ବେଜିଂ: ଚୀନର କମ୍ୟୁନିଷ୍ଟ ରାଷ୍ଟ୍ରପତି ସି’ ଜିନପିଙ୍ଗଙ୍କ ଭ୍ରଷ୍ଟାଚାର ଅଭିଯାନ କାହା ପାଇଁ ? କେବଳ ବିରୋଧୀ ଓ ଦଳୀୟ ନେତାଙ୍କୁ ଟାର୍ଗେଟ୍ କରିବାକୁ ଏହି ଅଭିଯାନ ଚାଲୁଛି । ସରକାରୀ କର୍ମଚାରୀଙ୍କ ଭିତରେ ସୀମିତ ଜିନପିଙ୍ଗଙ୍କ ଦୁର୍ନୀତି ନିରୋଧୀ ଅଭିଯାନ । ଚୀନରେ ଦଶନ୍ଧି ଧରି ଦୁର୍ନୀତି ନିବାରଣ ଡ୍ରାଇଭ୍ ଚାଲୁଥିଲେ ମଧ୍ୟ ରାଷ୍ଟ୍ରପତି ସି’ ଜିନପିନଙ୍କ ଘନିଷ୍ଠ ଦୁର୍ନୀତିର ଚରମସୀମାରେ ପହଞ୍ଚିଛନ୍ତି । କ୍ଷମତାର ଛତ୍ରଛାୟା ତଳେ ରହି ସମ୍ପତ୍ତି ବଢ଼ାଇବାରେ ବ୍ୟସ୍ତ ଜିନପିଙ୍ଗ୍ ପରିବାର । ବେଆଇନ ଭାବେ ବ୍ୟବସାୟିକ ଉଦ୍ୟୋଗ ଓ ଆର୍ଥିକ ନିବେଶ କରି କୋଟି କୋଟି ଡଲାରର ମାଲିକ ହୋଇଛନ୍ତି । ଏଭଳି କିଛି ରିପୋର୍ଟ ଏବେ ରେଡିଓ ଫ୍ରି’ ଏସିଆରେ ପ୍ରକାଶ ପାଇଛି । ଏହି ରିପୋର୍ଟ ଆମେରିକା ସମର୍ଥିତ ଗୁଇନ୍ଦା ଏଜେନ୍ସି ODNI ବୋଲି କୁହାଯାଉଛି ।
ସୂଚନା ଅନୁଯାୟୀ, ୨୦୧୨ରେ ଚୀନରେ କମ୍ୟୁନିଷ୍ଟ ପାର୍ଟି ଶାସନ କ୍ଷମତାକୁ ଆସିବା ପରେ ସି’ ଜିନପିଙ୍ଗ ରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳୁଛନ୍ତି । ସେବେଠୁ କମ୍ୟୁନିଷ୍ଟ ପାର୍ଟିର ସମସ୍ତ ସ୍ତରରେ ଭ୍ରଷ୍ଟାଚାର ରୋକିବାକୁ ଦୁର୍ନୀତି ନିରୋଧୀ ଅଭିଯାନ ଜାରି ରଖିଛନ୍ତି ରାଷ୍ଟ୍ରପତି । ଏହି ଅଭିଯାନ ପ୍ରଥମେ ପାର୍ଟିର ବଡ଼ ପଦ ପଦବୀରେ ବସିଥିବା ଅଧିକାରୀ ଏବଂ ନିମ୍ନ ସ୍ତରରେ ଥିବା କର୍ମଚାରୀଙ୍କ ଭିତରେ ସୀମିତ ଥିଲା । ରେଡିଓ ଫ୍ରି’ ଏସିଆର ରିପୋର୍ଟ ମୁତାବକ, ଦୁର୍ନୀତିରେ ସାମିଲ୍ ଥିବା ଶତାଧିକ ଅଧିକାରୀ ରେଡ୍ ହ୍ୟାଣ୍ଡ୍ ଧରିବା ସହିତ ସେମାନଙ୍କୁ ଦଣ୍ଡିତ କରାଯାଇଛି । ହେଲେ ଆମେରିକା ସମର୍ଥିତ ଗୁଇନ୍ଦା ଏଜେନ୍ସି, ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଅଫିସ୍ ଚୀନ୍ ରାଷ୍ଟ୍ରପତି ସି’ ଜିନପିଙ୍ଗଙ୍କ ପରିବାର ଉପରକୁ ଆଙ୍ଗୁଳି ଉଠାଇଛି । ରାଷ୍ଟ୍ରପତିଙ୍କ ଛତ୍ରଛାୟା ତଳେ ରହି ସମ୍ପର୍କୀୟମାନେ ଏହାର ଫାଇଦା ଉଠାଇଛନ୍ତି । ବେଆଇନ ଭାବେ ଅର୍ଥ ଉପାର୍ଜନ କରୁଥିବା ରିପୋର୍ଟରେ ପ୍ରକାଶ ପାଇଛି । ପରିବାର ଲୋକଙ୍କ ସ୍ବାମୀତ୍ବରେ ଅନେକ କମ୍ପାନି ରହିଛି । ବିଭିନ୍ନ ସଂସ୍ଥାରେ ଅର୍ଥ ଲଗାଇ କୋଟି କୋଟି ଡଲାରର ମାଲିକ ହୋଇଛନ୍ତି ।
ODNI ରିପୋର୍ଟ କୁହାଯାଇଛି, ରାଷ୍ଟ୍ରପତିଙ୍କ କ୍ଷମତା ବଳ, ସ୍ବତନ୍ତ୍ର ନୀରିକ୍ଷଣର ଅଭାବ, ସୀମିତ ଉତ୍ତରଦାୟୀ, ପ୍ରାନ୍ତୀୟ କ୍ଷେତ୍ରରେ ବିଶେଷ କ୍ଷମତା, ପ୍ରଣାଳୀଗତ ମୁଦ୍ଦା, ଯାହା ଚୀନରେ ଭ୍ରଷ୍ଟାଚାରକୁ ଅଧିକ ପ୍ରୋତ୍ସାହିତ କରୁଛି । ଏହାଛଡ଼ା ରିପୋର୍ଟରେ ପ୍ରକାଶ ପାଇଛି, ସରକାରୀ ଅଧିକାରୀମାନେ ତାଙ୍କର ଦରମା ଠାରୁ ୪ରୁ ୬ ଗୁଣ ଅଧିକ ଟଙ୍କାର ଅର୍ଥ ଉପାର୍ଜନ କରୁଛନ୍ତି । ଏନସିପି, ଯେଉଁ ସାଂସଦ ମାନେ ଅଛନ୍ତି, ସେମାନେ କେବଳ ରବର ଷ୍ଟାମ୍ପ ଭଳି କାର୍ଯ୍ୟ କରୁଛନ୍ତି ବୋଲି କୁହାଯାଇଛି । ଯାହାଫଳରେ ଦୁର୍ନୀତିର ଚରମ ସ୍ତରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ସି’ ଜିନପିଙ୍ଗଙ୍କ ପରିବାର ଲୋକ ।..