LIVE TV

୨୫ ବର୍ଷ ପୂର୍ବେ ନିଜେ ଲଗେଇ ଥିବା ଗଛକୁ କାଟି ଦେବାରୁ କାନ୍ଦିଲେ ୯୦ ବର୍ଷିୟା ମହିଳା ...ଭିଡ଼ିଓ ଭାଇରାଲ

NEWS7
Elderly woman sobs

ନୂଆଦିଲ୍ଲୀ : ଛତିଶଗଡ଼ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି। ୨୫ ବର୍ଷ ପୂର୍ବେ ନିଜ ହାତରେ ଲଗେଇ ଥିବା ଓସ୍ତ ଗଛକୁ କାଟି ଦେବାରୁ ୯୦ ବର୍ଷିୟା ଜଣେ ମହିଳା ଖୁବ୍‌ କାନ୍ଦୁଛନ୍ତି। ଭିଡ଼ିଓଟି ଭାଇରାଲ ହେବା ପରେ ଏହି ମାମଲାରେ ଦୁଇ ଜଣ ଲୋକଙ୍କୁ ଗିରଫ କରାଯାଇଛି।

ହିନ୍ଦୁସ୍ତାନ ଲାଇଭ୍‌ ଡଟ୍‌ କମ୍‌ରେ ପ୍ରକାଶିତ ସୂଚନା ଆଧାରାରେ, ଛତିଶଗଡ଼ରେ ଜଣେ ବୟସ୍କ ମହିଳାଙ୍କ ଦ୍ୱାରା ୨୫ ବର୍ଷ ପୂର୍ବେ ଲଗାଯାଇ ଥିବା (ପିପଲ ଟ୍ରି) ଓସ୍ତ ଗଛକୁ ଅବୈଧ ଭାବେ କଟା ଯିବାରେ, ସେ କାନ୍ଦୁ ଥିବାର ଏକ ଭିଡ଼ିଓ ଭାଇରାଲ ହେଉଛି। ଏହି ମାମଲାରେ ଦୁଇ ଜଣ ଲୋକଙ୍କୁ ଗିରଫ କରାଯାଇଛି। ଜଣେ ପୁଲିସ ଅଧିକାରୀ ରବିବାର ପିଟିଆଇ-ଭାଷାକୁ କହିଛନ୍ତି ଯେ, ଖୈରାଗଡ଼-ଛୁଇଖଦାନ-ଗଣ୍ଡଇ ଜିଲ୍ଲାର ସର୍ରାଗୋଣ୍ଡି ଗାଁର ବାହାର ଅଞ୍ଚଳରେ ରାସ୍ତା ପାର୍ଶ୍ୱରେ ସରକାରୀ ଜମି ଉପରେ ଠିଆ ହୋଇଥିବା ଏହି ଗଛକୁ ୫ ଅକ୍ଟୋବର ରାତିରେ କଟା ଯାଇଥିଲା।

ଏହି ଭିଡ଼ିଓରେ ୯୦ ବର୍ଷିୟା ଦେୱଲା ବାଇ ପଟେଲ ନାମ୍ନୀ ମହିଳା କଟା ହୋଇ ପଡ଼ିଥିବା ଗଛର ଖଣ୍ଡ ଉପରେ ମୁଣ୍ଡ ରଖି କାନ୍ଦୁବାର ନଜର ଆସୁଛନ୍ତି। ଏହାକୁ ସୋସିଆଲ ମିଡ଼ିଆରେ ଅନେକ ଲୋକ ସେୟାର କରିଛନ୍ତି।

​​​​​​​

କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ହ୍ୟାଶଟ୍ୟାଗ୍‌ ଏକ୍‌ ପେଡ୍‌ ମାଁ କେ ନାମ୍‌  ସହ ଭିଡ଼ିଓ ଏକ୍ସରେ ସେୟାର କରି ଲେଖିଛନ୍ତି, ଯେ ଏହା ଖୁବ୍‌ ହୃଦୟ ବିଦାରକ ଦୃଶ୍ୟ। ଜଣେ ବୟସ୍କ ମହିଳା ସେହି ଓସ୍ତ ଗଛକୁ କଟା ଯିବା ନେଇ ଖୁବ୍ କାନ୍ଦୁଛନ୍ତି , ଯାହାକୁ ସେ ୨୦ ବର୍ଷ ପୂର୍ବେ ସେ ଲଗେଇ ଥିଲେ। ମୋତେ କୁହାଯାଇଛି ଯେ ଏହା ଛତିଶଗଡ଼ ରାଜ୍ୟରେ ହୋଇଛି।

ପୁଲିସ ଅଧିକାରୀ କହିଛନ୍ତି , ଗ୍ରାମବାସୀ ପ୍ରମୋଦ ପଟେଲଙ୍କ ଦ୍ୱାରା ୬ ଅକ୍ଟୋବରରେ ରୁଜୁ କରାଯାଇ ଥିବା ଅଭିଯୋଗ ଆଧାରରେ ଇମ୍ରାନ ମେନନ ଓ ପ୍ରକାଶ କୋସରେଙ୍କୁ ଏଥିପାଇଁ ଗିରଫ କରାଯାଇଛି। ଅଧିକାରୀ କହିଛନ୍ତି ଯେ, ମେମନ ନିକଟରେ ପାର୍ଶ୍ୱବର୍ତ୍ତୀ କୃଷି ଜମି କିଣି ଥିଲେ।ରାସ୍ତା ସଂଯୋଗ ପାଇଁ ଗଛଟିକୁ କାଟିବାକୁ ଚାହୁଁ ଥିଲେ। ସେ ଅକ୍ଟୋବର ୫ରେ ଗଛ କାଟିବାକୁ ଚେଷ୍ଟା କରିଥିଲେ , କିନ୍ତୁ ଗ୍ରାମବାସୀଙ୍କ ଖୁବ୍‌ ବିରୋଧ ଯୋଗୁଁ ସେ ଆଉ କାଟି ପାରି ନଥିଲେ। ଏହାପରେ ଉଭୟ ରାତିରେ ଗଛକୁ କାଟି ଦେଇଥିଲେ। ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତମାନେ ଯେଉଁ କଟର ମେସିନର ବ୍ୟବହାର କରିଥିଲେ, ତାକୁ ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲେ। ତାକୁ ବାହାର କରିବା ପାଇଁ ବୁଡ଼ାଳି ମାନଙ୍କୁ ନିୟୋଜିତ କରାଯାଇଛି।