ନୂଆଦିଲ୍ଲୀ: ଥରେ ଭାବନ୍ତୁତ ଜଣେ ଏଆଇ ମନ୍ତ୍ରୀ ହେବ, ସେ ପୁଣି ୮୩ଟି  ପିଲା ଜନ୍ମ କରିବ। ଆଉ ସେ ପିଲାମମାନେ ସବୁ ସାଂସଦଙ୍କୁ ତାଙ୍କ କାମରେ ସହଯୋଗ କରିବେ। ଏକଥା ଆପଣଙ୍କୁ ହୁଏତ ଅବିଶ୍ୱାସ ଲାଗୁ ଥାଇପାରେ। ହେଲେ ଆଜ୍ଞାନ ଟେକ୍ନୋଲୋଜୀ ଦୁନିଆରେ ସବୁ ଅସମ୍ଭବ ସମ୍ଭବ ହୋଇପାରେ। ଏହି ଘଟଣା ବାଲକାନ ଦେଶ ଆଲବାନିଆରେ ଘଟିଛି।

ଆଲବାନିଆର ପ୍ରଥମ ଏଆଇ-ଜେନେରେଟେଡ୍ ମନ୍ତ୍ରୀ, ଡିଏଲା, ଗର୍ଭବତୀ ଥିବା ଆଲବାନିଆର ପ୍ରଧାନମନ୍ତ୍ରୀ ଇଦି ରାମା ଘୋଷଣା କରିଛନ୍ତି। ଏହି ଅଜବ ଘୋଷଣା କରି ସେ କହିଛନ୍ତି ଯେ ଡିଏଲା ୮୩ ଏଆଇ ପିଲାଙ୍କୁ ଜନ୍ମ ଦେବେ ପ୍ରତ୍ୟେକ ସମାଜବାଦୀ ପାର୍ଟି ସଂସଦ ସଦସ୍ୟଙ୍କ ପାଇଁ ଗୋଟିଏ ଲେଖାଏ ପିଲା ଜନ୍ମ ଦେବେ। ଇଦି ରାମା ବର୍ଲିନରେ ଗ୍ଲୋବାଲ୍ ଡାଏଲଗ୍ (BGD) କୁ ସମ୍ବୋଧିତ କରିବା ସମୟରେ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି "ଆଜି ଆମେ ଡିଏଲାଙ୍କୁ ନେଇ ବହୁତ ବଡ଼ ରିକ୍ସ ନେଇଥିଲୁ। ଏବଂ ଏହା ବହୁତ ଭଲ ହେଲା। ତେଣୁ ପ୍ରଥମ ଥର ପାଇଁ, ଡିଏଲା ଗର୍ଭବତୀ ଏବଂ ତାଙ୍କର ୮୩ଟି ପିଲା ଅଛନ୍ତି ପ୍ରତ୍ୟେକ ଏଆଇ ପିଲା ସଂସଦୀୟ ଅଧିବେଶନରେ ଅଂଶଗ୍ରହଣ କରୁଥିବା ଲୋକଙ୍କ ପାଇଁ ସହାୟକ ଭାବରେ କାର୍ଯ୍ୟ କରିବେ ଏବଂ ଯାହା ଘଟୁଛି ତାହାର ରେକର୍ଡ ରଖିବେ ସଂସଦର ସଦସ୍ୟମାନଙ୍କୁ ପରାମର୍ଶ ଦେବେ। ଏହି ପିଲାମାନେ ସେମାନଙ୍କ ମାଆଙ୍କୁ ଜାଣିବେ"

World’s first AI-generated minister is ‘pregnant’,  will give birth to ‘83 children’: Albania’s PM

କିଏ ଏହି ଡିଏଲା ?

ବିଶ୍ୱର ପ୍ରଥମ ରାଷ୍ଟ୍ର  ଭାବେ ଆଲବାନିଆ ଏକ AI ବଟ୍‌କୁ ମନ୍ତ୍ରୀ ଭାବ ନିଯୁକ୍ତ ଦେଇଛି। ଏହା ଦୁର୍ନୀତି ବିରୋଧରେ ଲଢ଼ିବା ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ଆଲବାନିଆ ସରକାରଙ୍କର ଏକ ପ୍ରୟାସ ବୋଲି କୁହାଯାଉଛି। ଗୁରୁବାର ପ୍ରଧାନମନ୍ତ୍ରୀ ଇଦି ରାମା ଘୋଷଣା କରିଥିଲେ ଯେ ଏଆଇ ବଟ୍‌ ଡିଏଲା ସରକାରୀ ପ୍ରକଳ୍ପଗୁଡ଼ିକରେ ଘରୋଇ ଠିକାଦାରଙ୍କ ପାଇଁ ସମସ୍ତ ସାର୍ବଜନୀନ ଟେଣ୍ଡର ପ୍ରଦାନ ତଦାରଖ କରିବ। ଏହି ଡିଏଲାର ଆଲାବାନିଆରେ ଅର୍ଥ ହେଉଛି ସୂର୍ଯ୍ୟ। ଏହା ଏକ ଏଆଇ ବଟ୍।

ମେ ୨୦୨୫ରେ ଲଗାତାର ଚତୁର୍ଥ ପ୍ରଧାନମନ୍ତ୍ରୀ ହୋଇଥିବା ସମାଜବାଦୀ ପାର୍ଟି ନେତା ଇଦି ରାମା ତାଙ୍କ କ୍ୟାବିନେଟରେ ଏକ ଭାଷଣ ସମୟରେ କହିଛନ୍ତି, "ଡିଏଲା ହେଉଛି ପ୍ରଥମ କ୍ୟାବିନେଟ ସଦସ୍ୟ ଯିଏ ସ୍ୱଦେହରେ ଉପସ୍ଥିତ ରହିବେ ନାହିଁ, ତାଙ୍କୁ ବସ୍ତୁତଃ ଏଆଇ ଦ୍ୱାରା ତିଆରି କରାଯାଇଛି।"

ବାଲକାନ ଦେଶ ଆଲବାନିଆ ସାର୍ବଜନୀନ ଟେଣ୍ଡର ଏବଂ ଦୁର୍ନୀତି ସହିତ ସମସ୍ୟାର ସମ୍ମୁଖୀନ ହୋଇଥିଲା ଏହି ଦେଶ ସାରା ବିଶ୍ୱରେ ଗ୍ୟାଙ୍ଗ ଯୁଦ୍ଧ, ମନି ଲଣ୍ଡରିଂ ଏବଂ ଡ୍ରଗ୍ସ ଚାଲାଣର କେନ୍ଦ୍ରବିନ୍ଦୁ ଥିଲା। ତେବେ ଏଆଇ ମାନବ ପକ୍ଷପାତକୁ ହ୍ରାସ କରିବ, ଯଥାସମ୍ଭବ କ୍ଷତି ପୂରଣ ଦେବ ଏବଂ ସରକାରୀ ଟେଣ୍ଡରଗୁଡ଼ିକୁ ୧୦୦ ପ୍ରତିଶତ ଦୁର୍ନୀତିମୁକ୍ତ ସୁନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।