Live Live
LIVE

ଓ୍ୱାର ଇଫେକ୍ଟ: ପାକିସ୍ତାନରେ ଲକ୍‌ଡାଉନ୍, ଓ୍ୱାର୍କ ଫ୍ରମ୍ ନୀତି ଲାଗୁ, ଦୁଇ ସପ୍ତାହ ସ୍କୁଲ ବନ୍ଦ

NEWS7
who-confirms-worlds-first-human-bird-flu-death-in-mexico

ପେଶାଓ୍ୱାର ୧୦/୦୩: ମଧ୍ୟପ୍ରାଚ୍ୟ ଜଳୁଛି । ସାରା ବିଶ୍ୱକୁ ବ୍ୟାପିଛି ତେଲ ସଂକଟ । ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ । ତେବେ ଏହି ଯୁଦ୍ଧ ପାକିସ୍ତାନ ପାଇଁ ପାଲଟିଛି ବଡ଼ ବିପର୍ଯ୍ୟୟ । ଯାହାର ଫଳସ୍ୱରୁପ ଦେଶରେ ଲାଗୁହୋଇଛି ଲକ୍‌ଡାଉନ୍ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦେଶର ତୈଳ ସଂରକ୍ଷଣ ପାଇଁ ଅନେକ କଠୋର ପଦକ୍ଷେପ ଘୋଷଣା କରିଛନ୍ତି ।

ତେଲ ଓ ଗ୍ୟାସ୍ ପାଇଁ ଉପସାଗରୀୟ ଦେଶମାନଙ୍କ ଉପରେ ନିର୍ଭରଶୀଳ ଥିବା ପାକିସ୍ତାନ ସରକାର ପେଟ୍ରୋଲ ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ଫଳରେ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଛି । ତେଲ ଅଭାବବରୁ ସରକାର ଦୁଇ ସପ୍ତାହ ପାଇଁ ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।ସରିଫ ଏହି ନିଷ୍ପତ୍ତିକୁ କଠୋର ବୋଲି କହିଛନ୍ତି। ସେ କହିଛନ୍ତି ଆମେ ମୂଲ୍ୟ ବୃଦ୍ଧିକୁ ଏଡାଇବାକୁ ଚାହୁଁଛୁ ।

କାରଣ ଏହା ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇବ। ଏକ ଟେଲିଭିଜନ ଭାଷଣରେ ସେ କହିଛନ୍ତି ଏଭଳି ପଦକ୍ଷେପଗୁଡ଼ିକ ଆବଶ୍ୟକ। ସେ ଚେତାବନୀ ଦେଇଛନ୍ତି, ଶକ୍ତି ସଙ୍କଟ ଏବେ ଏକ ନୂଆ ସମସ୍ୟାରେ ପରିଣତ ହୋଇଛି । ପରିସ୍ଥିତିକୁ ଅଧିକ ଖରାପ ହେବାରୁ ରୋକିବା ପାଇଁ ମନ୍ତ୍ରୀମାନେ ଅନେକ ନିଷ୍ପତ୍ତି ନେଇଛନ୍ତି । ବ୍ୟାଙ୍କ ବ୍ୟତୀତ ସରକାରୀ କାର୍ଯ୍ୟାଳୟଗୁଡ଼ିକ ସପ୍ତାହରେ କେବଳ ଚାରି ଦିନ କାମ କରିବ।

ଅଧା କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲଗୁଡ଼ିକୁ ଦୁଇ ସପ୍ତାହ ପାଇଁ ବନ୍ଦ ରଖାଯାଇଛି। ଦୁଇ ସପ୍ତାହ ପରେ, ଅନଲାଇନ୍‌ରେ କ୍ଲାସ୍ କରାଯିବ।ଆମ୍ବୁଲାନ୍ସ ବ୍ୟତୀତ ସରକାରୀ ଯାନବାହାନ ପାଇଁ ଇନ୍ଧନ ଭତ୍ତା ଆଗାମୀ ଦୁଇ ମାସ ପାଇଁ ୫୦ ପ୍ରତିଶତ ହ୍ରାସ କରାଯାଇଛି । ବୈଠକରେ ସରକାରୀ କର୍ମଚାରୀଙ୍କ ଦରମା ଦୁଇ ମାସ ପାଇଁ ୨୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ନୂତନ ଉପକରଣ କ୍ରୟ ବନ୍ଦ କରାଯିବ ଏବଂ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବ। କେବଳ ଜାତୀୟ ସ୍ୱାର୍ଥ ପାଇଁ ଅତ୍ୟାବଶ୍ୟକ ଯାତ୍ରାକୁ ଅନୁମତି ଦିଆଯିବ । ଅନଲାଇନ୍ ବୈଠକକୁ ପ୍ରାଥମିକତା ଦିଆଯିବ। ସରକାରୀ ରାତ୍ରୀଭୋଜନ ଏବଂ ଇଫତାର ପାର୍ଟି ଉପରେ ନିଷେଧ କରାଯାଇଛି । ହୋଟେଲ ବଦଳରେ ସରକାରୀ ପରିସରରେ ସେମିନାର ଏବଂ ସମ୍ମିଳନୀ ଅନୁଷ୍ଠିତ ହେବ।

also read..

ଆମେରିକାକୁ ଇରାନର ଧମକ, 'ଯୁଦ୍ଧ କେବେ ସରିବ ଆମେ କହିବୁ'...