LIVE TV

ଚର୍ଚ୍ଚାରେ ଏହି ବାହାଘର ! ୭୪ ବର୍ଷିୟ ବରକୁ ୨୪ ବର୍ଷୀୟା କନ୍ୟା ; ଯୌତୁକରେ ଯୁବତୀଙ୍କୁ ମିଳିଲା ୧୮ ମିଲିୟନ ଟଙ୍କା

NEWS7
unique marriage

​​​​​​​ନୂଆଦିଲ୍ଲୀ :  ଇଣ୍ଡୋନେସିଆରେ ଏକ ନିଆରା ବାହାଘରର ଖବର ସାମ୍ନାକୁ ଆସିଛି। ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବରକନ୍ୟାଙ୍କ ବୟସର ତାରତମ୍ୟ ଠାରୁ ନେଇ ଯୌତୁକ ଯାଏ ସବୁ ଆପଣଙ୍କୁ ଚକିତ କରିଦେବ। ଜଣେ ୭୪ ବର୍ଷୀୟ ବୟସ୍କ ବ୍ୟକ୍ତି ଓ ଜଣେ ୨୪ ବର୍ଷୀୟା ଯୁବତୀଙ୍କ ବିବାହ ଏହି ସମୟରେ ସୋସିଆଲ ମିଡିଆ ଏବଂ ସ୍ଥାନୀୟ ଗଣମାଧ୍ଯମରେ ଆଲୋଚନାର ବିଷୟ ପାଲଟିଛି। ଏହି ନିଆରା ବିବାହରେ ବୟସ୍କ ବ୍ୟକ୍ତି ତାଙ୍କ କନ୍ୟାକୁ ପାଖାପାଖି ୧.୮ କୋଟି ଟଙ୍କା 'ବ୍ରାଇଡ୍‌ ପ୍ରାଇସ୍‌' (ଯୌତୁକ) ଦେଇଥିବା ଦାବି କରିଛନ୍ତିଉଭୟଙ୍କ ମଧ୍ୟରେ ୫୦ ବର୍ଷର ବୟସ ପାର୍ଥକ୍ୟ ଯୋଗୁଁ ଏହି ବିବାହ ଚର୍ଚ୍ଚାର ବିଷୟ ପାଲଟିଛି ଏହି ବିବାହ ଅକ୍ଟୋବର ୧ ତାରିଖରେ ପୂର୍ବ ଜାଭାର ପଚିତନ ରିଜେନ୍ସିରେ ହୋଇଥିଲା, ବରର ନାମ ତାରମାନ ଏବଂ କନ୍ୟାର ନାମ ଶେଲା ରିକା ବୋଲି କୁହାଯାଉଛିବିବାହ ବେଳେ ତାରମାନ ସାର୍ବଜନୀନ ଭାବରେ ତିନି ବିଲିୟନ ଟଙ୍କା (ଇଣ୍ଡୋନେସି କରେନ୍ସି) ଯୌତୁକ ଘୋଷଣା କରିଥିଲେ

ସ୍ଥାନୀୟ ଗଣମାଧ୍ଯମ ରିପୋର୍ଟ ଅନୁଯାୟୀ, ଭବ୍ୟ ସମାରୋହରେ ଅତିଥିମାନଙ୍କୁ ପାରମ୍ପରିକ ଉପହାର ବଦଳରେ ୧୦୦,୦୦୦ ଟଙ୍କା (ପ୍ରାୟ ୬,୦୦୦ ଟଙ୍କା) ଦିଆଯାଇ ଥିଲାପ୍ରାରମ୍ଭରେ କୁହାଯାଉ ଥିଲା ଯେ,ଯୌତୁକ ପରିମାଣ ଏକ ବିଲିୟନ ନଗଦ ଟଙ୍କା ( ୬୦ ଲକ୍ଷ ଟଙ୍କା) ହେବ। କିନ୍ତୁ ବିବାହ ସମୟରେ ଏହାକୁ ହଠାତ୍ ତିନି ବିଲିୟନ ଟଙ୍କାକୁ ବୃଦ୍ଧି କରାଯାଇ ଥିଲା। ହେଲେ କାର୍ଯ୍ୟକ୍ରମ ପରେ, ୱେଣ୍ଡିଂ ଫଟୋଗ୍ରାଫି ଟିମ୍‌ ଅଭିଯୋଗ କରି ଥିଲେ ଯେ, ଦମ୍ପତି ପେମେଣ୍ଟ ନ ଦେଇ ନିଖୋଜ ହୋଇଯାଇ ଥିଲେ ଏବଂ ସେମାନଙ୍କ ସହିତ ଆଉ କୌଣସି ଯୋଗାଯୋଗ କରି ନଥିଲେ। କିଛି ଅନଲାଇନ୍ ରିପୋର୍ଟରେ ଦାବି କରାଯାଇଛି ଯେ, ବୟସ୍କ ବର ,କନ୍ୟା ପରିବାରର ମୋଟରସାଇକେଲ ନେଇ ମଧ୍ୟ ଫେରାର ହୋଇଗଲେ। 

ଫଟୋଗ୍ରାଫି କମ୍ପାନୀର ଅଭିଯୋଗ ପରେ, ପୋଲିସ ତଦନ୍ତ ଆରମ୍ଭ କରିଛିସୋସିଆଲ ମିଡିଆରେ ପ୍ରକୃତ ଯୌତୁକ ରାଶି ଏବଂ ଚେକର ସତ୍ୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ବିବାଦ ବଢ଼ିବା ସହିତ ବର ତାରମାନ, ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରିଥିଲେ ସେ କହିଥିଲେ, ମୁଁ ମୋ ସ୍ତ୍ରୀକୁ ପରିତ୍ୟାଗ କରିନାହିଁ; ଆମେ ଏବେ ବି ଏକାଠି ଅଛୁ। ୩ ବିଲିୟନ ଟଙ୍କାର ଯୌତୁକ ପ୍ରକୃତ ଏବଂ ବ୍ୟାଙ୍କ ଅଫ୍ ସେଣ୍ଟ୍ରାଲ୍ ଏସିଆ (BCA) ଦ୍ବାରା ସମର୍ଥିତକନ୍ୟା ପରିବାର ଏହା ମଧ୍ଯ ସ୍ପଷ୍ଟ କରିଥିଲେ ଯେ ଦମ୍ପତି ହନିମୁନ୍ ପାଇଁ ଯାଇଛନ୍ତି, ଫେରାର ହୋଇ ନାହାନ୍ତି।