ଭଦ୍ରକ ୨୫/୦୮: କଥାରେ ଅଛି ବିଶ୍ୱାସ ବଳେ ଭଗବାନ । କିନ୍ତୁ ଏହା ସତ୍ୟ । ବିଶ୍ୱାସର ଅନ୍ୟନାମ ଭଗବାନ । ତର୍କ ଦ୍ୱାରା ଈଶ୍ୱର ସିଦ୍ଧ ନୁହେଁ କି ପ୍ରମାଣିତ ବି ନୁହେଁ କାରଣ ସେ ସତ୍ୟ । ଏମିତି ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । କେହି କହୁଛନ୍ତି ଏହାକୁ ଅନ୍ଧବିଶ୍ୱାସ ତ ଆଉ କିଏ କହୁଛନ୍ତି ନା ଏହା ଆମ ଭକ୍ତିର ବିଶ୍ୱାସ ।
ସୂଚନା ଥାଉକି, ବନ୍ୟାରେ ଉବୁଟୁବୁ ଭଦ୍ରକ ଜିଲ୍ଲାର ଅନେକ ଅଞ୍ଚଳ । ଧାମନଗର ବ୍ଲକ ଅଧିନ ଅର୍ଜୁନପୁରରେ ଅନେକ ଗ୍ରାମ ଜଳବନ୍ଦୀ । ତେବେ ବିଶ୍ୱାସ ପାଇଁ ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ଜଳ ଦେବୀ ବା ଜଳ ନାଗୁଆଣୀଙ୍କ ପୂଜା କରୁଛନ୍ତି ମହିଳା ମାନେ । ଦିପ, ଧୂପ , ଫୁଲ ଓ ଚନ୍ଦନ ଦେଇ ପୂଜା କରିଚନ୍ତି । ବିଶ୍ୱାସ ଅଛି ଯେ ଲୋକେ ଜଳ ନାଗୁଆଣି ଙ୍କ ପୂଜା କଲେ ବନ୍ୟାର ପ୍ରକୋପ କମି ଯାଏ । ଏହି ବିଶ୍ୱାସ ବାପା, ଗୋଷେଇଁ ଅମଳରୁ ଥିବାରୁ ଗ୍ରାମ ଲୋକେ ଜଳ ନାଗୁଆଣିଙ୍କ ପୂଜା କରନ୍ତି ।