Live Live
LIVE

ସାଉଦି ଆରବର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅସୀମ ମୁନିର, ଦେଲେ ଏଭଳି ପ୍ରତିଶ୍ରୁତି

NEWS7
xi-jinpings-family-holds-billions-in-assets-despite-anti-corruption-drive

ଇସଲାମାବାଦ : ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ସାଉଦି ଆରବର ପ୍ରତିରକ୍ଷା ମନ୍ତ୍ରୀ ପ୍ରିନ୍ସ ଖାଲିଦ ବିନ୍ ସଲମାନଙ୍କୁ ଭେଟିଛନ୍ତି। ରିୟାଦରେ ଅନୁଷ୍ଠିତ ଏହି ବୈଠକ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଉପରେ କେନ୍ଦ୍ରିତ ଥିଲା। ଇରାନ ଗଲ୍ଫ ଦେଶଗୁଡ଼ିକରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରିଛି । କିନ୍ତୁ ବେ ଇରାନ୍ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ ନିଜର ପଡ଼ୋଶୀ ଦେଶଙ୍କ ଉପରେ ଆକ୍ରମଣ କରିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ତେବେ ଇରାନ୍ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣର ପ୍ରତିଶୋଧ ସୁରୂପ ଗଲ୍ଫ ଦେଶଗୁଡ଼ିକ ଉପରେ ଆକ୍ରମଣ କରିଥିଲା ।

ଇରାନ ଆକ୍ରମଣର ସମ୍ମୁଖୀନ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ସାଉଦି ଆରବ ମଧ୍ୟ ସାମିଲ। ଏହି ପରିପ୍ରେକ୍ଷୀରେ, ଇସଲାମାବାଦ ଏବଂ ରିୟାଦ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ହୋଇଥିବାରୁ ପାକିସ୍ତାନର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା ଯେ, ଯଦି କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣ ହୁଏ , ତେବେ ଏହା ଉଭୟ ଦେଶ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ । କିନ୍ତୁ ପାକିସ୍ତାନ ଉପରେ ତାଲିବାନ ଆକ୍ରମଣ କରିଥିବା ବେଳେ ସାଉଦି ଆରବ କିଛି କରିନଥିଲା । ସେହିଭଳି ସାଉଦି ଆରବ ଉପରେ ଇରାନ୍ ଆକ୍ରମଣ କରୁଥିବା ବେଳେ ନୀରବ ଥିଲା ପାକିସ୍ତାନ । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ କେବେଳ ଇରାନ୍କୁ ଚେତାବନୀ ଦେଇ ଚୁପ ବସିଥିଲେ ।

ସେପଟେ ଆଜି ଅସୀମ ମୁନିର ସାଉଦି ଆରବ ପ୍ରତିପକ୍ଷଙ୍କୁ ଭେଟିଛନ୍ତି । ଅସୀମ ମୁନିର ଏବଂ ସାଉଦି ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ପରେ, ପାକିସ୍ତାନୀ ସେନା ଏକ ସନ୍ତୁଳିତ ବିବୃତ୍ତି ଜାରି କରିଛି । ପାକିସ୍ତାନ ସେନା ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ପ୍ରତିଶ୍ରୁତି ଦେଇଛି । ପ୍ରିନ୍ସ ଖାଲିଦ ବିନ୍ ସଲମାନ କହିଛନ୍ତି ଯେ, ମୁନିରଙ୍କ ସହ ତାଙ୍କର ସାକ୍ଷାତର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଆଞ୍ଚଳିକ ସୁରକ୍ଷା ଏବଂ ସ୍ଥିରତା ।

ଟ୍ରମ୍ପଙ୍କ ଆତ୍ମସମର୍ପଣ ଧମକ ପରେ ଚିହିଁକି ଉଠିଲା ଇରାନ, କହିଲା- ସ୍ୱପ୍ନ ଦେଖନି, ଇଚ୍ଛାକୁ ମାଟି ତଳେ ପୋତିଦିଅ

ପାକିସ୍ତାନୀ ସେନା ଏକ ବିବୃତ୍ତିରେ କହିଛି ଯେ, ସିଡିଏଫ୍ ମୁନିର ସାଉଦି ରାଜଧାନୀ ରିୟାଦରେ ପ୍ରତିରକ୍ଷା ମନ୍ତ୍ରୀ ପ୍ରିନ୍ସ ଖାଲିଦ ବିନ୍ ସଲମାନଙ୍କୁ ଭେଟିଛନ୍ତି। ଇରାନୀ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରୁ ଉପୁଜିଥିବା ଗମ୍ଭୀର ସୁରକ୍ଷା ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଛନ୍ତି। ପାରଷ୍ପରିକ ପ୍ରତିରକ୍ଷା ଚୁକ୍ତିନାମାର ଢାଞ୍ଚା ମଧ୍ୟରେ ଆକ୍ରମଣକୁ ରୋକିବା ପାଇଁ ଆବଶ୍ୟକୀୟ ମିଳିତ ପଦକ୍ଷେପ ଉପରେ ଉଭୟ ପକ୍ଷ ବିଚାର କରିଛନ୍ତି।