ବ୍ୟବସ୍ଥାର ଦର୍ପଣ ଦେଖାଇବେ। ଯେଉଁଥିରେ ଚୀନ ଏକ ଲିଡର ଭାବେ ନିଜକୁ ପ୍ରଦର୍ଶିତ କରିବାକୁ ଚେଷ୍ଟା କରିବ।  

ରୟଟର୍ସ ରିପୋର୍ଟ ଅନୁସାରେ, ଏକ ଗବେଷଣା ସଂସ୍ଥା, ଦ ଚାଇନା-ଗ୍ଲୋବାଲ୍ ସାଉଥ୍ ପ୍ରୋଜେକ୍ଟର ମୁଖ୍ୟ ସମ୍ପାଦକ ଏରିକ୍ ଓଲାଣ୍ଡର କହିଛନ୍ତି ଯେ ଆମେରିକାକୁ ବାଦ ଦେଇ ବିଶ୍ୱ ପିରଦୃଶ୍ୟ କେମିତି ହୋଇପାରିବ ତାହା ଦେଖାଇବା ପାଇଁ ଚୀନ ଏହି ଶିଖର ସମ୍ମିଳନୀକୁ ଏକ ସୁଯୋଗ ଭାବରେ ବ୍ୟବହାର କରିବାକୁ ଚାହୁଁଛି। ଆମେରିକା ନୀତି ବିରୁଦ୍ଧରେ ଏକ ମିଳିତ ମୋର୍ଚ୍ଚା ଉପସ୍ଥାପନ କରିବା ଏବଂ ଏକ ବହୁଧ୍ରୁବୀୟ ବିଶ୍ୱ ବ୍ୟବସ୍ଥା ଆଡକୁ ଏକ ପରିବର୍ତ୍ତନ ପ୍ରଦର୍ଶନ କରିବା ଏହି ସମ୍ମିଳନୀରେ ଲକ୍ଷ୍ୟ ରଖିଛି। ତେବେ ଏହି ବୈଠକ ପରେ ଆମେରିକାର କଣ ପ୍ରତିକ୍ରିୟା ରହିବ ତାହା ଦେଖିବାକ ରୋଚକ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.