News7 Logo

ଭାରତୀୟ ବଂଶୋଦ୍ଭବ କାଶ ପଟେଲ ହରାଇବେ ଚାକିରି ? FBIର ଅଛନ୍ତି ମୁଖ୍ୟ , ମାମଲା କଣ ଜାଣନ୍ତୁ

NEWS7
kash patel

ନୂଆଦିଲ୍ଲୀ – FBI ଅର୍ଥାତ୍‌ ଫେଡରଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେସନର ପ୍ରମୁଖ ଭାରତୀୟ ବଂଶୋଦ୍ଭବ କାଶ ପଟେଲ ପଦ ହରାଇ ପାରନ୍ତି। ତାଙ୍କ ସଦସ୍ୟ ମାମଲା ଗୁଡ଼ିକର ଯାଞ୍ଚକୁ ନେଇ ଖୁବ୍‌ ଶୀଘ୍ର କଂଗ୍ରେସର ଶୁଣାଣିର ସମ୍ମୁଖୀନ ହେବାକୁ ପଡ଼ି ପାରେ। ହେଲେ , ଏହାକୁ ନେଇ ଅଫିସିଆଲି ଭାବେ କିଛି କୁହାଯାଇ ନାହିଁ। ତାଙ୍କର ପଦ ଛାଡ଼ିବାର ଚର୍ଚ୍ଚା ଏମିତି ସମୟରେ ହେଉଛି ,ଯେତେବେଳେ ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶେଷ ଭାବେ ଜଣାଶୁଣା ଚାର୍ଲି କିର୍କଙ୍କର ହତ୍ୟାର ଯାଞ୍ଚ ଜାରି ରହିଛି।

ଫକ୍ସ ନ୍ୟୁଜ୍‌ର ରିପୋର୍ଟରେ ରାଷ୍ଟ୍ରପତି ଟ୍ରମ୍ପ ଓ ପଟେଲଙ୍କ ନିକଟତମ ସୂତ୍ରାନୁସାରେ କୁହାଯାଉଛି ଯେ, ସେ ଏଫବିଆଇ ନିର୍ଦ୍ଦେଶକ ପଦ ଛାଡ଼ିବାକୁ ଯାଉଛନ୍ତି। ବିଶେଷ କଥା ଏହା ଯେ, ପୂର୍ବତମ ମିସୂରୀ ଏଟାର୍ନୀ ଜେନେରାଲ ଏଣ୍ଡ୍ରୟୁ ବେଲିଙ୍କୁ ଏଫବିଆଇର ଉପନିର୍ଦ୍ଦେଶକ ପଦ ପାଇଁ ଚୟନ କରାଯାଇଛି। ପଟେଲଙ୍କ ପୂର୍ବରୁ ବେଲି ହିଁ ଏଫବିଆଇର ଶୀର୍ଷ ପଦ ପାଇଁ ଟ୍ରମ୍ପଙ୍କ ପ୍ରଥମ ପସନ୍ଦ ଭାବେ ନଜର ଆସୁ ଥିଲେ। ବର୍ତ୍ତମାନ , ବ୍ୟୁରୋ ଏହାକୁ ନେଇ କିଛି କହି ନାହିଁ।

କିର୍କଙ୍କର ହତ୍ୟା ପରେ ଏଫବିଆଇକୁ ଆକ୍ରମଣକାରୀ ଟାୟଲର ରାବିନ୍ସନଙ୍କୁ ଧରିବାରେ ଦୁଇ ଦିନର ସମୟ ଲାଗି ଥିଲା। ଅନ୍ୟପଟେ , ହତ୍ୟାକାଣ୍ଡର ଦୁଇ ଘଣ୍ଟା ପରେ ବ୍ୟୁରୋ ଦୁଇଜଣ ସନ୍ଦିଗ୍ଧଙ୍କୁ ଧରି ଥିଲା , କିନ୍ତୁ ପରେ ଭୁଲ ଚିହ୍ନଟ ଯୋଗୁଁ ଛାଡି ଦିଆ ଯାଇଥିଲା। କୁହାଯାଉଛି ଯେ, ଏଫବିଆଇର ମଧ୍ୟ  ଅନେକ କର୍ମଚାରୀ ପଟେଲଙ୍କ କାମ କରିବାର ଉପାୟ ଉପରେ ଅଭିଯୋଗ କରିଛନ୍ତି।

ସିଏନଏନ୍‌ ସହ ଆଲୋଚନା ବେଳେ କର୍ମଚାରୀମାନେ କହିଛନ୍ତି ଯେ,ସେମାନେ ଆଶ୍ଚର୍ଯ୍ୟ ଯେ, କେଉଁଭଳି ପଟେଲ ସୁଟରଙ୍କୁ ଧରିବାର କ୍ରେଡିଟ୍‌ ନେଇ ଗଲେ। ଏହା ବ୍ୟତୀତ କିଛି କର୍ମଚାରୀ କିର୍କ ମାମଲାର ଯାଞ୍ଚ ବେଳେ ପଟେଲଙ୍କ ପକ୍ଷରୁ ଦିଆଯାଇ ଥିବା ବିବୃତ୍ତି ଉପରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖବର ଯେ, କଂଗ୍ରେସର ଶୁଣାଣି ବେଳେ ପଟେଲଙ୍କ କିର୍କ ହତ୍ୟାକାଣ୍ଡକୁ ସମ୍ଭାଳିବାର ଉପାୟ ହିଁ ନୁହେଁ , ବରଂ ପୂରା ଏଜେନ୍ସିକୁ ପ୍ରଶ୍ନ କରାଯିବ।

ପଟେଲ ପ୍ରଥମରୁ ହିଁ ଏପଷ୍ଟିନ୍‌ ଫାଇଲ୍ସ କେସ୍‌ ସମ୍ଭାଳିବାକୁ ନେଇ ଅସନ୍ତୋଷର ସାମ୍ନା କରୁଛନ୍ତି। ଏହା ବ୍ୟତୀତ ହ୍ୱାଇଟ୍‌ ହାଉସ୍‌ ଏଟାର୍ନୀ ଜେନେରାଲ ପାମ୍‌ ବଣ୍ଡିଙ୍କ ସହ ମଧ୍ୟ ତାଙ୍କର ବିବାଦ ରହିଛି। ତାଙ୍କ ବିରୋଧରେ ଏଫବିଆଇର ତିନି ଜଣ ପୂର୍ବତନ ଏଜେଣ୍ଟସ ମଧ୍ୟ ପେଟଲଙ୍କ ବିରୋଧରେ କେସ୍‌ କରିଛନ୍ତି। ତାଙ୍କର ଅଭିଯୋଗ ଯେ, ପଟେଲ ବଣ୍ଡିଙ୍କ ସହ ମିଶି ଟ୍ରମ୍ପଙ୍କ କହିବାନୁସାରେ ଏଜେନ୍ସିରୁ ଲୋକଙ୍କୁ ବାହାର କରିଛନ୍ତି।

ଏଫବିଆଇର ତିନି ଜଣ ପୂର୍ବତନ ଅଧିକାରୀ ବ୍ରାୟନ ଡ୍ରିସ୍କାଲ , ଷ୍ଟିଭନ ଜେନ୍ସନ ଓ ସ୍ପେନ୍ସର ଏଭନ୍ସ ଦାବି କରିଛନ୍ତି ଯେ, ପଟେଲ ନିଜର ଚାକିରି ରକ୍ଷା କରିବାର ଚକ୍କରରେ ତାଙ୍କୁ ବାହାର କରି ଦେଇଛନ୍ତି।