ନୂଆଦିଲ୍ଲୀ ୨୫।୦୮; ବିଗ୍ ବସ୍ ୧୯ ଆରମ୍ଭ ହୋଇସାରିଛି । ଅନେକ ପ୍ରତିଯୋଗୀ ଶୋ’ରେ ପ୍ରବେଶ କରିଛନ୍ତି। ଏହି ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତାନ୍ୟା ମିତ୍ତଲ। ଯାହାଙ୍କ ଯାତ୍ରା ଭିନ୍ନ ଏବଂ ଅନନ୍ୟ। ଏତିକି ହିଁ ନୁହେଁ ସେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର । ତାନ୍ୟା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ । ମାତ୍ର ୫୦୦ ଟଙ୍କାରେ ନିଜର ବ୍ୟବସାୟ ଆରମ୍ଭ କରିବା ଠାରୁ ଆରମ୍ଭ କରି ଏକ ଇଣ୍ଟରନ୍ୟାସନାଲ ବ୍ୟୁଟି ପିଜାଣ୍ଟ ପ୍ରତିଯୋଗିତା ଜିତିବା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣାଦାୟକ ସ୍ୱର ହେବା ପର୍ଯ୍ୟନ୍ତ। ଆସନ୍ତୁ ଜାଣିବା ତାଙ୍କ ବିଷୟରେ….
ତାନ୍ୟା ମିତ୍ତଲ କିଏ?
ତାନ୍ୟା ମିତ୍ତଲ ୨୭ ସେପ୍ଟେମ୍ବର ୨୦୦୦ରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଜନ୍ମଗ୍ରହଣ କରିଥିଲେ। ଆରମ୍ଭରୁ ତାଙ୍କ ଜୀବନ ସହଜ ନଥିଲା, ସେ ଏକ ଫଟା ଓଠ ସହିତ ଜନ୍ମ ହୋଇଥିଲେ। ଏକ ରୋଗ ଯାହା ପାଇଁ ତାଙ୍କୁ ପିଲାବେଳେ ଅନେକ ଥର ଅସ୍ତ୍ରୋପଚାର କରିବାକୁ ପଡିଥିଲା। ତାଙ୍କ ପାଇଁ ସ୍କୁଲ ମଧ୍ୟ ଆଉ ଏକ ଚ୍ୟାଲେଞ୍ଜ ଥିଲା। କିନ୍ତୁ ଆଶା ହରାଇବା ପରିବର୍ତ୍ତେ, ତାନ୍ୟା ତାଙ୍କର ମନୋବଳକୁ ଉଚ୍ଚ ରଖିଥିଲେ।
୫୦୦ ଟଙ୍କାରେ ଆରମ୍ଭ କରିଥିଲେ ବ୍ୟବସାୟ
ମାତ୍ର ୧୯ ବର୍ଷ ବୟସରେ, ତାନ୍ୟା ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଥିଲେ । ମାତ୍ର ୫୦୦ ଟଙ୍କାରେ ଏକ ସାଧାରଣ ନିବେଶ ସହିତ ଆରମ୍ଭ କରିଥିଲେ। ସେ ହ୍ୟାଣ୍ଡମେଡ୍ ଲଭ୍ ନାମକ ଏକ ବ୍ରାଣ୍ଡ ପ୍ରତିଷ୍ଠା କରିଥିଲେ। ଯାହା ହ୍ୟାଣ୍ଡବ୍ୟାଗ୍ ଆସେସୋରିଜ୍ ସହିତ ଆରମ୍ଭ ହୋଇଥିଲା। ଆଜି ଏହି ବ୍ରାଣ୍ଡର ହଜାର ହଜାର ଫ୍ୟାନ୍ସ ଫଲୋର୍ସ ଅଛନ୍ତି। ଏହା ବ୍ୟତୀତ, ୨୦୧୮ରେ, ତାନ୍ୟା ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଜଗତରେ ପ୍ରବେଶ କରିଥିଲେ । ମିସ୍ ଏସିଆ ଟୁରିଜିମ୍ ୟୁନିଭର୍ସର ମୁକୁଟ ଜିତି ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ଗର୍ବିତ କରିଥିଲେ।
ତାଙ୍କ ଯାତ୍ରାର ସବୁଠାରୁ ବିଶେଷ କଥା ହେଉଛି ଯେ ସେ ବିଭିନ୍ନ କ୍ଷେତ୍ର ଫ୍ୟାଶନ୍, ବ୍ୟବସାୟ ଏବଂ କଣ୍ଟେଣ୍ଟ କ୍ରିଏଟରଙ୍କ ମଧ୍ୟରେ ଏକ ଚମତ୍କାର ସ୍ଥାନ ହାସଲ କରିଛନ୍ତି।୧୮ ଲକ୍ଷ ଇନଷ୍ଟାଗ୍ରାମ୍ ଫଲୋଅର୍ସ, ୟୁଟ୍ୟୁବ୍ ସବସ୍କ୍ରାଇବର୍ ବେସ୍ ଏବଂ ଫେସବୁକ୍ ରେ ଦୃଢ଼ ପ୍ରେଜେଣ୍ଟଟେସନ ସହିତ ସେ ଦର୍ଶକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି। କେବଳ ଏତିକି ନୁହେଁ, ତାନ୍ୟା TEDx ରେ ପ୍ରେରଣାଦାୟକ ଭାଷଣ ମଧ୍ୟ ଦେଇଥିଲେ। ଯେଉଁଥିରେ ସେ ପ୍ରାୟତଃ କଷ୍ଟକୁ ଦୂର କରିବା ଏବଂ ସ୍ୱପ୍ନକୁ ସାକାର କରିବାର ଅଭିଜ୍ଞତା ବାଣ୍ଟିଛନ୍ତି। ଅନେକ ସୋସିଆଲ ମିଡିଆ ତାରକାଙ୍କ ପରି, ତାନ୍ୟା ମିତ୍ତଲ ମଧ୍ୟ ଆଲୋଚନା ଏବଂ ବିତର୍କର କେନ୍ଦ୍ର ହୋଇଛନ୍ତି। କିଛି ଲୋକ ତାଙ୍କ ଇନଷ୍ଟାଗ୍ରାମ୍ ବାୟୋରେ ଉଲ୍ଲେଖ କରାଯାଇଥିବା 'ସର୍ବକନିଷ୍ଠ କୋଟିପତି' ହେବାର ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି।
ବିଗ୍ ବସ୍ରେ ଧମାଲ କରିବାକୁ ତାନ୍ୟା ପ୍ରସ୍ତୁତ
ତାନ୍ୟା ଏବେ ବିଗ୍ ବସ୍ ସିଜିନ୍ରେ ପାଦ ଦେଇଛନ୍ତି । ପ୍ରେରଣା ସହିତ ଗ୍ଲାମର ଏବଂ ଡ୍ରାମାରେ ତଡକା ଲଗାଇବାକୁ ପ୍ରସ୍ତୁତ। କିନ୍ତୁ ଗୋଟିଏ କଥା ନିଶ୍ଚିତ, ସେ କାହାରି ନଜରରୁ ଖସି ପାରିବେ ନାହିଁ। ୧୯ତମ ସିଜିନ୍ ଆରମ୍ଭ ହୋଇସାରିଛି ଏବଂ ତାନ୍ୟା ଏଠାରେ ମଧ୍ୟ ଦମଦାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ।