LIVE TV

ଡ୍ୟାମ୍‌ରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

NEWS7
kaptipada police station

ଉଦଳା ୦୧।୧୦ : ଡ୍ୟାମ୍‌ରୁ ମିଳିଲା ମହିଳାଙ୍କ ମୃତଦେହ। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୋନ ଡ୍ୟାମ ଗେଟ୍‌ ନିକଟରୁ ମୃତଦେହ ଭାସୁଥିବାର ଠାବ ହୋଇଛି।ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ ।

ଖବର ଅନୁଯାୟୀ, କପ୍ତିପଦା ଥାନା ସୋନ ଡ୍ୟାମ୍‌ ଗେଟ୍ ନିକଟରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ କପ୍ତିପଦା ପୋଲିସକୁ ଖବର ଦେଇଥିଲେ । ଖବର ପାଇ କପ୍ତିପଦା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ୟାମ୍‌ରୁ ମୃତଦେହକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ହେଲେ ବର୍ତ୍ତମାନ ଯାଏଁ ତାଙ୍କର କୌଣସି ପରିଚୟ ମିଳିନାହିଁ । ତେବେ ମୃତକ କିଏ ଓ ଡ୍ୟାମ୍‌କୁ କେମିତି ଆସିଲା ମୃତଦେହ । ତାକୁ ନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।