AI କ୍ୟାମେରା ସହାୟତାରେ ଜଙ୍ଗଲରେ ନିଆଁ ଲାଗିବାର ସମସ୍ତ ତଥ୍ୟ ଶୀଘ୍ର ବନ ବିଭାଗକୁ ମିଳିପାରୁଛି : PCCF

Published By : Prameya-News7 Bureau | March 17, 2025 IST

ଭୁବନେଶ୍ବର ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ କରିବା ପାଇଁ ବନ ବିଭାଗ ପ୍ରସ୍ତୁତ ରହିଛି । ନିଆଁ ଲିଭାଇବା ପ୍ରକ୍ରିୟା ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । ଏ ନେଇ ପିସିସିଏଫ ସୁରେଶ ପନ୍ଥ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ରାଜ୍ୟରେ ୧୫ ହାଜର ୭୨୩ କିଲୋମିଟର ନୂଆ ଫାୟାର ଲାଇନ ନିର୍ମାଣ କରାଯାଇଛି । ଏହା ସହ ପୁରୁଣାରେ ଥିବା ୧୬ ହାଜର ୬୩୦ କିଲୋମିଟର ଜଙ୍ଗଲ ଫାୟାର ଲାଇନ ଉପରେ ମଧ୍ୟ ନଜର ରଖିଛି ବନ ବିଭାଗ ।

ଜଙ୍ଗଲରେ ଲାଗୁଥିବା ନିଆଁକୁ ଆୟତ କରିବା ପାଇଁ ପ୍ରତ୍ୟେକ ଡିଭିଜନରେ ଫାୟାର ସ୍କ୍ୱାଡ୍ ରହିଛି । ମୋଟ୍ ୩୩୪ ଫାୟାର ସ୍କ୍ୱାଡ୍ ରହିଛି । ପ୍ରତ୍ୟେକ ସ୍କ୍ୱାଡ୍‌କୁ ନିଆଁ ଲିଭେଇବା ପାଇଁ ସମସ୍ତ ଯନ୍ତ୍ରପାତି ସହ ଗୋଟିଏ ଗୋଟିଏ ଗାଡି ମଧ୍ୟ ପ୍ରଦାନ କରାଯାଇଛି । ଏହା ସହହ ସ୍କ୍ୱାଡ୍ ମାନଙ୍କ ପାଇଁ ସେଫ୍ଟି କିଟ୍ ମଧ୍ୟ ପ୍ରଦାନ କରାଯାଇଛି ।

ଏହା ସହ ୬ ହାଜର ୭୦୦ ଫରେଷ୍ଟ ଗାର୍ଡଙ୍କ ଫୋନ୍ ନମ୍ବର ମଧ୍ୟ ଆମ ୱେବ ସାଇଟ୍ରେ ଉପଲବ୍ଧ ରହିଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ଏହି ଫରେଷ୍ଟ ଗାର୍ଡ ଆଲର୍ଟ ରହିବେ । ବନ ବିଭାଗ ମୁଖ୍ୟାଳୟ ସହ ପ୍ରତ୍ୟେକ ବନଖଣ୍ଡରେ ମଧ୍ୟ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ରହିଛି । 

ନିଆଁକୁ ରୋକିବା ଏବଂ ନିଆଁ ଲିଭାଇବା ପାଇଁ ସହାୟତା ଦେଉଥିବା ଗାଁକୁ ଆମେ ଇନସେଟିଭ ପ୍ରଦାନ କରିଛୁ । ଚଳିତ ବର୍ଷ ମଧ୍ୟ ୫୨୦ ଗ୍ରାମକୁ ବିଭାଗ ତରଫରୁ ଇନସେଟିଭି ପ୍ରଦାନ କରାଯାଇଛି । 

ଜଙ୍ଗଲକୁ ଲାଗି ରହିଥିବା ଗାଁ ଗୁଡିକରେ ସଚେତନତା ସହ ବିଭିନ୍ନ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଛି । 

ଓଡ଼ିଶାର ଶିମିଳିପାଳ ଏବଂ ରାଉରକେଲାରେ ଏଆଇ କ୍ୟାମେରା ମାଧ୍ୟମରେ ନିଆଁ ଲାଗିବାର ସମସ୍ତ ତଥ୍ୟ ଶୀଘ୍ର ବନ ବିଭାଗ ମିଳିପାରୁଛି । ଏହି କାରଣରୁ ନିଆଁକୁ ଖୁବ୍ଶୀଘ୍ର ଆୟତ କରିବାରେ ବନ ବିଭାଗ ସହାୟତା ମିଳୁଛି ।

You Can Read:

ରାଜଧାନୀରେ ୬ ମାସରେ ୧୮ ଫ୍ଲାଟ୍‌ରୁ ୩୮ ଲକ୍ଷ ଟଙ୍କା ଚୋରି : ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.