News7 Logo

ମହିଳାଙ୍କର ଅଶ୍ଳୀଳ ଫଟୋ ନଜର ଆସିଲା ଅନଲାଇନରେ, ଗୁଗଲ କ୍ଲାଉଡ୍‌ରୁ ହୋଇଗଲା ଚୋରି ... କମ୍ପାନୀ ନାଁରେ ମାମଲା ରୁଜୁ

NEWS7
-

ନୂଆଦିଲ୍ଲୀ – ଜର୍ମାନୀର ଜଣେ ମହିଳା ଗୁଗଲରେ ମୋକଦମା ରୁଜୁ କରି ବଡ଼ ଅଭିଯୋଗ କରିଛନ୍ତି। ମହିଳାଙ୍କ ମୁତାବିକ, ତାଙ୍କର ବ୍ୟକ୍ତିଗତ ନ୍ୟୁଡ୍‌ ଫଟୋ ଓ ସେକ୍ସ ଭିଡ଼ିଓ ଗୁଗଲ କ୍ଲାଉଡ୍ ଷ୍ଟୋରେଜ୍‌ରୁ ଚୋରି ହୋଇ ଯାଇଛି ଏବଂ ଏବେ ତାହା ଗୁଗଲ ସର୍ଚ୍ଚ ରିଜଲ୍ଟସ୍‌ରେ ଦେଖିବାକୁ ମିଳିଛି।

ସୂଚନା ମୁତାବିକ୍, ମହିଳା ଏହି ଫଟୋ ଗୁଡ଼ିକୁ ହଟାଇବାକୁ ବହୁତ ଚେଷ୍ଟା କରି ଥିଲେ। କିନ୍ତୁ ମୁସ୍କିଲ ଆହୁରି ବଢି ଯାଇଛି। ଏବେ ଲୋକେ ଗୁଗଲ ବିରୋଧରେ ଏକ ବଡ଼ ଅଭିଯାନ ଚଲାଇଛନ୍ତି , ଯେଉଁଥିରେ କମ୍ପାନୀ ଉପରେ ଲୋକଙ୍କ ଗୋପନୀୟତା ଉଲ୍ଲଂଘନର ଅଭିଯୋଗ ଲାଗିଛି।

ସୂଚନା ମୁତାବିକ , ପୀଡ଼ିତ ମହିଳାଙ୍କର ଫଟୋ ଓ ଇଣ୍ଟିମେଟ୍‌ ଭିଡ଼ିଓ ତାଙ୍କର ବ୍ୟକ୍ତିଗତ ଗୁଗଲ କ୍ଲାଉଡ୍‌ରୁ ତାଙ୍କର ଆଇଡି ସହ ଚୋରାଇ ନିଆଯାଇଛି। ପୁଣି ଏହି ଫଟୋ ଓ ଭିଡ଼ିଓକୁ ପର୍ଣ୍ଣ ୱେବସାଇଟ୍‌ରେ ପୋଷ୍ଟ କରି ଦିଆଗଲା ,ଯାହା ପରେ ଏହାକୁ ମହିଳାଙ୍କ ନାଁରେ ସହଜରେ ତଲାସ କରାଯାଇ ପାରୁଥିଲା। ମହିଳା ମାସ ମାସ ଯାଏ ଗୁଗଲ ସର୍ଚ୍ଚ ରିଜଲ୍ଟରେ ନିଜର ପ୍ରାଇଭେଟ୍ ଫଟୋ ହଟାଇବାକୁ ଚେଷ୍ଟା କଲେ । କିନ୍ତୁ ସେ ସଫଳ ହୋଇ ପାରି ନଥିଲେ।

ମହିଳା ଅଭିଯୋଗ କରିଛନ୍ତି ଯେ , ତାଙ୍କ ଫଟୋ ଓ ଭିଡ଼ିଓରେ ଗୁଗଲ ସର୍ଚ୍ଚରେ ୨,୦୦୦ରୁ ଅଧିକ ୟୁଆରଏଲ୍‌ ଦେଖାଯାଉ ଥିଲା। ତାଙ୍କର ଅଭିଯୋଗ ପରେ ଆରମ୍ଭରେ କିଛି ଜିନିଷକୁ ହଟେଇ ଦିଆଯାଇ ଥିଲା। ମହିଳା ଡେର ସ୍ପିଗଲ ଖବରକାଗଜକୁ କହିଛନ୍ତି ଯେ, ତାଙ୍କ ପାଇଁ ଏହି ଅନୁଭବ ଦୁଷ୍କର୍ମ ଭଳି ଥିଲା।  ଏଥିରେ ତାଙ୍କୁ ପୋଷ୍ଟ-ଟ୍ରମେଟିକ୍‌ ଷ୍ଟ୍ରେସ୍‌ ଡିସଅର୍ଡର ହୋଇ ଗଲା। ମହିଳାଙ୍କୁ ବିରକ୍ତି ଆସିବାରୁ ସେ ନିଜର ଚାକିରି ବଦଳାଇ ଦେଲେ ଏବଂ ଏହ ଦୂକ ସ୍ଥାନରେ ରହିବାରୁ ବାଧ୍ୟ ହେଲ।