ଡୋନାଲ୍ଡ ଟ୍ରମ୍ପଙ୍କ 'ପୋପ୍' ଅବତାର : ମଜାଳିଆ ଢଙ୍ଗରେ କହି ଏଆଇ ବିକଶିତ ଫଟୋ ପୋଷ୍ଟ କଲେ ଆମେରିକା ରାଷ୍ଟ୍ରପତି

Published By : Prameya-News7 Bureau | May 03, 2025 IST

ନୂଆଦିଲ୍ଲୀ: "ପରବର୍ତ୍ତୀ ପୋପ୍ ହେବାକୁ ଭଲ ପାଇବେ" ବୋଲି ମଜାରେ କହିବାର କିଛି ଦିନ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୋପ୍ ପୋଷାକ ପିନ୍ଧିଥିବା ଏକ ଏଆଇ-ଜେନେରେଟେଡ୍ ଫଟୋ ପୋଷ୍ଟ କରିଛନ୍ତି। ହ୍ୱାଇଟ୍ ହାଉସର ସରକାରୀ ହ୍ୟାଣ୍ଡେଲ ଦ୍ୱାରା ମଧ୍ୟ ପୋଷ୍ଟ କରାଯାଇଥିବା ଏହି ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଅନେକ ୟୁଜର୍ସ ଟ୍ରମ୍ପଙ୍କ ଏମିତି ପୋଷ୍ଟକୁ ସମାଲୋଚନା  କରିଛନ୍ତି ।  କାରଣ ପୋପଙ୍କ ଦେହାନ୍ତ ପରେ ଗୋଟିଏ ସମୁଦାୟ ଶୋକରେ ବୁଡି ରହିଥିଲେ । ଏମିତି ସମୟରେ ଟ୍ରମ୍ପଙ୍କ ଏମିତି ପୋଷ୍ଟ ଶୋଭା ପାଏନି ବୋଲି ଅନେକ କହିଛନ୍ତି ।

ଏହି ଫଟୋରେ ଟ୍ରମ୍ପଙ୍କ ବେକରେ କ୍ରସ୍ ସହିତ ପୋପ୍ ପୋଷାକ ପିନ୍ଧିଥିବାର ଦେଖାଯାଉଛି। କିଛି ସୋସିଆଲ ମିଡିଆ ୟୁଜର୍ସ ଏହାକୁ ହାସ୍ୟାସ୍ପଦ ଦର୍ଶାଇଥିବା ବେଳେ ଆଉ କିଛି ପୋପଙ୍କ ପ୍ରତି ଏହା ଉପହାସ ବୋଲି ଅଭିଯୋଗ କରିଛନ୍ତି । ନୂତନ ପୋପ୍ ନିର୍ବାଚିତ ହେବା ପୂର୍ବରୁ, ଟ୍ରମ୍ପଙ୍କ ଏଆଇ  ଜେନେରେଟେଡ୍ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। "ଏହା ଘୃଣ୍ୟ ଏବଂ ସମ୍ପୂର୍ଣ୍ଣ ଅସମ୍ମାନଜନକ,ବୋଲି" ଜଣେ ବ୍ୟବହାରକାରୀ ଫଟୋରେ ମନ୍ତବ୍ୟ ଦେଇଛନ୍ତି। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏହା ଅତ୍ୟନ୍ତ ଅପମାନଜନକ ଏବଂ ନାର୍ସିସିଷ୍ଟିକ୍। ରିପବ୍ଲିକାନମାନେ ପ୍ରକୃତରେ ଏହାକୁ ଭୋଟ ଦେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି । 




ସୂଚନାଯୋଗ୍ୟ, ପୋପ୍ ଫ୍ରାନ୍ସିସଙ୍କ ଗତ ମାସରେ ଦେହାନ୍ତ ଘଟିଥିଲା । ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିଶ୍ୱର ଅନେକ ବଡ଼ ନେତା ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ଭାଟିକାନ ସିଟିରେ ଏକ ଚିମନି ସ୍ଥାପନ କରାଯାଇଛି, ଯାହା ନୂତନ ପୋପଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭର ସଙ୍କେତ ଦିଏ। ଫ୍ରାନ୍ସିସଙ୍କ ମୃତ୍ୟୁ ପରେ ୨୦୦୦ ବର୍ଷ ପୁରୁଣା କ୍ୟାଥୋଲିକ୍ ଚର୍ଚ୍ଚ ଏପର‌୍ୟ୍ୟନ୍ତ ପରବର୍ତ୍ତୀ ପୋପ୍ ଘୋଷଣା କରିନାହିଁ। ସବୁଠୁ ବଡ କଥା ଟ୍ରମ୍ପ ପୂର୍ବରୁ ନ୍ୟୁୟର୍କର କାର୍ଡିନାଲ ଟିମୋଥି ଡୋଲାନଙ୍କୁ ପରବର୍ତ୍ତୀ ଆଧ୍ୟାତ୍ମିକ ନେତା ଭାବରେ ମନୋନୀତ କରିଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.